Tuesday, August 23, 2022
Homeଶେରଗଡ଼ ବ୍ଲକରେ ବ୍ଲକ ସ୍ତରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ଜନଶୁଣାଣୀ ଶିବିର

ଶେରଗଡ଼ ବ୍ଲକରେ ବ୍ଲକ ସ୍ତରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ଜନଶୁଣାଣୀ ଶିବିର

ଆଜି ଶେରଗଡ଼ ବ୍ଲକ ସଭାଗୃହ ଠାରେ  ବ୍ଲକ ସ୍ତରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରତିବର୍ଷ ପରି ଏହିବର୍ଷ ମଧ୍ୟ  ଅକ୍ଟୋବର 2022ଠାରୁ ମାର୍ଚ୍ଚ 2023ପର୍ଯ୍ୟନ୍ତ ଏକ ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ରେ ଶେରଗଡ଼ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶିବାଶିଷ ବରାଳ ଙ୍କ ସଂଯୋଜନା ରେ ଏହି ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ଶ୍ରୀ ଲୋକନାଥ ଦଳ ବେହେରା ଜି ଏମ, ଡି ଆଇ,ସି,ଶେରଗଡ଼ ବ୍ଲକ ପଞ୍ଚାୟତ ଅଧ୍ୟକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ, ଶ୍ରୀସୀମାଞ୍ଚଳ ଦାଶ ସହକାରୀ ନିର୍ବାହୀ ଯନ୍ତ୍ରୀ, ଶ୍ରୀ କେଦାର ନାଥ ପଣ୍ଡା ସହକାରୀ ଯନ୍ତ୍ରୀ, ରବୀନ୍ଦ୍ର ନାଥ ମଲଣା ଜିଲ୍ଲା ସାମାଜିକ ସମୀକ୍ଷକ, ଶ୍ରୀ ବିଷ୍ଣୁ ପ୍ରସାଦ ପଣ୍ଡା ଅତିରିକ୍ତ ଅଧିକାରୀ,ହୀନ ବେହେରା, ଗାଣ୍ଡୁ ନାହାକ ବ୍ଲକ ସାମାଜିକ ସମୀକ୍ଷକ ସମେତ ବ୍ଲକ ର ସମସ୍ତ ପଞ୍ଚାୟତ ପ୍ରତିନିଧି, ଜିଲ୍ଲାପରିଷଦ ସଭ୍ୟ , ଜନସାଧାରଣ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ। ଏହି ସାମାଜିକ ସମୀକ୍ଷା ଓ ଜନଶୁଣାଣୀ ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ଯୋଜନାର ସମୀକ୍ଷା ହୋଇଥିଲା।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!