ନବରଙ୍ଗପୁର: 13/01 (ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର)ଡାବୁଗାଁ ଥାନା ଅଞ୍ଚଳରେ ଦୁଇ ଦିନ ହେଲା ପାଗଳ କୁକୁର କାମୁଡ଼ାରେ ୩ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ଅନ୍ୟପଟେ ଉତ୍ୟକ୍ତ ଗ୍ରାମବାସୀ ଏହି ପାଗଳ କୁକୁରଟିକୁ ମାରି ଦେଇଥିବା ଜଣା ପଡ଼ିଛି । ସୂଚନା ଅନୁଯାୟୀ , ପାଗଳ କୁକୁରଟି ଦୁଇଦିନ ହେଲା ଡାବୁଗାଁ ବସ୍ଷ୍ଟାଣ୍ଡ ଅଞ୍ଚଳ , ନୂଆଗୁଡ଼ା ଓ ରେଭିନ୍ୟୁ ସାହି ଅଞ୍ଚଳରେ ବୁଲାବୁଲି କରୁଥିଲା । ଗତକାଲି ସ୍ଥାନୀୟ ବସଷ୍ଟାଣ୍ଡରେ ପ୍ରସାଦ ସିଂ ବୁଲାବୁଲି କରୁଥିବା ସମୟରେ ତାଙ୍କୁ ଏହି ପାଗଳ କୁକୁର କାମୁଡ଼ି ଦେଇଥିଲା । ପରେ ବସଷ୍ଟାଣ୍ଡ ନିକଟରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ କାମୁଡ଼ି ଦେଇଥିଲା । ଆଜି ସଂଧ୍ୟାରେ ସ୍ଥାନୀୟ ରେଭିନ୍ୟୁ ସାହିର ଆଦି ଲକ୍ଷ୍ମୀ ଗୁରୁ ନିଜ ଘର ସମ୍ମୁଖରେ ଝୋଟି ଦେବା ସମୟରେ ପାଗଳ କୁକୁର ତାଙ୍କ ହାତ ଓ ଗୋଡ଼ରେ କାମୁଡ଼ି ଦେଇଥିଲା । ପରେ ଲକ୍ଷ୍ମୀଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା କରିବା ପରେ ହେଟାବାଘକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଲକ୍ଷ୍ମୀଙ୍କ ଗୋଡ଼ ଓ ହାତରୁ ପ୍ରବଳ ରକ୍ତସ୍ରାବ ହେଉଥିବା ଜଣା ପଡ଼ିଛି । ଅନ୍ୟପଟେ ଗ୍ରାମରେ ଆତଙ୍କ ସୃଷ୍ଟି କରିଥିବା ଉକ୍ତ ପାଗଳ କୁକୁରକୁ ଆଜି ରାତିରେ ଗ୍ରାମବାସୀ ଗୋଡ଼ାଇ ଗୋଡ଼ାଇ ମାରି ଦେଇଥିବା ଜଣା ପଡ଼ିଛି । ଏହି ପାଗଳ କୁକୁରଟି ବିଭିନ୍ନ ସାହିର କୁକୁରଙ୍କୁ ମଧ୍ୟ କାମୁଡ଼ି ଥିବାରୁ ଆଗକୁ ମଧ୍ୟ ବିପଦ ରହିଥିବା ନେଇ ଗ୍ରାମବାସୀ ଆଶଙ୍କାରେ ରହିଛନ୍ତି ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର
ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ
Read More...
ପବ୍ଲିକ ରାଇଟସ୍ ଆସୋସିଏସନ ପକ୍ଷରୁ ଜାତୀୟ ଯୁବ ଦିବସ ଅବସରରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ
Read More...