Tuesday, August 23, 2022
Homeସାପ କାମୁଡ଼ାରେ ପରଲୁଗୁଡା ଗ୍ରାମର ମହିଳା ମୃତ

ସାପ କାମୁଡ଼ାରେ ପରଲୁଗୁଡା ଗ୍ରାମର ମହିଳା ମୃତ

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଭେଜାଙ୍ଗୀୱାର୍ଡl ପଞ୍ଚାୟତ ପରଲୁଗୁଡା ଗ୍ରାମର ଜଣେ 50 ବର୍ଷୀୟ ମହିଳାଙ୍କୁ ଏକ ବିଷଧର ସାପ ଦଂଶନ କରିବା ଯୋଗୁ ଚିକିତ୍ସାଧିନ ଅବସ୍ଥାରେ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି l ସୂଚନା ଅନୁଯାଇ ପାରଲୁଗୁଡା ଗ୍ରାମର ଅର୍ଜୁନ ହନ୍ତାଳ ଙ୍କ ସ୍ତ୍ରୀ ବୁଟୁକି ହନ୍ତାଳ ବୁଧବାର ରାତିରେ ଖାଇସାରି ଘର ଭିତରେ ଶୋଇଥିଲେ l ଏହି ସମୟରେ ଏକ ବିଷଧର ସାପ ତାଙ୍କ ଘର ଭିତରେ ପ୍ରବେଶ କରି ବିଛଣାରେ ଶୋଇଥିବା ମହିଳା ବୁଟୁକି ଙ୍କ ଗୋଡ଼ରେ ଦଂଶନ କରିଥିଲା l ପରେ ମହିଳା ଜଣଙ୍କ ସାପକାମୁଡା ବିଷୟ ରେ ଜାଣିପାରି ପରିବାର ଲୋକଙ୍କୁ ଜଣାଇଥିଲେ l ପରିବାର ଲୋକ ରାତି ପ୍ରାୟ 12 ଟା ସମୟରେ ଆମ୍ବୁଲାନ୍ସ ଡାକି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ପାଇଁ ଆଣିଥିଲେ l ସେତେବେଳକୁ ମହିଳାଙ୍କ ଅବସ୍ତା ଗୁରୁତର ଥିବାରୁ କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରରୁ ତାଙ୍କୁ ଜିଲ୍ଲା ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇ ଥିବା ବେଳେ ଗୁରୁବାର ସକାଳ 7 ଟା ସମୟରେ ଚିକିତ୍ସାଧିନ ଅବସ୍ତାରେ ମହିଳାଙ୍କ ମୃତ୍ୟୁ ହୋଇଯାଇଚି l ଏ ନେଇ କାଲିମେଳା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣା ପଡିଛି l ମହିଳାଙ୍କ ମୃତ୍ୟୁ ପରେ ଉକ୍ତ ପରଲୁଗୁଡା ଗ୍ରାମ ସମେତ ମହିଳାଙ୍କ ପରିବାର ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ଏ ନେଇ ମହିଳାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି l

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!