OdishaStatenews.com Today : 21-Jan-2021 16:19:09 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ

January 13, 2021, ଓଡ଼ିଶା, ନବରଙ୍ଗପୁର,


ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ
MIHIR SANKAR PATRA
[ DISTRICT REPORTER NABARANGPUR ]
OdishaStateNews Bureau
January 13, 2021

ନବରଙ୍ଗପୁର:-ଡାବୁଗାଁ 13/1(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନସ୍ଥ କେଲିଆ ଶୈବପୀଠ ଏକ ପର୍ଯ୍ୟଟନସ୍ଥଳୀ ଓ ଧର୍ମାନୁଷ୍ଠାନ କହିଲେ ଚାଲେ ଏଠାରେ ଶିବରାତ୍ରି ପୂର୍ବରୁ ଭକ୍ତ ମାନଙ୍କ ଭିଡ ଆରମ୍ଭ କହାଇଗଲାଣି | ମନ୍ଦିର ଚତୁର୍ପାସର ମୋନରମା ଭରା ଶୋଭା ସତେଯେପତି ପର୍ଯ୍ୟଟକ ମାନଙ୍କୁ ସ୍ଵାଗତ କରିବାରେ ତତ୍ପର ହୋଇ ଉଠିଛି | ନବରଙ୍ଗପୁର ଜଲିା ସେଦରମହକୁମା ଠାରୁ ୪୫ କିମିି ତଥା ଡାବୁଗାଁ ବ୍ଲକ ସଦରମହକୁମା ଠାରୁ ୧୩ କିମି ଦୂରରେ ରହଛିି କେଲିଆ ଶୈବପୀଠ । ମାନ୍ୟତା ଅନୁସାରେ ଏଠାରେ ପୂଜା ପାଉଥିବା ବାବା ଝାଡେସ୍ୱର ମହାଦେବଙ୍କ ପ୍ରସାେଦ ସେବନ ଓ ପାଦୁକା ଲେପନ କଲେ କୁଷ୍ଠ ରୋଗ ମଧ୍ୟ ଭଲ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି । ପ୍ରଥମେ ଚଳ ଛପର ଘୋରେ ବାବାଙ୍କ ମନ୍ଦିର ନିର୍ମାଣ ହୋଇଥିଲା | କିନ୍ତୁ ବର୍ତ୍ତମାନ ରୋ ମନ୍ଦିର କମିଟିର ପ୍ରଚେଷ୍ଟାରେ ୨୦୦୨ ମସିହାରେ ତତକାଳୀନ ଡାବୁଗାଁ ବିଧାୟକ ଭୁଜବଳ ମଝି ,ଜିଲାପାଳ, ଆଖପାଖ ଗ୍ରାମବାସୀ ଓ ମନ୍ଦିର କମିଟିର ସହଯୋଗରେ ୧୫ଲକ୍ଷ ଟଙ୍କା ବ୍ୟୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୧୩ ମସିହାରେ ମନ୍ଦିର ନିର୍ମାଣ ହୋଇଯାଇଥିଲା ଏବଂ ମନ୍ଦିର ପ୍ରତିଷ୍ଠା କରାଯାଇ ଥିଲା । ଏହି କେଲିଆ ଶୈବପୀଠର ନିଆରା ଆକର୍ଷଣ ହେଉଛି ଚାରିପଟେ ଥିବା ମୋନହର ଦୃଶ୍ୟ ଏବଂ ଔଷଧୀୟ ବୃକ୍ଷ ଗୁଡିକ ହରିଡା, ବାହାଡା,ଅଁଳା ଆଦି ବିଭିନ୍ନ ଔଷଧୀୟ ବୃକ୍ଷ । ଏହି ପର୍ଯ୍ୟଟନସ୍ଥଳ ନିକଟରେ ରହିଛି କେଲିଆ, ବାଣୁଆଗୁଡା, କୁମୁଝରିଆଗୁଡା, କପାଖନାଗୁଡା, ମାନିଆଗୁଡା ସେଠାରେ ଆଜିବି ଲୋକମାନଙ୍କ ସରଳ ନରିୀହ ଜୀବନଧାରା ଦେଖିବାକୁ ମିଳେ,ଉକ୍ତ ଗ୍ରାମ ଗୁଡକିକର ବାସ କରନ୍ତି ଭତରା, କଗୌଡ, ହରିଜନ, କୁମ୍ଭାର, ପରଜା, ଓ କନ୍ଧ ଭଳି ଆଦିବାସୀ ସମ୍ପ୍ରୋଦାୟର ଲୋକ ପର୍ଯ୍ୟଟନସ୍ଥଳୀ ର ଅପରୂପ ସୌନ୍ଦର୍ଯ୍ୟ ଉପଭଗ କରିବାକୁ ଏଠାକୁସୁଅ ଛୁଟେ ଓଡିଶା ସମେତ ପଡୋଶି ଛତିଶଗଡ଼ ଓ ଆନ୍ଧ୍ରପ୍ରଦେସର ପର୍ଯ୍ୟଟକ |ଏଠାରୁ ଜଙ୍ଗଲ ରାସ୍ତାରେ ୩ କିମିି ଦୂରରେ ରହଛିି ପାର୍ବତୀ ଗୁମ୍ଫା | ଯାହାର ରହସ୍ୟ ପର୍ଯ୍ୟଟକଙ୍କୁ ଟାଣିଆଣିବାକୁ ସକ୍ଷମ ହୁଏ | ଏହିଗୁମ୍ଫା କେଉଁଠି ସମାପ୍ତ ହୋଇଛି ତାହା ଆଜିବି ରହସ୍ୟ ହୋଇ ରହିଛି | ଗୁମ୍ଫା ଭିତରେ ଥିବା ଧବଳ ରଙ୍ଗର ଲିଙ୍ଗଟି ହେଉଛି ମାଁ ପାର୍ବତୀଙ୍କ ଆସ୍ଥାନ ।ଅନ୍ୟ ଆକର୍ଷଣ ମଧ୍ୟରେ ରହିଛି "ଗଙ୍ଗା କୁଣ୍ଡ " ଏହି ଛୋଟିଆ କୁଣ୍ଡର ପାଣି କେବେବି କମୁନି । ଏହାଛଡା ଜଙ୍ଗଲ ମଧ୍ୟକୁ କିଛିଦୂର ଚାଲିଗଲେ ଦେଖାଯାଉଛି ରାଜରାଜୋଡା କାଳର ବଗ୍ନାବଶେଷ ର ପୁରୁଣା କୁଅଁ ଏବଂ 300 /400 ବର୍ଷ ପୁରୁଣା ଇଟା ଖଣ୍ଡ ଗୁଡିକ ଏହାସହ ଜଙ୍ଗଲ ମଧ୍ୟରୁ ଭାସି ଆସୁଥିବା କୁଟୁରା, ଠେକୁଆ ଆଦି ବନ୍ୟଜନ୍ତୁଙ୍କ ଶବ୍ଦ ପର୍ଯ୍ୟଟକଙ୍କ ମଧ୍ୟରେ ରୋମାଞ୍ଚ ସୃଷ୍ଟିକରେ | କିନ୍ତୁ ଦୁଃଖର ବିଷୟ ପ୍ରକୃତିର ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇ ପାରି ନାହିଁ । କେଲିଆ ଶୈବପୀଠ ଠାରୁ ପାର୍ବତୀଗୁମ୍ଫା କୁ ସଂଯୋଗ କରୁଥିବା ପାଦଚଲା ପାହାଡଆି ରାସ୍ତାର ଉନ୍ନତକିରଣ ପାଇ ପ୍ରସ୍ତାବ ଦିଆ ଯାଇଛି ମାତ୍ର କାର୍ଯ୍ୟକାରୀ ହୋଇନାହିଁ ତେଣୁ ପର୍ଯ୍ୟଟକ ମାନେ



