Tuesday, August 23, 2022
Homeଅଟଳ ଯୁବ ବାହିନୀ ଯୁବ ସେବକ ଶିବିର

ଅଟଳ ଯୁବ ବାହିନୀ ଯୁବ ସେବକ ଶିବିର

ବ୍ରହ୍ମପୁର 6.8.23, ସ୍ଥାନୀୟ ହଳଦିଆ ପଦର ସ୍ଥିତ ଅଟୋନଗର  ଶ୍ରୀ ଗୌରାଙ୍ଗ ରାଧା ଗୋବିନ୍ଦ ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଅଟଳ ଯୁବ ବାହିନୀ ଯୁବ ସେବକ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ଅବସର ପ୍ରାପ୍ତ ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦେବଦତ୍ତ ପଟ୍ଟନାୟକ ଓ ପୂର୍ବତନ ଭାରତୀୟ ପ୍ରସାରଣ ସେବା ଅଧିକାରୀ ଶ୍ରୀ ହୃଷୀକେଶ ପାଣିଗ୍ରାହୀ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ। ବିଭିନ୍ନ ସ୍ଥାନରୁ ବହୁ ଯୁବକ ମାନେ ଅଂଶ ଗ୍ରହଣ କରିଥିଲେ।ପ୍ରଥମ ଓ ଦ୍ବିତୀୟ ସତ୍ର ରେ ଯୁବକ ମାନଙ୍କୁ ରାଷ୍ଟ୍ର ସର୍ବୋପରି , ଆମ ପ୍ରେରଣାର ପରୁଷ ମାର୍ଗ ଦର୍ଶକ କରାଇଥିଲେ।ଶ୍ରୀ ପ୍ରହଲ୍ଲାଦ ପାଣିଗ୍ରାହୀ,ଶ୍ରୀ ତୁଫାନ ମୁଳି,ଶ୍ରୀ ଅମର ଗୌଡ଼ ଦ୍ଵାରା କବାଡି ଖେଳ ଆରମ୍ଭ ହୋଇଥିଲା।ଶ୍ରୀ ବିନୋଦ କୁମାର ପ୍ରଧାନ ଦ୍ଵାରା ସଂଧ୍ୟା ଆରାଧନା କାର୍ଯ୍ୟ,ଓ ତୃତୀୟ ସତ୍ର ରେ ବ୍ୟକ୍ତିତ୍ଵ ବିକାଶ ମାର୍ଗ ଦର୍ଶକ ଶ୍ରୀ ବ୍ରହ୍ମଚାରୀ ଅନୁରାଗ ଚୈତନ୍ୟ ଜି,ଓ ସାଂସ୍କୃତିକ କାର୍ଯ୍ୟ ପରିବେଷଣ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ଶ୍ରୀ ବିଭୂତି ଜେନା ପରିଚାଳନା କରିଥିଲେ। ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!