Tuesday, August 23, 2022
Homeପଡ଼ିଆ ବ୍ଳକରେ ନିଯୁକ୍ତି ଓ ଦକ୍ଷତା ତାଲିମ ଶିବିର

ପଡ଼ିଆ ବ୍ଳକରେ ନିଯୁକ୍ତି ଓ ଦକ୍ଷତା ତାଲିମ ଶିବିର

ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ବିଏସଏଫର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ଯୁବକ ଯୁବତୀଙ୍କ ମଧ୍ୟରେ ନିଯୁକ୍ତି ଏବଂ ଦକ୍ଷତା ତାଲିମ ନେଇ ଲଗାତାର ଶିବିରମାନ ଅନୁଷ୍ଠିତ କରାଯାଉଛି । ସେହି ପରିପ୍ରେକ୍ଷୀରେ ଆଜି ପଡ଼ିଆ ବ୍ଲକ୍ ନିଲିଗୁଡ଼ା ଗ୍ରାମ ପଞ୍ଚାୟତ ଠାରେ  ଜିଲ୍ଲା ନିୟୋଜନ ବିଭାଗ ଏବଂ ବିଏସଏଫ ୧୪୨ ବାଟାଲିୟନର ମିଳିତ ଆନୁକୂଲ୍ୟରେ ସପ୍ତମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ପଡିଆ ୨୩୨ ବାଟାଲିୟନ କଂପାନି ଅପରେଟିଙ୍ଗ ବେସ୍ ର କମାଣ୍ଡିଂ ଅଫିସର ରାଜପାଲ୍ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଛନ୍ତି। ଶ୍ରୀ ସିଂ କହିଛନ୍ତି  ଯେ ବିଏସଏଫ ଜିଲ୍ଲାର ଯୁବକ ଯୁବତୀଙ୍କ  ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବିଶେଷ କରି ଜିଲ୍ଲାର ଯୁବକ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଏସଏଫ ସବୁବେଳେ ପ୍ରାଥମିକତା ଦେଇ ଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ତତ୍ ସହିତ ଶିଳ୍ପ, ସେନା ବାହିନୀ, ବିଏସଏଫ ତଥା ଦଶମ ଶ୍ରେଣୀ ପରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ରହିଥିବା ବିଭିନ୍ନ ନିଯୁକ୍ତି ସୁଯୋଗ ଉପରେ ଆଲୋକପାତ କରି ଯୁବକ ଯୁବତୀଙ୍କୁ ଅନୁପ୍ରାଣିତ କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା, ଶ୍ରୀମତୀ ଯମୁନା ମୂଷାକି,  ନିଲିଗୁଡ଼ା ସରପଞ୍ଚ ଶ୍ରୀମତୀ ଦେବୀ ମାଢି,  ମାଟ୍ଟେରୁ ସରପଞ୍ଚ  ଲକ୍ଷ୍ମଣ ମାଡକାମୀ, ଗିରିକାନପଲ୍ଲୀ ସରପଞ୍ଚ ଶ୍ରୀମତୀ ମେନକା କୱାସି, ଡେପୁଟି କମାଣ୍ଡଣ୍ଟ, ଶୁଭଞ୍ଜନ ମହାପାତ୍ର, ଜିଲ୍ଲା ନିୟୋଜନ ଅଧିକାରୀ ମନସ୍ୱୀ ସେଠୀ, ଜିଲ୍ଲା ଯୁବ ଅଧିକାରୀ ହରିଶ ରୁପଲ୍, ଜିଲ୍ଲା ପରିଷଦ ସ୍କିଲ ପ୍ରୋଗ୍ରାମ ମ୍ୟାନେଜର, ଶ୍ରୀମତୀ ଶାଶ୍ଵତୀ ରାଉତ, ସରକାରୀ ପଲିଟେକନିକ୍, ଅଧ୍ୟକ୍ଷ, ଜେ ଆର ଦାସ ଏବଂ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର, ଅନୁପ କୁମାର ମିଶ୍ର ଉପସ୍ଥିତ ଥିଲେ। ଏହି ଶିବିରରେ ପ୍ରାୟ ୨୬୭ ଜଣ ଯୁବକ ଯୁବତୀ ଯୋଗ ଦେଇଥିଲେ। ସେହିପରି ସିପେଟ୍ ଓ ଗ୍ରାମ ତରଙ୍ଗ ଅନୁଷ୍ଠାନର ପ୍ରଶିକ୍ଷକ ନିଯୁକ୍ତି ଏବଂ ପ୍ଲେସମେଣ୍ଟ ଲିଙ୍କ ଟ୍ରେନିଂ ପ୍ରୋଗ୍ରାମ ପାଇଁ କାଉନସେଲିଂ କରିଛନ୍ତି। ଯୋଗ୍ୟତା ଥିବା ଯୁବକଯୁବତୀଙ୍କୁ ଆଇଟିଆଇ ଏବଂ ପଲିଟେକନିକରେ ନାମ ଲେଖାଇବା ପାଇଁ ସେହି ଅନୁଷ୍ଠାନର ପ୍ରଶିକ୍ଷକମାନେ କାଉନସେଲିଂ କରିଛନ୍ତି । ପରିଶେଷରେ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!