Tuesday, August 23, 2022
Homeଆମ୍ବଠା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆମ୍ବଠା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ର| ପଞ୍ଚାୟତ ଅନ୍ତର୍ଗତ ଡି ଆମ୍ବଠା ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପୋଷାକ ବିତରଣ ଉତ୍ସବ  ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଗୌରାଙ୍ଗ ସେଠିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରୋହିତ କୁମାର ନାହାକ ପୌରହିତ୍ୟ କରିଥିଲେ । ମୂଖ୍ୟଅତିଥି ଭାବେ ପାଟପୁର କ୍ଲଷ୍ଟର ସଂଯୋଜକ ଦେବହରି ରଣା କାର୍ଯ୍ୟକ୍ରମ ଉଦଘାଟନ କରିବା ସହ ସାଂପ୍ରତିକ ପରିବର୍ତ୍ତିତ ଶିକ୍ଷାପ୍ରଣାଳୀରେ ଶିକ୍ଷାୟତନ   ଶିକ୍ଷାର୍ଥୀ ଓ ଶିକ୍ଷକଙ୍କ ଆନୁଷଙ୍ଗିକ ମୁଲ୍ୟବୋଧର ବୌଦ୍ଧିକ ରୂପାନ୍ତରଣ ସମ୍ପର୍କରେ ଆଲୋକପାତ କରିଥିଲେ | ଉପ ସଭାପତି ବାସନ୍ତୀ ନାହାକ, ସହ ଶିକ୍ଷକ ମନୋଜ କୁମାର ପ୍ରଧାନ, ଦେବଶ୍ରୀ ନାୟକ, ବାଳକୃଷ୍ଣ ବେହେରା, ସୁରଦିପ ପାଣିଗ୍ରାହୀ, ବିପୁଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଶିକ୍ଷାର୍ଥୀଙ୍କୁ ମିଳିତ ଭାବେ ପୋଷାକ ବିତରଣ କରିଥିଲେ ।  ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ମୋଟ ୧୩୯ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇଥିଲା ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!