ବିପଦ ସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି ।ଏଠାରେ ପର୍ଯ୍ୟଟକମାନେ ରହିବା ପାଇଁ କଣସି ସୁବିଧା ନାହିଁ । ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଲେ ରାଜସ୍ବ ବୃଦ୍ଧି ସାଙ୍ଗକୁ ଆଦିବାସି ସଂସ୍କୃତି , ପରମ୍ପରା ଲୋକଲଚନାକୁ ଆସିପାରନ୍ତା ବୋଲି କେଲିଆ ଶୈବପୀଠ ମନ୍ଦିର କମିଟିର ସମ୍ପାଦକ ଦେବରାଜ ପାତ୍ର କହିଛନ୍ତି । ୩/୪ ବଷ୍ ହେଲା ଏହି ଶୈବପୀଠ କୁ ପର୍ଯ୍ୟଟନ ବଭିାଗ ନିଜି ହାତକୁକ ନେଇଥିବା ବେଳେ ଆଜିପର୍ଯ୍ୟନ୍ତ ଆଖିଦୃଶିଆ କୌଣସି ଉନ୍ନତି ମୂଳକ କାମ ହୋଇନାହିଁ |ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଏବଂ ଜିଲା ପ୍ରଶାସନ ବିଶେଷ ଧ୍ୟାନ ଦେବା ଆବଶ୍ୟକତା ରହିଛି । ରିପୋଟ - ମିହିର ଶଙ୍କର ପାତ୍ର




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଡ଼ସାହି ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ

ବଡ଼ସାହି ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ
Read More...

ପାଗଳ କୁକୁର କାମୁଡ଼ାରେ ୩ ଆହତ ଗୋଡ଼ାଇ ଗୋଡ଼ାଇ ମାରିଦେଲେ ଗ୍ରାମବାସୀ

ପାଗଳ କୁକୁର କାମୁଡ଼ାରେ ୩ ଆହତ ଗୋଡ଼ାଇ ଗୋଡ଼ାଇ ମାରିଦେଲେ ଗ୍ରାମବାସୀ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଉଷୁମ ପାଣି ପିବା ଉତ୍ତମ ସ୍ୱାସ୍ଥ୍ୟ ଓ କୋମଳ ତ୍ଵଚା ପାଇଁ ଅତ୍ୟନ୍ତ ଫଳପ୍ରଦ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell