Tuesday, August 23, 2022
Homeପତଞ୍ଜଳି ଯୋଗ ସମିତି ପକ୍ଷରୁ ଜଡିବୁଟି ଦିବସ ପାଳିତ

ପତଞ୍ଜଳି ଯୋଗ ସମିତି ପକ୍ଷରୁ ଜଡିବୁଟି ଦିବସ ପାଳିତ

ଦାମନଯୋଡି ପତଞ୍ଜଳି ଯୋଗ ସମିତି ତରଫରୁ ସ୍ଥାନୀୟ ନାଲକୋ କମ୍ଯୁନିଟି ସେଣ୍ଟର ଠାରେ ଆଚାର୍ଯ୍ଯ ବାଳକୃଷ୍ଣଙ୍କ ଜନ୍ମଦିବସ ଓ ଜଡିବୁଟି ଦିବସ ପାଳନ କରାଯାଇଥିଲା ।ଏଥିରେ ନାଲକୋର ସମୂହ ମହାପ୍ରବନ୍ଧକ ସୁରେଶ ଚନ୍ଦ୍ର ସାମଲ ମୁଖ୍ଯ ଅତିଥି,ବୃକ୍ଷ ବନସ୍ପତି ଉପରେ ଗବେଷଣା କରିଥିବା ହରି ପାଙ୍ଗୀ ସମ୍ମାନୀତ ଅତିଥି,ଜଳେନ୍ଦ୍ର ତ୍ରିପାଠୀ ମୁଖ୍ଯ ବକ୍ତା ରୂପେ ଯୋଗ ଦେଇଥିଲେ। ଯୋଗ ଗୁରୁ ଡଃ ନୀରୋଦ କୁମାର ପ୍ରଧାନଙ୍କ ଅଧ୍ଯକ୍ଷତାରେ ଆୟୋଜିତ ସଭାକୁ ବ୍ରହ୍ମାନନ୍ଦ ସାମଲ ସଂଯୋଜନା କରିଥିଲେ।ଆଚାର୍ଯ୍ଯ ବାଳକୃଷ୍ଣଙ୍କ ଜୀବନୀ,ପ୍ରୟାସ,ଯୋଗ ସହିତ ଚେରମୂଳି ଆୟୁର୍ବେଦର ମହନୀୟତା ବିଷୟରେ ବକ୍ତାମାନେ ଆଲୋକପାତ କରିଥିଲେ।ବିଶ୍ବକୁ ଭାରତର ଅବଦାନ ଯୋଗ ଓ ଆୟୁର୍ବେଦ, ଏକ ଭାରତ ଶ୍ରେଷ୍ଠ ଭାରତ ଆଡକୁ ଦେଶର ଅଗ୍ରଗତି ସମ୍ବନ୍ଧିତ ପ୍ରୟାସ ଆଲୋଚନା କରିଥିଲେ ।ଯୋଗ ସମିତିର ସମସ୍ତ ସଦସ୍ଯ ପ୍ରକାଶ ଦାସ,ନିର୍ମଳ ନାୟକ,ଅନାମ ଚରଣ ନାୟକ,ଏନ୍ ରବି କୁମାର,ପ୍ରଭାକର ସ୍ବାଇଁ,ଗୌର ପାତ୍ର, ଶାନ୍ତି ଚକ୍ରବର୍ତ୍ତୀ,ପ୍ରକାଶ ସାହୁ,ବନିତା ପ୍ରଧାନ,ଅନିତା ଖରା,ସଂଯୁକ୍ତା ପାତ୍ର, ଗୌରୀ ଖିଲ,ଅନିତା ବିଶ୍ବାଳ,ନମିତା ଚକ୍ରବର୍ତ୍ତୀ,ସୁନଳା ସାହୁ,ଟୁନିମଣି ନାୟକ, ପଙ୍କଜ ନଳିନୀ ନାୟକ,ରଶ୍ମିତା ସାହୁ,ଡୁମୁଣି ମୁର୍ମୁ,ଭାଗ୍ଯଲତା ସ୍ବାଇଁ,ନିବେଦିତା ନାୟକ,ଦେବକୀ ମାଳି,ଖିରମଣି ହଲୱା, ପାର୍ବତୀ ମହନ୍ତ,କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଦାମନଯୋଡି ମିଡିଆ ହାଉସର ନରସିଂହ ବ୍ରହ୍ମା,ମାନସ କର,ସୁଦର୍ଶନ ସେନାପତି,ଡଃ ଅଶୋକ କୁମାର ମହାନ୍ତି,ନଳିନୀକାନ୍ତ ସେନାପତି,ଅରୁଣ ଓଝା,ଅଜୟ ଜେନାଙ୍କ ସହିତ,ଅଶୋକ ସେଠୀ,ଅକ୍ଷୟ କୁମାର ଜେନା,ଡଃ ନରେଶ ଚନ୍ଦ୍ର ସାହୁ,ନୃସିଂହ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ପ୍ରକାଶ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!