Tuesday, August 23, 2022
Homeବାଇକ୍ ର ପଛପଟକୁ ଧକ୍କା ଦେଲା ବସ୍ 2 ଜଣ ଗୁରୁତର।ବ୍ରହ୍ମପୁର

ବାଇକ୍ ର ପଛପଟକୁ ଧକ୍କା ଦେଲା ବସ୍ 2 ଜଣ ଗୁରୁତର।ବ୍ରହ୍ମପୁର

ସ୍ଥାନୀୟ ଆମ୍ବପୁଆ ଓଭରବ୍ରିଜ ଉପରେ ଟାଉନ ବସ୍  ଏକ ବାଇକର ପଛ ପଟକୁ ଧକ୍କା ଦେଇ 2ଜଣ କଲେଜ ଛାତ୍ର ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ପ୍ରକାରେ ଆଜି ପୂର୍ବାହ୍ନ 11 ଟା ସମୟରେ ବ୍ରହ୍ମପୁର ଠାରୁ ଗୋପାଳ ପୁର ଯାଉଥିବା ଟାଉନ ବସ (ଓଡ଼ି ୦୭ଡି ୩୩୧୨) ଆମ୍ବପୁଆ ଓଭରବ୍ରିଜ ଉପରେ ନିଜ ବାଇକ ରେ ଗୋପାଳପୁର ଯାଉଥିବା ଦୁଇ କଲେଜ ଛାତ୍ର ଛାତ୍ରୀ ଙ୍କ ପଛ ପଟକୁ ଧକ୍କା ଦେଇଥିଲା, ଯାହା ଫଳରେ ଛାତ୍ର ଛାତ୍ରୀ ଙ୍କ ହାତ ଓ ଗୋଡ଼ ରେ ପ୍ରବଳ ଆଘାତ ହୋଇଛି। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଅଛି। ଆହତ ମାନଙ୍କୁ ସ୍ଥାନୀୟ ବାସିନ୍ଦା ମାନେ ୧୦୮ ଆମ୍ବୁଲାନ୍ସ ସାହାର୍ଯ୍ୟରେ ବଡ଼ ମେଡ଼ିକାଲ କୁ ପଠାଇଥିଲେ। ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!