ଗଂଜାମ-12/01 ( ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର )
ଭଞ୍ଜନଗର କଂଗ୍ରେସ କର୍ମକର୍ତ୍ତା ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ କାଇଣ୍ଡି ,ଜିଲୁଣ୍ଡି, ଅଗରଝୋଳ, ବାଉଁଶଲୁଣ୍ଡି ,ମରାଠୀ ସାହି ଛକ ରେ ଭଞ୍ଜନଗର କଂଗ୍ରେସ ପକ୍ଷରୁ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା,ପିସିସି ପର୍ଯ୍ୟବେକ୍ଷକ ଅକ୍ଷୟ କୁମାର ଆଚାର୍ଯ୍ୟ ଙ୍କୁ ଏକ ବାଇକ ଶୋଭାଯାତ୍ରା ରେ ପାଛୋଟି ନିଆଯାଇଥିଲା, ପରେ ଭଂଜମାଟି ର ବିରପୁତ୍ର ଭଞ୍ଜକବି ଉପେନ୍ଦ୍ର ଭଞ୍ଜ ଙ୍କ ପ୍ରତିମୃତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ଭେଜିପୁଟ ମୁକ୍ତେଶ୍ଵର ଶିବ ମନ୍ଦିର ପ୍ରଂଗଣ ରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ଦଲୀୟ ସଂଗଠନ କୁ ସୁଦୃଢ଼ ପାଇଁ ସପଥ ନିଆଯାଇଛି ।ଭଞ୍ଜନଗର ବ୍ଲକ ,NAC ଏବଂ ଜଗନ୍ନାଥ ପ୍ରସାଦ ବ୍ଲକ ପାଇଁ ସଭାପତି ଚୟନ ଆଲୋଚନା ହୋଇଥିଲା। ଭଞ୍ଜନଗର ଯୁବ ନେତା ପ୍ରଶାନ୍ତ କୁମାର ବିଷୋୟୀ ଙ୍କ ଆବହକତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲା ରାଜୀବ ଗାନ୍ଧୀ ପଂଚାୟତରାଜ ସଂଗଠନ ପ୍ରଭାରୀ ବିସ୍ମୟ ମହାପାତ୍ର,ମହିଳା କଂଗ୍ରେସ ସଭାପତି ସ୍ୱରୂପା ତ୍ରିପାଠୀ,ଶମ୍ଭୁନାଥ ପାଣିଗ୍ରାହୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା,ଦେବୀ ବିଷୋୟୀ, ବିଦ୍ୟାଧର ପ୍ରଧାନ, କୃଷ୍ଣଚନ୍ଦ୍ର ବିଷୋୟୀ,ସନ୍ତୋଷ ନାୟକ,ଭାସ୍କର ପତି, ଅଯୋଧ୍ୟା ମହାପାତ୍ର, ଜବାହରଲାଲ ସାହୁ,ମିଥୁନ ବିଷୋୟୀ,ହାଡୁବନ୍ଧ ଜେନା,ମଣ୍ଟୁ ପ୍ରଧାନ ପ୍ରମୂଖ। ହଜାରରୁ ଅଧିକ କର୍ମୀ ଯୋଗଦେଇଥିଲେ। ପରେ ନିର୍ବାଚନ ମଣ୍ଡଳୀ ନିକଟସ୍ଥ ଗ୍ୟାଲେରୀ ଏବଂ ହରିଗଡ଼ ପଂଚାୟତ ରେ ହାତୀ କୁଦି ମୃତ୍ୟୁ ବରଣ କରିଥିବା ପରିବାରଲୋକଙ୍କୁ ଭେଟିଥିଲେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା।
ତାଳଚେର ମେଡିକାଲ୍ କଲେଜକୁ ସରକାରୀ ପରିଚାଳନାରେ କାର୍ଯ୍ୟକାରୀ ଦାବୀରେ ଆନ୍ଦୋଳନକୁ ସମର୍ଥନ।
Read More...
ବଡ଼ସାହି ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ
Read More...