Tuesday, August 23, 2022
Homeପୂର୍ବତନ ସରପଂଚ ଙ୍କ ଦ୍ଵାଦଶ ଶ୍ରାଦ୍ଧ କାର୍ଯ୍ୟ ଦିବସ

ପୂର୍ବତନ ସରପଂଚ ଙ୍କ ଦ୍ଵାଦଶ ଶ୍ରାଦ୍ଧ କାର୍ଯ୍ୟ ଦିବସ

ଦିଗପହଣ୍ଡି,ଦିଗପହଣ୍ଡି ବ୍ଲକ୍ କଇଠଖଣ୍ଡି ପଞ୍ଚାୟତ ର ପୂର୍ବତନ ସରପଂଚ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ଵର୍ଗତ ହନୁ ଗୌଡ଼ ଙ୍କ ଦ୍ଵାଦଶ କାର୍ଯ୍ୟ ଅବସରରେ ବୁଧବାର ଦିନ ନିଜ ପୈତୃକ ଗ୍ରାମ ବୋରୀପଦର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ଏହି ପରିପ୍ରେକ୍ଷୀରେ ପରିବାର ଓ ତିନି ତାଳୁକା ଗୋପାଳ ସମାଜର ମିଳିତ ସହଯୋଗରେ ତାଙ୍କର ଅଭୁଲା ଦିନର ସ୍ମୃତିକୁ ମନେ ପକାଇବା ଉଦ୍ଦେଶ୍ୟରେ ଏକ ସ୍ମରଣିକା ପୁସ୍ତକ ଉନ୍ମୋଚନ କରିବା ସହ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଶ୍ରଦ୍ଧାଞ୍ଜଳି ଦିବସରେ ବିଶିଷ୍ଟ ଶିଳ୍ପପତି ଚନ୍ଦ୍ର ଶେଖର ନାଇଡୁ, ରାଜ୍ୟ କାଜୁ ଉନ୍ନୟନ ବିଭାଗ ଅଧ୍ୟକ୍ଷ ସୁବାଷ ମହାରଣା, ହରିପ୍ରୀୟା ଆଶ୍ରମ ର ମୁଖ୍ୟ ସନ୍ଥଶ୍ରୀ ଦେବଦତ୍ତ ମେକାପ, ହୃଦ୍ ରଞ୍ଜନ ମେକାପ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ,ସାକା. ସୁଜିତ୍,ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଏମ. ନିରଞ୍ଜନ ରେଡ୍ଡୀ,ପୂର୍ବତନ ବ୍ଲକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ,ହରିବନ୍ଧୁ ରେଡ୍ଡୀ,ବୃନ୍ଦାବନ ଖଟେଇ, ମହନ୍ତ ଚିନ୍ନୟାନନ୍ଦ ଦାସ,ଉମାକାନ୍ତ ସାହୁ ସମେତ ୨୬ ଗୋଟି ତିନି ତାଲୁକା ଗୋପାଳ ସମାଜର କର୍ମକର୍ତ୍ତା,ବ୍ରହ୍ମପୁର ଲାୟଂଶ କ୍ଲବ ସଦସ୍ୟ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି,ରାଜନେତା,ଶିକ୍ଷକ,ଶିକ୍ଷୟିତ୍ରୀ,ପ୍ରମୁଖ ଦୁର୍ବଳ କାର୍ଯ୍ୟରେ ଯୋଗ ଦେଇ ସ୍ବର୍ଗତ ଶ୍ରୀ ଗୌଡ଼ ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।ଏଥି ସହ ବିଭିନ୍ନ ସ୍ଥାନରୁ ଆସିଥିବା ଅତିଥି ଏବଂ ତାଙ୍କରି ଆଦର୍ଶ ରେ ପାଠପଢି ଥିବା ପୁରାତନ ଛାତ୍ର ମାନେ ଉପସ୍ଥିତ ରହି ସେହି ଅତୀତ ଦିନରେ ହୋଇଥିବା ଦୁଇ ପଦ କଥାକୁ ପରିପ୍ରକାଶ କରିଥିଲେ।ଶେଷରେ ବାପାଙ୍କ ଭଳି ତାଙ୍କ ପୁତ୍ର ତଥା ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୌଡ଼ ପଞ୍ଚାୟତର ବିକାଶ  ଏବଂ ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ଵ ଦେଇ ଆସୁଥିବା ଯୋଗୁଁ ଖୁବ ପ୍ରଶଂସା କରିଥିଲେ।ସେହିପରି ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମକର୍ତ୍ତା ଙ୍କ ସହାୟତାରେ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଏହି ସମୟରେ ସ୍ବର୍ଗତ ଶ୍ରୀ ଗୌଡ଼ ଙ୍କ ସ୍ତ୍ରୀ ଶୈଳ ଗୌଡ଼,ତିନି ପୁଅ ଶ୍ୱେତ ବସନ୍ତ ଗୌଡ଼, ମନୋରଞ୍ଜନ ଗୌଡ଼, ବିଭୂତି ଭୂଷଣ ଗୌଡ଼ ଙ୍କ ସମେତ ସମସ୍ତ ଜନ ପ୍ରତିନିଧି ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ । ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!