କୋରାପୁଟ ଜିଲ୍ଲା କୋଟପାଡ଼ ଏନ୍ ଏ ସି ର ବିଭିନ୍ନ ଅନୁଷ୍ଠାନ ଗୁଡିକ ରେ ବନ ମହୋତ୍ସବ ପାଳନ କରାଯାଇଛି।ଏହି ଅବସରରେ କୋଟପାଡ଼ ଆଇନ ସେବା ପ୍ରାଧିକରଣ ତରଫରୁ କୋଟପାଡ଼ ସାଇ ମନ୍ଦିର ପ୍ରାଙ୍ଗଣରେ ,ପି ଏଲ ବି ମେମ୍ବର ହେମନ୍ତ କୁମାର ପାତ୍ର,ଜୟନ୍ତ ପଟ୍ଟନାୟକ,ପ୍ରଶାନ୍ତ କୁମାର ସାହୁ,କୁଞ୍ଜ ବିହାରୀ ଵୈ ଦ୍ୟ,ଅଚ୍ୟୁତାନନ୍ଦ ବକ୍ସି,ଶିବ ନାୟକ ତଥା ଅନ୍ୟାନ୍ୟ କର୍ମୀ ମାନେ ବୃକ୍ଷ ରୋପଣ କରିଥିଲେ।ଠିକ୍ ସେହିପରି ବରିଷ୍ଠ ସମାଜସେବୀ,ତଥା ବିଶିଷ୍ଟ ଯାଦୁ କଳାକାର ହେମନ୍ତ କୁମାର ପାତ୍ର ଙ୍କ ନେତୃତ୍ୱରେ କୋଟପାଡ଼ ସହର ରେ ଥିବା ଭତରା ସମାଜ ପ୍ରାଙ୍ଗଣରେ,ଏବଂ ଶ୍ମଶାନରେ ,ଏବଂ ଅନ୍ୟାନ୍ୟ ବହୁ ଅନୁଷ୍ଠାନ ଗୁଡିକରେ ସେ ବିଭିନ୍ନ ପ୍ରକାରର ଗଛ ଲଗେଇ ଥିବା ଜଣା ପଡିଛି। ସେହିପରି କୋଟପାଡ଼ ବନୀ ବିଭାଗ ତରଫରୁ କରାଯାଇଥିବା ୭୪ତମ ବନ ମହୋତ୍ସବ ରେ ମଧ୍ୟ ସେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।ସମୁଦାୟ ତିନି ହଜାର ରୁ ଉର୍ଦ୍ଧ୍ବ ବୃକ୍ଷ ହେମନ୍ତ କୁମାର ପାତ୍ର ,l କୁଞ୍ଜ ବିହାରୀ ବୈଦ ଏବଂ ଅଚ୍ୟୁତ ନନ୍ଦ ବକ୍ସି ରୋପଣ କରି ଥିଲେ। କୋଟପାଡ଼ ବେଲେମ ସାହି ନିବାସୀ ହେମନ୍ତ କୁମାର ପାତ୍ର ଜଣେ ସମାଜ ସେବୀ ସହ ବେଶ ଜଣାଶୁଣା ଯାଦୁ କଳାକାର ଅଟନ୍ତି ।ତାଙ୍କର ଏହି ଯାଦୁ ବିଦ୍ୟା କଳାକାର ପାଇଁ ସେ ବିଭିନ୍ନ ଅନୁଷ୍ଠାନ ଗୁଡିକ ରୁ ପୁରସ୍କାର ପାଇଛନ୍ତି।ଏହି କଳା ରେ ସେ ସମସ୍ତଙ୍କ ମନ କିଣି ନିଅନ୍ତି।