Tuesday, August 23, 2022
Homeମଦ ଦୋକାନ କର୍ମଚାରୀ ଗିରଫ

ମଦ ଦୋକାନ କର୍ମଚାରୀ ଗିରଫ

କୁଡୁମୁଲୁଗୁମ୍ମା ମଦ ଚାଲାଣ ଅଭିଯୋଗରେପୁଲିସ ଏଠାରେ ଜଣେ ଯୁବକକୁ ଗିରଫ କରିଛି। ତା ପାଖରୁ ୧୫.୬ଲିଟର ବିଦେଶୀ ମଦ ଜବତ ହିଁ ହୋଇଛି। ଅଭିଯୁକ୍ତ ହେଲା କୁଡୁମୁଲୁଗୁମ୍ମା
ବିଦେଶୀ ଠିପି ବନ୍ଦ ଦୋକାନ କର୍ମଚାରୀ ନାଗେନ୍ଦ୍ର ଯାଦବ(୪୫) । ତା ଘର
ବିହାର ରାଜ୍ୟ ଔରଙ୍ଗାବାଦରେ

ଗତକାଲି ପୂର୍ବାହ୍ନରେ ଫାଣ୍ଡି ଅଧିକାରୀ ଅଜିତ ସିଂ ବରିହା
ପୁଲିସ ଟିମ୍ ସହ ପାଟ୍ରୋଲିଂ କରୁଥିଲେ । ସନ୍ଦେହ ହେବାରୁ ଡ୍ରାଇଭରଗୁଡ଼
ଗାଁ ନିକଟରେ ନାଗେନ୍ଦ୍ରକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚବେଳେ
ତା ପାଖରୁ ମଦ ମିଳିଥିଲା ତୁରନ୍ତ ପୁଲିସ ତାକୁ ଗିରଫ କରିଥିଲା।
ଆଖପାଖ ଗାଁକୁ ଯାଇ ସେ ମଦ ସପ୍ଲାଇ କରୁଥିବା ଜଣାପଡିଛି। ପୁଲିସ
ଏକ ମାମଲା(୨୫୧/୨୩) ରୁଜୁ କରି ଆଜି ନାଗେନ୍ଦ୍ରକୁ କୋର୍ଟ ଚାଲାଣ
କରିଥିବା ଫାଣ୍ଡି ଅଧିକାରୀ ଶ୍ରୀ ବରିହା କହିଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!