ମାଲକାନଗିରି, । ଯେତେଯାହା କଲେ ମଧ୍ୟ ମାଓବାଦୀଙ୍କ
ଦବଦବା ଥମିବାର ନାଁ ନେଉନାହିଁ ।
ବିଶେଷକରି ମାଲକାନଗିରି ଜିଲ୍ଲାରେ
ମାଓବାଦୀମାନେ ଆଡ୍ଡା ଜମାଇ ବିଭିନ୍ନ
ହିଂସା ଭିଆଇବା ପାଇଁ ଯୋଜନା
। କରୁଥିବା ସୂଚନା ମିଳିଛି । ଏହି କ୍ରମରେ
ସୋମବାର କମିଂ ଅପରେସନ
ସମୟରେ ବିଏସ୍ ଏଫ୍ ଯବାନ ଜଙ୍ଗଲ
ଭିତରେ ଏକ ମାଓ କ୍ୟାମ୍ପ ଠାବ କରିବା
ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ
କରିଛନ୍ତି । ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ
ଦେଶୀ। ରକେଟ ଲଞ୍ଚର ଥିବା ସୂଚନା
ମିଳିଛି । ସୋମବାର ବିଏସ୍ଏଫ
ଯବାନ କାଲିମେଳା ଥାନା ଅନ୍ତର୍ଗତ
ଆମପଦର ଜଙ୍ଗଲରେ କରି *
ଅପରେସନ କରୁଥିବାବେଳେ ଏକ
ମାଓ କ୍ୟାମ୍ପରୁ ବିପୁଳ ପରିମାଣର
ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ଜବତ
ଅସ୍ତ୍ରଶସ୍ତ୍ର ମଧ୍ୟରେ ଗୋଟିଏ ଦେଶୀ
ରକେଟ୍ ଲଞ୍ଚର, ୧୧ଟି ବ୍ୟାରେଲ,
।
୧୬ଟି ହ୍ୟାଣ୍ଡ ଗ୍ରେନେଡ୍, ୩ଟି ଦେଶୀ
ବନ୍ଧୁକ, ଗୋଟିଏ ୩୦୩ ରାଇଫଲ,
ଗୋଟିଏ ମାଗାଜିନ, ଗୋଟିଏ ୫୧
ଏମ୍ଏମ୍ ମୋର୍ଟାର ବମ, ୪୨ଟି
ଜୀବନ୍ତ ଗୁଳି, ୨୯ଟି ଜିଲାଟିନ୍ ଷ୍ଟିକ୍,
୫ ପ୍ୟାକେଟ ଆଲୁମିନିୟମ ନାଇଟ୍ରେଟ୍
ଓ ୩୦ ଟି ଇଲେକ୍ଟ୍ରିକ୍ ଡିଟୋନେଟର
ରହିଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ
ହେଉଛି ଯେ ମାଓବାଦୀମାନେ ହିଂସା
ଭିଆଇବା ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର
ସଂଗ୍ରହ କରୁଛନ୍ତି । ସୁରକ୍ଷା କର୍ମୀଙ୍କ
ଘନଘନ ଚଢାଉ ମାଓବାଦୀଙ୍କ ଉପରେ ଆବଶ୍ୟକତା ରହିଛି ।
କୌଣସି ପ୍ରଭାବ ପକାଉନଥିବା ଏହି
ଘଟଣାରୁ ପ୍ରମାଣିତ ହୋଇଛି । ତେବେ
ଏତେ ପରି ମାଣର ଅତ୍ୟାଧୁନିକ
ଅସ୍ତ୍ରଶସ୍ତ୍ର ସେମାନେ କେଉଁଠୁ ପାଉଛନ୍ତି
ସେ ନେଇ ତଦନ୍ତ କରାଯିବାର ଜରୁରି
।