Tuesday, August 23, 2022
Homeଗୋଷାଣି ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

ଗୋଷାଣି ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

ଗୋଷାଣି ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ ! ଅଗଷ୍ଟ ୮ରୁ କଳା ବ୍ୟାଜ୍ ପରିଧାନ, ୧୮ରୁ ସମୂହ ଛୁଟିରେ ଯିବାପାଇଁ ନିଷ୍ପତ୍ତି ! ଗଜପତି ଜିଲ୍ଲା ଗୋଷାଣି ବ୍ଲକ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହି ଅଧିକାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବ୍ଲକ ପ୍ରଶାସନ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସମସ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ଆସନ୍ତା ୮ ତାରିଖରୁ କଳାବ୍ୟାଜ୍ ପରିଧାନ ଏବଂ ୧୮ ତାରିଖରୁ ସମସ୍ତେ ସମୂହ ଛୁଟିରେ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ପିଇଓ ମାନଙ୍କ ଶିକ୍ଷାଗତ ଯୋଗ୍ୟତା +୨ ରୁ +୩ କରିବା ସହ ଦରମା ୨୧,୭୦୦ ଟଙ୍କାରୁ ୩୫,୪୦୦ ଯଥା ପେ-ଲେବେଲ୍ ୯କୁ ମଞ୍ଜୁର ପ୍ରଦାନ କରାଯିବା, ୧୦ ବର୍ଷ ଚାକିରି କରୁଥିବା ପିଇଓଙ୍କୁ ଉଚ୍ଚ ପଦବୀକୁ ପଦନ୍ନୋତି କରିବା, ଜିପିଡିଓ ପଦକୁ ଶତ ପ୍ରତିଶତ ପଦୋନ୍ନତିର ବ୍ୟବସ୍ଥା କରିବା, ଓପିଆରଏସ୍ କ୍ୟାଡରରେ ଅନ୍ତର୍ଭୁକ୍ତ କରିବା ଦାବି ସମୂହ ଉଲ୍ଲେଖ ରହିଛି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ସମସ୍ତ ପିଇଓ ମାନେ ଉପସ୍ଥିତ ଥିଲେ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!