Tuesday, August 23, 2022
Homeନବରଙ୍ଗପୁର ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ ସ୍ବାଗତ ଉତ୍ସବ

ନବରଙ୍ଗପୁର ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ ସ୍ବାଗତ ଉତ୍ସବ

 " ମଣିଷ ତିଆରି କାରଖାନା ରେ ମଣିଷ ତିଆରି ର ନୂଆ ସଙ୍କଳ୍ପ" 

ନବରଙ୍ଗପୁର ମହାବିଦ୍ୟାଳୟ ରେ ନୂତନ ଭାବେ ଦାଖଲ ହୋଇଥିବା ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ଓ କଳା ଛାତ୍ର ଛାତ୍ରୀ ଙ୍କୁ ଆନୁଷ୍ଠାନିକ ଭାବେ ସ୍ବାଗତ କରାଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଭାସ୍କର ନାଥ ବିଶ୍ବାଳ ଏହି ଉତ୍ସବକୁ ଉଦଘାଟନ କରି ମଣିଷ ତିଆରି କାରଖାନା କୁ ନୂଆ ନୂଆ ଆସିଥିବା ଛାତ୍ର ଛାତ୍ରୀ ଙ୍କୁ ମଣିଷ ଭାବେ ତିଆରି କରିବାର ଗୁରୁ ଦାୟିତ୍ଵ ରହିବା ସହ ପିଲାମାନଙ୍କୁ ଶୃଙ୍ଖଳିତ ହେବାର ପରାମର୍ଶ ଦେଇଥିଲେ । ଛାତ୍ର ସଂସଦ ଉପଦେଷ୍ଟା ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ମହାବିଦ୍ୟାଳୟ ର ଅତୀତର କୃତିତ୍ୱ ଗୁଡ଼ିକର ବିବରଣୀ ପ୍ରଦାନ କରିବା ସହ ଛାତ୍ର ଛାତ୍ରୀ ଙ୍କୁ ସେଇ ମାର୍ଗରେ ଯିବାପାଇଁ ଆହ୍ବାନ ଦେଇଥିଲେ। ଏହି ଉତ୍ସବରେ ସମସ୍ତ ବିଭାଗର ମୁଖ୍ୟ ଯଥା ଓଡ଼ିଆ ବିଭାଗ ର ମୁଖ୍ୟ ଡ଼ଃ ନନ୍ଦିତା ମିଶ୍ର,ଇଂରାଜୀ ବିଭାଗ ର ମୁଖ୍ୟ ଅଧ୍ୟାପକ ଘାସିରାମ ବେହେରା,ଇତିହାସ ବିଭାଗ ମୁଖ୍ୟ ପ୍ରଧ୍ୟାପିକା ସଙ୍ଗୀତା ତ୍ରିପାଠୀ, ଦର୍ଶନ ବିଭାଗ ର ମୁଖ୍ୟ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତ୍ତା,ରାଜନୀତି ବିଭାଗ ମୁଖ୍ୟ ଅଧ୍ୟାପିକା ନିର୍ମଳା ହିକକା ଯୋଗ ଦେଇ ନିଜ ନିଜ ବିଭାଗରେ ଥିବା ଅଧ୍ୟାପକ ଅଧ୍ୟାପିକା ଙ୍କର ପରିଚୟ ପ୍ରଦାନ କରିବା ସହ ଛାତ୍ର ଛାତ୍ରୀଙ୍କୁ ଆଗାମୀ ଦିନରେ ଏକ ସୁନ୍ଦର ଭବିଷ୍ୟତ ତିଆରି କରିବା ପାଇଁ ଶୁଭ କାମନା ଜଣାଇଥିଲେ । ଲଗାଯାଇଛି। ମହାବିଦ୍ୟାଳୟ ର ଏକାଡେମିକ୍ ବର୍ଷର ଅଧ୍ୟାପକ ଶ୍ରୀ ଶମ୍ଭୁ ପ୍ରସାଦ ହୋତ୍ତା ସମଗ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିବା ସହ ଛାତ୍ର ଛାତ୍ରୀ ଙ୍କ ଶୈକ୍ଷୀକ ବିକାଶ ସହ ଚାରିତ୍ରିକ ଓ ବୌଦ୍ଧିକ ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି କହିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଅଶୋକ କୁମାର ପାତ୍ର ସ୍ବାଗତ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟାଳୟ ରୁ ଶ୍ରୀ ପ୍ରଶାନ୍ତ ମିଶ୍ର, ରାଜନ ତ୍ରିପାଠୀ, ବନ ଭାଇ କାର୍ଯ୍ୟକ୍ରମ ସଫଳତା ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଉତ୍ସବ ରେ ପ୍ରାୟ ଦୁଇଶହ ଛାତ୍ରଛାତ୍ରୀ ଙ୍କ ସହ କିଛି ଅଭିଭାବକ ଯୋଗଦାନ କରିଥିଲେ। ଆଗାମୀ ଦିନରେ ମହାବିଦ୍ୟାଳୟ କୁ ସବୁଦିଗରୁ ସରସ ସୁନ୍ଦର କରିବା ସହ ଅବିଭକ୍ତ କୋରାପୁଟ ର ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଗଢି ତୋଳିବା ପାଇଁ ଅଧ୍ୟକ୍ଷ ସମସ୍ତଙ୍କ ସହଯୋଗ ପାଇଁ ଅନୁରୋଧ କରିଥିଲେ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!