Tuesday, August 23, 2022
Homeବର୍ଷା ଦିନରେ ବନବିଭାଗ ଓ ଠିକାଦାରଙ୍କ ମଧୁ ଚାନ୍ଦ୍ରିକାରେ ମେସିନ ଦ୍ୱାରା ଜଙ୍ଗଲ ଭିତରେ ପୋଖରୀ ଖନନ

ବର୍ଷା ଦିନରେ ବନବିଭାଗ ଓ ଠିକାଦାରଙ୍କ ମଧୁ ଚାନ୍ଦ୍ରିକାରେ ମେସିନ ଦ୍ୱାରା ଜଙ୍ଗଲ ଭିତରେ ପୋଖରୀ ଖନନ

ନବରଙ୍ଗପୁର ,୨/୮/୨୩ ଉନ୍ନତି ମୂଳକ କାମ ତଥା ଶ୍ରମଜୀବୀ ମାନଙ୍କ ରୋଜଗାର ପାଇଁ କେନ୍ଦ୍ର ସରକାର ମନରେଗା ଯୋଜନା ଆରମ୍ଭ କଲେ। ନବରଙ୍ଗପୁର ଜିଲ୍ଲାରେ ବାରମ୍ବାର ମନରେଗା ଯୋଜନାରେ ଶ୍ରମିକ ବଦଳରେ ମିଶିନ ରେ କାମ ଚାଲୁଥିବା ନେ଼ଇ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ପାଉଥିଲେ ମଧ୍ଯ ପ୍ରଶାସନର ନିଦ ଭାଙ୍ଗୁନି। ବିଭିନ୍ନ ସରକାରୀ ବିଭାଗ କୁ ଗ୍ରାମାଞ୍ଚଳର ଉନ୍ନତି ତଥା ଶ୍ରମିକଙ୍କ ରୋଜଗାର ପାଇଁ କୋଟି କୋଟି ଟଙ୍କାର ଅର୍ଥରାଶି ଦିଆଯାଉଛି । କିନ୍ତୁ ବିଭିନ୍ନ ପଖୋରି ଖନନ ବେଳେ ମେସିନ ରେ କାମ ଚାଲୁଥିବା ଦେଖିବାକୁ ମିଳୁଛି। ଏମିତି ଏକ କାମ ହୋଇଥିବା ଦେଖିବାକୁ ମିଳିଛି ପାପଡ଼ାହାଣ୍ଡି ବ୍ଲକ ଚେରଚେଟା ପଞ୍ଚାୟତ ବରଦେଇ ଗ୍ରାମର ନୂତନ ଠାକୁରାଣୀ ମନ୍ଦିର ବାମ ପଟେ ଜଙ୍ଗଲ ମଧ୍ୟରେ।  ଜଙ୍ଗଲ ନିକଟରେ ଏକ ପୋଖରୀ ଖନନ କରାଯାଇିଛି।  ଏହା ବନ ବିଭାଗର କାମ ବୋଲି ଜଣା ପଡିଛି। ଜଟାବାଲ ଜଙ୍ଗଲ ଅଧୀନରେ ବୋରଦେଇ ବିଟ ଥିବାରୁ ସମ୍ପୃକ୍ତ ଫରେଷ୍ଟର ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ଯୋଗାଯୋଗ ହୋଇ ପାରି ନାହିଁ।ଖାଲି ସେତିକି ନୁହଁ ୨ଫୁଟ ଖନନ କରି ୧0ଫୁଟରୋ ହିଡ ତିଆରି କରି ପୋକରି ବନା ଯାଇଛି।ପ୍ରକୃତରେ ମାଟିଠାରୁ ୧୦ ଫୁଟ ଗଭୀର ହେବା କଥା।ଜଟାବାଲ ଫୋରେଷ୍ଟ ଅଧୀନରେ ପୂର୍ବରୁ ମଧ୍ୟ 2021 ମସିହାରେ ଏଭଳି ପୋଖରୀ ଦୁର୍ନୀତି ହଇଥିଲା। ବାରମ୍ବାର ଜଟାବାଲ ଫୋରେଷ୍ଟ ଅଧୀନରେ ଏଭଳି ବନବିଭାଗର  କଳାକାରନାମା ସାମ୍ନାକୁ ଆସୁଛି ଏହା ଏବେ ପ୍ରଶ୍ନବାଚୀ ସୃଷ୍ଟିକରୁଛି।ଏସବୁ କାମ ବିଷୟରେ ଜିଲ୍ଲାପ୍ରଶାସନ ପାଖରେ ଖବର କେମିତି ନାହିଁ।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!