ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରପରିସଦ ଅନ୍ତର୍ଗତ ଘୋଡାହାଡ଼ ସେତୁ ପାର୍ଶ୍ଵ ରାସ୍ତା କୁ ସଂଯୋଗ କରୁଥିବା ସିମେଣ୍ଟ ରୋଡ ଓ ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର ହୋଇଥିବା ଫେବର ବ୍ଲକ ରାସ୍ତା ନିମ୍ନମାନ କାମର ଏକ ଜ୍ବଳନ୍ତ ଦୃଷ୍ଟାନ୍ତ ଅଟେ। ପ୍ରାୟ ୩୩ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ଏହି ରାସ୍ତା ନିର୍ମାଣ ସରିବାର ପ୍ରାୟ ତିନି ମାସ ନ ହେଉଣୁ ରାସ୍ତା ସାରା ଖାଲ ହେବା ସହ ଫେବର ବ୍ଲକ ଦବି ପାର୍ଶ୍ଵରେ ଡ୍ରେନରେ ସୁରକ୍ଷା ପାଚେରୀ ସହ ଭାଙ୍ଗି ପଡିଛି। ଜଳସେଚନ ଅଧୀନରେ ଥିବା ଏହି ରାସ୍ତା ଫାଟି ଆଁ କଲାଣି। ଏହି ପରିପ୍ରେକ୍ଷୀରେ ଏହାର ଗୁଣାତ୍ମକ ମାନ କେଉଁ ସ୍ତରର ବୋଲି ସ୍ତାନୀୟ ଲୋକେ ପ୍ରଶ୍ନ କରିଛନ୍ତି।ଏବଂ ସ୍ଥାନୀୟ ଲୋକମାନେ କହିଛନ୍ତି ଆମେ କେମେରା ସମୁଖରେ କହିବୁ ନାହିଁ କାରଣ ଏହା ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀ ଅଟେ ହେଲେ ଏଠି ପ୍ରଶ୍ନ ଉଠେ ତିନି ମାସ ନହେଉଣୁ ରାସ୍ତା ଫାଟିଯିବା ଏବଂ ଫେବର ବ୍ଲକ ରେ ମଧ୍ୟ ଫାଟ ଦେଖାଦେଇଥିବାରୁ ଜନସାଧାରଣରେ ରାସ୍ତାର ସ୍ଥାୟିତ୍ବ ନେଇ ସନ୍ଦେହ ସୃଷ୍ଟି ହେଉଛି। ଏହି ରାସ୍ତା ଦେଇ ସହ ସହ ଚାଷୀ ପରିବା ବୋଝେଇ ଲୋଡ଼ ଅଟୋ ଏବଂ ପାଲିକୁ ଆସୁଥିବା ବଡ ଟ୍ରକ ସବୁ ସମୟରେ ଯାତାୟାତ କରୁଥିବାରୁ ଲୋକଙ୍କ ପାଇଁ ମରଣ ଯନ୍ତା ପାଲଟିଛି।ରାସ୍ତା ଦବି ଯାଇଥିବା ସ୍ଵତ୍ୟେ ମଧ୍ୟ ବିପଦ ମୂଳକ ସୂଚନା ଫଳକ ନ ଲଗାଇ ଲୋକଙ୍କୁ ଅନ୍ଧକାର ରେ ରଖା ଯାଇଛି।ଯଦି ବଡ ଧରଣର ଦୁର୍ଘଟଣା ହେବ ଦାୟୀ କିଏ ରହିବ!ସାଧାରଣ ଲୋକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା କରୁଥିବାବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା, ପ୍ରିୟ ପ୍ରୀତି ଯୋଗୁ ସାଧାରଣ ଲୋକେ ନାହିଁ ନଥିବା ହିନସ୍ତା ହେଉଥିବା ଅଭିଯୋଗ ହୋଇଛି।ଏନେଇ ସ୍ଥାନୀୟ ଜେଇଙ୍କ ସହ ଯୋଗାଯୋଗ କରିବା ଦ୍ୱାରା ମୋବାଇଲ ଅଫ ରଖିଛନ୍ତି କେବେ ଏହି ରାସ୍ତା ର ମରାମତି କାର୍ଯ୍ୟ ଆରମ୍ଭ ହେବ ସ୍ଥାନୀୟ ବାସିନ୍ଦା ଆଶଙ୍କାରେ ଅଛନ୍ତି l
ହିଞ୍ଜିଳିକାଟୁ ରୁ ଅଖିଳ କୁମାର ପଟ୍ଟନାୟକ