OdishaStatenews.com Today : 21-Jan-2021 16:01:45 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ତାଳଚେର ମେଡିକାଲ୍ କଲେଜକୁ ସରକାରୀ ପରିଚାଳନାରେ କାର୍ଯ୍ୟକାରୀ ଦାବୀରେ ଆନ୍ଦୋଳନକୁ ସମର୍ଥନ।

January 13, 2021, ଓଡ଼ିଶା, ଅନୁଗୁଳ,


ତାଳଚେର ମେଡିକାଲ୍ କଲେଜକୁ ସରକାରୀ ପରିଚାଳନାରେ କାର୍ଯ୍ୟକାରୀ ଦାବୀରେ ଆନ୍ଦୋଳନକୁ ସମର୍ଥନ।
Pratap Ku sahu
[ BLOCK REPOTER TALCHER ANUGUL ]
OdishaStateNews Bureau
January 13, 2021

ଅନୁଗୋଳ 13.01 ( ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର ) ଇନିଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଏଣ୍ଡ ରିସର୍ଚକୁ ସରକାରୀ ପରିଚାଳନାରେ କାର୍ଯ୍ୟକାରୀ କରି ୨୦୨୦-୨୧ ମସିହା ଠାରୁ ନାମ ଲେଖା ଆରମ୍ଭ କରିବା ଦାବୀରେ ମେଡିକାଲ୍ କଲେଜ୍ ସଂଘର୍ଷ ସମିତି ପକ୍ଷରୁ ଆସନ୍ତା ଜାନୁଆରୀ ୧୮ ଓ ୧୯ ରିଖ ୨୦୨୧ ପର୍ଯ୍ୟନ୍ତ ହେବାକୁ ଥିବା ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାକୁ ତାଳଚେର ପରିବେଶ ସୁରକ୍ଷା ସମିତି ଓ ତାଳଚେର ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ସମର୍ଥନ କରାଯାଉଛି । ଏହି ଉପଲକ୍ଷେ ମଙ୍ଗଳବାର ପୂର୍ବାହ୍ନରେ ଦେଉଳବେଡା ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ବୈଠକରେ ତାଳଚେର ପରିବେଶ ସୁରକ୍ଷା ସମିତିର ଆବାହକ ପଦ୍ମଚରଣ ସାମଲ, ପ୍ରହ୍ଲାଦ ଚନ୍ଦ୍ର ସାହୁ, ଦିଗାମ୍ବର ଗଡନାୟକ, କୁମର ସାହୁ, ବୃନ୍ଦାବନ ସାହୁ, ପ୍ରେମାନନ୍ଦ ମହାନ୍ତି, ରଣଜିତ୍ ମହାପ୍ରାତ, ଭିକାରୀ ପ୍ରଧାନ, ସଦାଶିବ ସିଂହ, ଜୟସେନ୍ ମେହେର, ପ୍ରଗତି ନାୟକ, ଗଦାଶିଳା ସରପଂଚ ଜେମାମଣି ନାଏକ, ତାଳଚେର ଜନ ବିକାଶ କଲ୍ୟାଣ ସଂଘର ସଭାପତି ଭୁପେନ୍ ଥମ୍ବ, ସଂପାଦକ ଦ୍ରୁମଦ ପ୍ରଧାନ ପ୍ରମୁଖ ଯୋଗଦେଇ ଘୋଷଣା କରିଛନ୍ତି । ଏହି ତାଳଚେର ମେଡିକାଲ କଲେଜ୍ କୁ ସରକାରୀ ପରିଚାଳନାରେ କାର୍ଯ୍ୟକାରୀ କରିବା ଦାବୀରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଳଚେର ମେଡିକାଲ୍ କଲେଜ କ୍ରିୟାମୁନଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଧାରଣାକୁ ମଧ୍ୟ ସମର୍ଥନ କରାଯାଉଛି । ଏହି ମେଡିକାଲ୍ କଲେଜ କୁ ସରକାରୀ ପରିଚାଳନାରେ କାର୍ଯ୍ୟକାରୀ ଦାବୀରେ ଐକ୍ୟବଦ୍ଧ ଶକ୍ତିଶାଳୀ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଦଳମତ ସଂଗଠନ ନିର୍ବିଶେଷରେ ଜନସାଧାରଣ ସାମିଲ ହେବା ପାଇଁ ଆଜିକାର ଏହି ବୈଠକରେ ଆହ୍ୱାନ କରାଯାଇଛି । ତାଳଚେର ରୁ ପ୍ରତାପ କୁମାର ସାହୁ ଙ୍କ ରିପୋର୍ଟ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିଲ୍ଲାପାଳ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ |

ଜିଲ୍ଲାପାଳ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ |
Read More...

ଭଞ୍ଜନଗର କଂଗ୍ରେସ  କର୍ମକର୍ତ୍ତା ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ।

ଭଞ୍ଜନଗର କଂଗ୍ରେସ କର୍ମକର୍ତ୍ତା ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ।
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ମୁନୀଗୁଡା ତହସିଲଦାର ଙ୍କ ମେଘା ସଫଳତା ଏକକାଳୀନ ଆଠଟି ଟ୍ରାକ୍ଟର ରେ ଚୋରା  ବାଲି ଚାଲାଣ ଜଵତ ,ଲକ୍ଷାଧିକ ଟଙ୍କାର ରାଜସ୍ବ ଆଦାୟ ସମ୍ଭାବନା। ---
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell