ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଉପାନ୍ତ ଭେଜାଙ୍ଗୀୱାର୍ଡl ଡାପଞ୍ଚାୟତ mpv 21 ଗ୍ରାମ ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ କୁ ଚଳିତ ଶିକ୍ଷା ବର୍ଷଠାରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ପରିଣତ କରିଛନ୍ତି l ଯାହାଦ୍ୱାରା ଏହି ବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣିର ପିଲାମାନେ ପାଠପଢିବାର ସୌଭାଗ୍ୟ ପାଇବେ l Mpv 21 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପାଠ ପଢିବା ପାଇଁ ବର୍ତ୍ତମାନ ସୁଦ୍ଧା 117 ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି l ମଙ୍ଗଳବାର ନୂତନ ତଥା ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଙ୍କ ପ୍ରବେଶ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ଶିବ ଶଙ୍କର ପରମାଣିକ ଙ୍କ ଅଧ୍ୟକ୍ଷତାରେ ସଭାରେ କାଲିମେଳା ବ୍ଲକ ଅଧ୍ଯକ୍ଷା ସୁବାସିନି ସୋଡ଼ୀ, ଜିଲ୍ଲା ପରିଷଦ ଉପାଧକ୍ଷ ପତିତପାବନ ବୈଦ୍ଯ, ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା, ପୁର୍ବତନ ବିଧାୟକ ମୁକୁନ୍ଦ ସୋଡ଼ୀ, ମାନସ ମାଡକାମି, ଭେଜାଙ୍ଗୀବଡା ସରପଞ୍ଚ ସନ୍ତୋଷ କବାସି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରି ଉତ୍ସାହ କରିଥିଲେ l ସୂଚନା ଥାଉକି ଭେଜାଙ୍ଗୀବଡା ପଞ୍ଚାୟତ ଯେଉଁଠି ଦିନେ ମାଓବାଦୀ ଉପଦ୍ରବ ଅଧିକ ଥିଲା ଯେଉଁଠି ନିଦ ସମୟରେ ଲୋକେ ବାହାରକୁ ବାହାରିବା ପାଇଁ ଭୟ କରୁଥିଲେ ସେ ସ୍ଥାନରେ ଆଜି ଯୁକ୍ତ ଦୁଇ ବିଦ୍ୟାଳୟ ଖୋଲା ଯାଇଚି l ଉପାନ୍ତ ଅଞ୍ଚଳର ପିଲାମାନେ ଦଶମ ଶ୍ରେଣୀ ପରେ ଯୁକ୍ତ ଦୁଇ ପଢିବା ପାଇଁ କାଲିମେଳା ମାଲକାନଗିରି ଏମଭି 79 ପଟେରୁ ଭଳି ଦୂରଦୂରାନ୍ତ ରେ ଥିବା ବିଦ୍ୟାଳୟ କୁ ବହୁ କଷ୍ଟରେ ପାଠ ପଢିବାକୁ ଯାଉଥିଲେ l ବର୍ତ୍ତମାନ Mpv 21 ରେ ଯୁକ୍ତ ଦୁଇ ବିଦ୍ୟଳୟ ଖୋଲିବା ପରେ ଅଞ୍ଚଳର ପିଲାମାନେ ଉଚ୍ଚ ଶିକ୍ଷା ପାଇବା ପାଇଁ ଉପକୃତ ହୋଇପାରିବେ l ଏଥିସହିତ ଅଧାରୁ ପାଠ ଛାଡୁଥିବା ପିଲାମାନେ ମଧ୍ୟ ଏଠାରେ ପଢିବାର ସୁଯୋଗ ପାଇବେ ଏହି ଅବସରରେ ଅତିଥି ଛାତ୍ରଛାତ୍ରୀ ମାନଙ୍କ ଦ୍ଵରା ବିଦ୍ୟଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଦ୍ୟାଳୟରେ ପାଠ ପଢାଇବା ପାଇଁ 6 ଜଣ ଅତିଥି ଅଧ୍ୟାପକ ମାନଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣା ପଡିଚି ଆଜିର କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ ୱାର୍ଡମେମ୍ବର, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ, ଅଞ୍ଚଳର ବୁଦ୍ଧିଜିବୀ ଅଭିଭାବକ ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