Tuesday, August 23, 2022
Homeଖଲ୍ଲିକୋଟ ରାଣୀ ସାହେବା ଙ୍କ 86 ତମ ଜନ୍ମ ଦିନ ପାଳନ

ଖଲ୍ଲିକୋଟ ରାଣୀ ସାହେବା ଙ୍କ 86 ତମ ଜନ୍ମ ଦିନ ପାଳନ

ବ୍ରହ୍ମପୁର ,ସ୍ଥାନୀୟ ଟାଟା ବେଞ୍ଜ ଛକ ସ୍ଥିତ କେ ସି ପବ୍ଲିକ ସ୍କୁଲ ରେ ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ସାହେବା ଭି. ସୁଜ୍ଞାନି କୁମାରୀ  ଦେଓ ଙ୍କ 86 ତମ ଜନ୍ମ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ବିଜେଡ଼ି ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ,ବିଧାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡା,ପ୍ରଫେସର ଶ୍ରୀଯୁକ୍ତ ଏଲ. ଏନ.ରାଉତ, ଡକ୍ଟର ଶ୍ରୀଯୁକ୍ତ ହୃଷୀକେଶ ପଣ୍ଡା,ରମ୍ଭା NAC ଚେୟାରମେନ୍  ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପଣ୍ଡା,ଶ୍ରୀଯୁକ୍ତ ଶ୍ରୀକାନ୍ତ ମହାପାତ୍ର, ପ୍ରଫେସର ମେଜର ଆର ଆର ପାଢ଼ୀ,ଏବଂ ସ୍କୁଲର ଛାତ୍ର ଛାତ୍ରୀ ମାନେ ପ୍ରମୁଖ ଯୋଗ ଦେଇ ଜାତୀୟ ସଙ୍ଗୀତ ଗାନ କରି ଦ୍ଵୀପ ପ୍ରଜ୍ବଳନ କରାଯାଇଥିଲା। ଏବଂ ସମସ୍ତ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ।ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ରେ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନେ ମୁଖ୍ୟ ଅତିଥି ଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି। ରାଣୀ ସାହେବା ବହୁଥର ବିଧାୟିକା ହୋଇଥିବା ବିଷୟରେ ଆଲୋକପାତ କରାଯାଇଥିଲା । ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!