Tuesday, August 23, 2022
Homeପ୍ରଧାନ ମନ୍ତ୍ରୀ ଫସଲ ବୀମା ପାଇଁ ବୁଲିଲା ସଚେତନତା ରଥ

ପ୍ରଧାନ ମନ୍ତ୍ରୀ ଫସଲ ବୀମା ପାଇଁ ବୁଲିଲା ସଚେତନତା ରଥ

କୃଷକ ହେଉଛି ଦେଶର ମେରୁଦଣ୍ଡ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ କୃଷକ ମାନଙ୍କୁ ବୀମା ଭୁକ୍ତ କରି କ୍ଷତିପୂରଣ ଅର୍ଥ ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରାଯାଉଛି। ସଂପ୍ରତି ଧରାକୋଟ ବ୍ଲକ କୃଷି ବିଭାଗ ତରଫରୁ କୃଷକ ମାନଙ୍କୁ ସଚେତନ କରି ବୀମା ଭୁକ୍ତ କରିବା ପାଇଁ ବ୍ଲକର ଅଠର ଗୋଟି ପଞ୍ଚାୟତ ରେ ସଚେତନତା ରଥ ପରିଭ୍ରମଣ କରୁଛି।  କୃଷକ ମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସହ ପ୍ରାକୃତିକ ବିପର୍ଜୟ ର  ସାମନା କରୁଥିବା ଯୋଗୁଁ ସେମାନଙ୍କ ଆର୍ଥିକ ସ୍ଥିତି ନିମ୍ନ ଗାମୀ ହେଉଛି । ଏଣୁ ଚାଷୀର ଫସଲ ର ସୁରକ୍ଷା ସହ ଫସଲହାନୀ ସମୟରେ ବୀମା କମ୍ପାନୀ ଆର୍ଥିକ ସହାୟତା ପ୍ରଦାନ କରୁଥିବା ଯୋଗୁଁ ଅଧିକ ସଂଖ୍ୟାରେ କୃଷକ ମାନେ କିପରି ଏଥିରେ ସାମିଲ ହୋଇ ପାରିବେ ସେଥି ପାଇଁ କୃଷି ବିଭାଗ ତରଫରୁ ଗାଁ ଗାଁ ରେ ସଚେତନତା ପାଇଁ ରଥ ପରିକ୍ରମା କରୁଛି। ଏହି ବୀମା ଦ୍ଵାରା ବୁଣା, ରୁଆ ରେ ବିଫଳତା,ମଧ୍ୟବର୍ତ୍ତୀ କାଳୀନ ଫସଲ କ୍ଷତି ,ଦୁର୍ବିପାକ ସମୟରେ କ୍ଷତି ଓ ଅମଳ ପରର କ୍ଷତି ପାଇଁ ଆର୍ଥିକ ସହାୟତା ମିଳିଥାଏ । ଏହି ଯୋଜନାରେ ବ୍ଲକର ସମସ୍ତ ଚାଷୀ, ଅଣଚାଷୀ ମାନଙ୍କୁ ନିକଟତମ ବ୍ୟାଙ୍କ,ସମବାୟ ବ୍ୟାଙ୍କ, କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ,ବୀମା କମ୍ପାନୀ ର ପ୍ରତିନିଧି କିମ୍ବା ଜନସେବା କେନ୍ଦ୍ରରେ ପଞ୍ଜିକରଣ କରିବାକୁ ହୁଏ । ମାତ୍ର ଏକ ଟଙ୍କା ପ୍ରୀମିମମ ରାଶି ଦେଇ ଚାଷୀମାନେ ଧାନ, ମକା, କପା,ଚିନାବାଦାମ, ମାଣ୍ଡିଆ, ହରଡ,ହଳଦୀ ଓ ଅଦା ଚାଷ ପାଇଁ ବୀମାଭୁକ୍ତ ହୋଇପାରିବେ । ସରକାର ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ରେ ସାମିଲ ହେବାପାଇଁ ଆସନ୍ତା ଅଗଷ୍ଟ ପାଞ୍ଚ ତାରିଖ ପର୍ଯ୍ୟନ୍ତ ସମୟ ସୀମା ବୃଦ୍ଧି କରିଛନ୍ତି । ଏଣୁ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ କୁ ଜୋରଦାର କରାଯାଇଛି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!