Tuesday, August 23, 2022
Home୧୪,୭୦୦ ଲିଟର ବିଦେଶୀ ମଦ ଜବତ

୧୪,୭୦୦ ଲିଟର ବିଦେଶୀ ମଦ ଜବତ

ମାଲକାନଗିରି ଜିଲାର ବାଲିମେଳା
ସହର ସମେତ କୋରୁକୋଣ୍ଡା
ବ୍ଲକର ବିଭିନ୍ନ ଅଞ୍ଚଳରେ ବେଆଇନ
ଭାବେ ତଥା ଚୋରାରେ ଦେଶୀ ଓ
ବୋଡ଼େଶୀ ମଦ ବିକ୍ରି ହେଉଥ‌ିବା
ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ
ଲାଗିଛି। ଏଥ‌ିରେ ରୋକ ଲଗାଇବା
ପାଇଁ ଓର୍କେଲ ପୋଲିସ ପକ୍ଷରୁ କଡା
ଆଭିମୁଖ୍ୟ ଗ୍ରହଣ କରାଯାଇଛି।
ତେବେ ପୋଲିସ ପକ୍ଷରୁ ମିଳିଥିବା
ସୂଚନା ଅନୁଯାୟୀ, ଓର୍କେଲ ଥାନା
ଅଧିକାରୀ ଧୀରେନ ପଟ୍ଟନାୟକଙ୍କ
ନେତୃତ୍ୱରେ ଏକ ଟିମ୍ ବାଲିମେଳା ଛକ
ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ
ବାଲିମେଳା ସହରରେ ରହୁଥ‌ିବା ରାଜେନ୍ଦ୍ର
ପ୍ରସାଦ ଜେନାଙ୍କ ପୁଅ କାର୍ତ୍ତିକ ଜେନା
ନାମକ ଜଣେ ଯୁବକ ବ୍ୟାଗରେ କେତେକ
ଜିନିଷ ଧରି ଯାଉଥ‌ିବା ସମୟରେ ସନ୍ଦେହ
ହେବାରୁ ପୋଲିସ ତାଙ୍କୁ ଅଟକାଇ ତାଙ୍କ
ବ୍ୟାଗ ଯାଞ୍ଚ କରିଥିଲେ। ଉକ୍ତ ବ୍ୟାଗ
ଭିତରୁ ୧୪.୭୦୦ଲିଟର ବିଭିନ୍ନ ପ୍ରକାର

ଜବତ ମଦ, ଗିରଫ ଅଭିଯୁକ୍ତ ।

ବିଦେଶୀ ମଦ ବହାରିଥିଲା। ପୋଲିସ
। ମଦ ବୋଝେଇ ବ୍ୟାଗକୁ ଜବତ କରିବା
ସହିତ ଘଟଣାରେ ସମ୍ପୃକ୍ତ ଥିବା ଯୁବକ
କର୍ଭିକଙ୍କୁ ଗିରଫ କରିଥିଲେ। ଏନେଇ
ଓର୍କେଲ ଥାନାରେ ନଂ.୨୪୯/୨୩
ମାମଲା ରୁଜୁ କରାଯାଇ ସମ୍ପୃକ୍ତ ଯୁବକକଙ୍କୁ
କୋର୍ଟ ଚାଲାଣ କରାଯାଇଥିବା ଥାନା
ଅଧିକାରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!