ବଡସାହି:- 13/01 (ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର)ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ କୋଭିଡ଼ ନିୟମ ମାନି ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ଣରେ ଗୁରୁଜୀ ମାନସ ରଥ ଓ ବର୍ଷା ଗୁରୁମାଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀଙ୍କ ଦ୍ଵାରା 'ବାଣୀମନ୍ଦୀର 'ରେ ବେଦମନ୍ତ୍ର ସହିତ ସ୍ଵାମୀ ବିବେକାନନ୍ଦଙ୍କ ବନ୍ଦନା ଗାନକରି ପୂଜା ଅର୍ଚ୍ଚନା କରିଥିଲେ । ଅନୁଷ୍ଠାନର ସଂପାଦକ ଡକ୍ଟର କୁମାର ବାବୁଲି ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ମନୋରଞ୍ଜନ ସେଠୀ ଯୋଗଦାନ କରି ' ଆଧ୍ୟାତ୍ମିକ ଚିନ୍ତାଧାରା ରାଷ୍ଟ୍ରଭକ୍ତ ନିର୍ମାଣ କରିଥାଏ, ପିଲା ବେଳୁଁ ସେମାନଙ୍କୁ ଏକ ଶୃଙ୍ଖଳିତ ପରିମାର୍ଜିତ ରାସ୍ତାରେ ଆଗେଇବାକୁ ଶିକ୍ଷା କେନ୍ଦ୍ର ସେମାନଙ୍କୁ ଶିକ୍ଷା ପ୍ରଦାନ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଚିତ୍ତରଞ୍ଜନ ବିନ୍ଧାଣୀ ତଥା ଅନ୍ୟତମ ଅତିଥି ଭାବେ ସାଗରିକା ଦାସ, ବିଶ୍ଵଜିତ ମହାନ୍ତି, ରଞ୍ଜିତା ପାତ୍ର, ସବିତା ମହାନ୍ତି ଓ ଚାନ୍ଦିନୀ ମହାକୁଡ଼ ଆଦି ଯୋଗଦାନ କରି ସ୍ଵାମୀଜୀଙ୍କ ଜୀବନ ଗାଥା ଓ ପିଲାମାନଙ୍କ ପାଇଁ ସ୍ଵାମିଜୀ ଛାଡ଼ିଯାଇଥିବା ବିଭିନ୍ନ ଉଦାହରଣକୁ ରୋମନ୍ଥନ କରିଥିଲେ । ଅପରାହ୍ନରେ ପ୍ରଧାନ ଆଚାର୍ଯ୍ୟା ସୂର୍ଯ୍ୟକାନ୍ତି ପୁହାଣଙ୍କ ଅଧ୍ୟକ୍ଷତାରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶୋଭନିତା ପଣ୍ଡା ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ଭଞ୍ଜନଗର କଂଗ୍ରେସ କର୍ମକର୍ତ୍ତା ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ।
Read More...
ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ
Read More...