Tuesday, August 23, 2022
Homeଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଷ୍ଟା ଶିକ୍ଷକ ଙ୍କ ଧାରଣ

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଷ୍ଟା ଶିକ୍ଷକ ଙ୍କ ଧାରଣ

 ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ( ଓଷ୍ଟା ) ମାଲକାନଗିରି ଜିଲ୍ଲା ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ସାମୂହିକ ଗଣ ଧାରଣା ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାର ଅଧିକାଂଶ ବିଦ୍ୟାଳୟର ଶିକ୍ଷକ କର୍ମଚାରୀ ମାନେ ଏହି ଗଣ ଧାରଣାକୁ ଯୋଗ ଦେଇଥିଲେ। ଓଷ୍ଠାର ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ମହାପାତ୍ର ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଗଣ ଧାରଣାରେ ଜିଲ୍ଲା ଉପ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚିତ୍ତ ରଂଜନ ପାଣ୍ଡେଙ୍କୁ ଏକ ଚଉଦ ଦଫା ଦାବିପତ୍ର ପ୍ରଦାନ କରା ଯାଇଥିଲା । ଯୋଗ୍ୟ ବିବେଚିତ ସମସ୍ତ ଉଚ୍ଚ ବିଦ୍ୟାଳୟ କୁ ଅନୁଦାନ ପ୍ରଦାନ। ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଥିବା ନିୟମ ଅନୁଯାୟୀ ଚାକିରୀ ସର୍ତ୍ତାବଳୀ ସହ ପେନସନ ପ୍ରଦାନ।୨୨୬ ଓ ୩୯୯ ବିଦ୍ୟାଳୟଗୁଡ଼ିକୁ ୭ମ ବେତନ କମିଶନ ପ୍ରଦାନ। ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ସରକାରୀ କରଣ ।୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକ ମାନଙ୍କର ୬ ବର୍ଷାର ଚୁକ୍ତି ଅବଧି କୁ ନିୟମିତ ଚାକିରୀ ରେ ଯୋଗ କରିବା ସହ ୬ଟି ଇନକ୍ରିମେଣ୍ଟ ପ୍ରଦାନ। ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି। ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଶୂନ୍ୟ ପଡ଼ିଥିବା ଶିକ୍ଷକ ଓ କର୍ମଚାରୀ ପଦବୀ ପୂରଣ।ଆରଏସିପି ଲାଗୁ କରିବା କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶନାମା ପାଳନ।୨୮୦୦ ଗ୍ରେଡ ପେଏରେ ଥିବା ଅସଙ୍ଗତି ଦୂରୀକରଣ।୪୮ ବର୍ଷରେ ପଦାର୍ପଣ କରି ଆସିଥିବା ସମସ୍ତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ କିଛି ସ୍କେଲ ପ୍ରଦାନ।ବିଏବିପିଏଡ ଯୋଗ୍ୟତାଧାରୀ ଶିକ୍ଷକ ମାନଙ୍କୁ କିଛି ସ୍କେଲ ପ୍ରଦାନ। ଅନୁଦାନ ପାଉଥିବା ୨ୟ ଓ ୩ୟ ୪ର୍ଥ ଶ୍ରେଣୀ କର୍ମଚାରୀ ଓ ୩୭,୩୮,୪୬,୬୩ ବିଦ୍ୟାଳୟ ଗୁଡ଼ିକର ଆଣ୍ଟିଡେସନ ଲାଗୁ କରିବା।
ଏହି ଧାରଣା କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ସଂଯୋଜକ  ଅଜୟ କୁମାର ସ୍ଵାଇଁ, ସଭାପତି ଅଲେଖ ଚନ୍ଦ୍ର ପ୍ରଧାନ, ସଂପାଦକ ମନୋଜ କୁମାର ମହାପାତ୍ର, ଲମ୍ଭୋଦର ରାଉତ  ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ସୂର୍ଯ୍ୟ ନାରାୟଣ ନାୟକ ପ୍ରମୁଖଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନ ଦାବିର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରା ଯାଇଥିଲା । ଜିଲ୍ଲା ସଂପାଦକ ମନୋଜ କୁମାର ମହାପାତ୍ର ଦାବି ଉପରେ ବିସ୍ତୃତ ଉପସ୍ଥାପନା କରିବା ସହିତ ଦାବିପତ୍ର ପାଠ କରିଥିଲେ। ଏହି ଅବସରରେ ରଂଜନ କୁମାର ପରିଡା,ଅଶୋକ କୁମାର ରାଉତ, ଜିତୁ ରଂଜନ ସ୍ଵାଇଁ, ଦୀପକ କୁମାର ରାଉତ, ଗଣେଶ ଚନ୍ଦ୍ର ବିଶ୍ଵାଳ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । 
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!