ଚିତ୍ରକୋଣ୍ଡା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ଚିତ୍ରକୋଣ୍ଡା ଗ୍ରାମପଞ୍ଚାୟତର ହନୁମାନ ମନ୍ଦିର ନିକଟସ୍ଥ କଲୋନିରସୁକୁଆବାଲା ନାମକ ବ୍ୟକ୍ତିଙ୍କ ଘର ପଛ ପାଖରୁ ସାପ ଟିକୁ ଉଦ୍ଧାରକରାଯାଇଛି ।ସାପ ଟିର ଲମ୍ବ ୧୦ ଫୁଟ ଓ ଏହାର ଓଜନ ୧୫ ରୁ ୨୦କେଜି ହେବ ବୋଲି ଅନୁମାନ କରାଯାଇଛି। ଘର ପଛ ପାଖ ଜଙ୍ଗଲରୁସାପଟି ଖାଦ୍ୟ ଅନ୍ୱେଷଣରେ ଚାଲିଆସିଥିବାଅନୁମାନ କରାଯାଉଛି।ସକାଳେ ପ୍ରଥମେ ସାପଟିକୁ ଘର ଲୋକେ ଦେଖ୍ ସାହି ପଡ଼ିଶାକୁଡାକିଥିଲେ । ଏତେ ବଡ଼ ସାପଟିକୁ ଧରିବା ପାଇଁ ଚିତ୍ରକୋଣ୍ଡା ଅଞ୍ଚଳରେସାପ ଧରୁଥିବା ମାଧବଙ୍କୁ ଖବର ଦିଆଯାଇଥିଲା। ମାଧବ ଖବରପାଇସଙ୍ଗେ ସଙ୍ଗେ ଆସି ସାପଟିକୁ ଧରିଥିଲେ । ସାପଟିକୁ ଧରି ଦୂରରେ ଥିବାଜଙ୍ଗଲରେ ଛାଡିଥିବା ଜଣାପଡିଛି । ସାପ ଉଦ୍ଧାର ହେବା ପରେ ସେହିଅଞ୍ଚଳରେ ରହୁଥିବା ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହେଇଛି।