କାଲିମେଳା, ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ପକ୍ଷରୁ ପେଟ୍ରୋଲିଂ ସମୟରେ ଦୁଇଟି ସ୍ଥାନ ରୁ ଗଞ୍ଜେଇ ଜବତ କରାଯିବା ସହ ଗଞ୍ଜେଇ ଚାଲାଣ କରୁଥିବା ମୋଟ 8 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି l ଏଥିରେ ମୋଟ 60 କେଜି ଗଞ୍ଜେଇ ସହ 6 ମଟର ସାଇକଲ, ମୋବାଇଲ ଫୋନ ଇତ୍ଯାଦି ଜବତ କରାଯାଇଛି l କାଲିମେଳା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଗୁରୁବାର କାଲିମେଳା ସାପ୍ତାହିକ ହାଟ ଦିନ 11 ଟା ସମୟରେ ଥାନା ଏସଆଇ ନରେନ୍ଦ୍ର ପ୍ରସାଦ ଭତ୍ରା ଙ୍କ ନେତ୍ରତ୍ୱ ରେ ଏକ ଟିମ ତେଲେରାଇ ପଞ୍ଚାୟତ ଅନ୍ତର୍ଗତ ସୁଦ୍ଧାକୋଣ୍ଡା ଗ୍ରାମ ନିକଟ ପାହାଡ଼ ରାସ୍ତା ରେ ପେଟ୍ରୋଲିଂ କରୁଥିବା ସମୟରେ ମୋଟ 7 ଜଣ ବ୍ୟକ୍ତି ପାଞ୍ଚୋଟି ମଟର ସାଇକଲ ରେ ଆସୁଥିବା ପୋଲିସ କର୍ମଚାରୀ ମାନେ ଦେଖି ଯାଞ୍ଚ କରିଥିଲେ l ପୋଲିସ କୁ ଦେଖି ସେମାନଙ୍କ ମଧ୍ୟରୁ ଦୁଇ ଜଣ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ l ସେଠାରୁ ମୋଟ ପାଞ୍ଚଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ 5 ଟି ମଟର ସାଇକଲ ସହ 50 କେଜି ଗଞ୍ଜେଇ ଜବତ କରାଯାଇଛି l ଗିରଫ ଅଭିଯୁକ୍ତ ମାନେ ଗଞ୍ଜେଇ ଗୁଡିକ ଘାଟି ଅଞ୍ଚଳରୁ ଆଣି ଆନ୍ଧ୍ରପ୍ରଦେଶ ଚାଲାଣ କରିବା ଯୋଜନା ରଖିଥିଲେ ଗିରଫ ବ୍ୟକ୍ତି ମାନେ ହେଉଛନ୍ତି ତାମିଲନାଡୁ ରାଜ୍ୟ କାଞ୍ଚିପୁରମ ଜିଲ୍ଲା ର 35 ବର୍ଷୀୟ ଆର ଶ୍ରୀନୁ ଥୋରାଇ,ଆନ୍ଦ୍ର ପ୍ରଦେଶ, ଖମାମ ଜିଲ୍ଲାର 37ବର୍ଷୀୟ ତୁରାମୁ ରାମୁ, ତେଲେଙ୍ଗାନା ରାଜ୍ୟ ମହା ବୁବୁନଗର ଜିଲ୍ଲା ର 25ବର୍ଷୀୟ ଏସ ସାଇ କୁମାର, ମାଲକାନଗିରି ଗିରି ଜିଲ୍ଲାର 21ବର୍ଷୀୟ ନରେଶ ମଣ୍ଡଳ,ଏବଂ 38ବର୍ଷୀୟ ସଞ୍ଜିତ ମଣ୍ଡଳ ବୁଲି ଜଣା ପଡିଚି l ସେହିପରି ଶୁକ୍ରବାର ଭୋର ସମୟରେ କାଲିମେଳା ଥାନା ଏସଆଇ ସୁଜିତ କୁମାର ବିଶ୍ଵାସ ଙ୍କ ନେତୃତରେ ଏକ ପୋଲିସ ଟିମ ଜାତୀୟ ରାଜପଥରେ ପେଟ୍ରୋଲିଂ କରୁଥିବା ସମୟରେ ଗମ୍ଫାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ mv 66 ନିକଟରେ ମୋଟରସାଇକଲ ଯୋଗେ ଗଞ୍ଜେଇ ନେଇ ଯାଉଥିବା ପୋଲିସ କର୍ମଚାରୀ ମାନେ ଦେଖି ସେ ଗୁଡିକ ଜବତ କରିଥିଲେ l ସେଠାରୁ ମୋଟ 10 କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ 3 ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି l ସେମାନଙ୍କ ଠୁ ବାଇକ ଜବତ ହୋଇଛି l ଗିରଫ ଅଭିଯୁକ୍ତ ମାନେ ହେଲେ ସଞ୍ଜୀତ ବାରୋଇ, ବିଶ୍ବଜିତ ମଧୁ ଏବଂ ବାପି ବାରୋଇ ରହିଛନ୍ତି l ଦୁଇଟି ମାମଲରେ କେଶ ରୁଜୁ କରାଯାଇ ମୋଟ 8 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି l