୧୩ଟି ଆଦିବାସୀ ସଙ୍ଘଠନ ସହ ଯୋଗଦେଲେ ଜିଲ୍ଲାସ୍ତରୀୟ ଜନପ୍ରତିନିଧି
ନବରଙ୍ଗପୁର:-ଜନଜାତି ସୁରକ୍ଷା ମଞ୍ଚ ତରଫରୁ ଆଜି ଡାବୁଗାଁ ରେ ବିଶ୍ବ ଆଦିବାସୀ ଦିବସ ପାଳନ କରା ଯାଇଛି। ଏକ ବିଶାଳ ଶୋଭାଯାତ୍ରା ରେ ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଆସି ଆଦିବାସୀ ସଂପ୍ରଦାୟର ଭାଇ ଭଉଣୀ ମାନେ ସ୍ଥାନୀୟ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲା ସଭାପତି ଗୋପିନାଥ ମାଝୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ମଣିରାମ ନାୟକ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀ,ଜିଲ୍ଲା ପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଯୋଶବନ୍ତ ନାୟକ, ଗୌରୀ ଶଙ୍କର ମାଝୀ, ଧର୍ମାନନ୍ଦ ନାୟକ, ବଂଶୀଧର ମାଝୀ ,ଲିଙ୍ଗରାଜ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ। ଆଦିବାସୀ ସଂପ୍ରଦାୟର ବିକାଶ ଉପରେ ନେତୃସ୍ଥାନୀୟ ବ୍ୟକ୍ତି ମାନେ ଦୃଢକ୍ତୀ ପ୍ରକାଶ କରିଥିଲେ।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର