ଦାମନଯୋଡି-(୧୨/୦୧/୨୦୨୧)-କୋରାପୁଟ ବ୍ଲକ ପବ୍ଲିକ ରାଇଟସ୍ ଆସୋସିଏସନ ପକ୍ଷରୁ ଆଜି ସ୍ଥାନୀୟ ଦାମନଯୋଡି ଅଁଳାବାଡି କଲୋନି ସ୍ଥିତ କମ୍ୟୁନିଟୀ ସେଣ୍ଟର ପରିସରରେ ଜାତୀୟ ଯୁବ ଦିବସ ଅବସରରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି।ଏଥିରେ କୋରାପୁଟ ଜିଲ୍ଲା ପବ୍ଲିକ୍ ରାଇଟସ୍ ଆସୋସିଏସନର ସାଧାରଣ ସମ୍ପାଦକ ନୃପେନ୍ଦ୍ର ନାରାୟଣ ବାଗ୍ ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।ମୂଖ୍ୟବକ୍ତା ରୂପେ ଆଇନଜୀବି ପିତାମ୍ବର ସାହୁ,ସମ୍ନାନିତ ଅତିଥି ରୂପେ ଆସୋସିଏସନର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ କାମେଶ୍ବର ପାତ୍ର ଓ ଆସୋସିଏସନର କୋରାପୁଟ ବ୍ଲକ୍ ସଭାପତି ତେଜେଶ୍ବର ପାତ୍ର ପ୍ରମୁଖ ମଂଚାସୀନ ଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ଓ ଉପସ୍ଥିତ ସଜ୍ଜନମଣ୍ଡଳୀ ଦ୍ବାରା ସ୍ବାମୀଜିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।ସ୍ବାମୀଜିଙ୍କ ଜୀବନଦର୍ଶନ ଓ ଯୁବସମାଜ ପ୍ରତି ତାଙ୍କର ମହତ୍ ବାଣୀ ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମକୁ ଆସୋସିଏସନର ସଦସ୍ୟ ସନ୍ତୋଷ କୁମାର ନନ୍ଦ ମଂଚ ସଂଯୋଜନା କରିଥିଲାବେଳେ ଆସୋସିଏସନର କୋରାପୁଟ ବ୍ଲକ୍ ସାଧାରଣ ସମ୍ପାଦକ ଦିପକ ପଟ୍ଟନାୟକ,ସୀମାଂଚଳ ପାତ୍ର,ଘନଶ୍ୟାମ ଗୌଡ,କମଳଲୋଚନ ମାଛ,ଅଶ୍ବିନୀ ରଥ,ବନ୍ଧୁ ଶବର,ମନ୍ମଥ ଦାଶ,ଶୂନ୍ୟବାସୀ ମହାରଣା,ଭୀମ ମୁଦୁଲି,ଦେବେନ୍ଦ୍ର କୁମାର ରାଜୁ,ଯୁଧିଷ୍ଠିର ଖୋସ୍ଲା,ସନ୍ତୋଷ କୁମାର ପାତ୍ର ଓ ମଙ୍ଗୁଳୁ ଚରଣ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।ଆସୋସିଏସନର ଯୁବ ସଂଗଠକ ବେଣୁମାଧବ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ
ପାଗଳ କୁକୁର କାମୁଡ଼ାରେ ୩ ଆହତ ଗୋଡ଼ାଇ ଗୋଡ଼ାଇ ମାରିଦେଲେ ଗ୍ରାମବାସୀ
Read More...
କେବେ ଦୂରହେବ ଅକାମୀ ହୋଇଥିବା ନାଲକୋ ଠିକାଶ୍ରମିକ ରଙ୍କନିଧି ପରିବାରର ଦୁଃଖଦୁର୍ଦଶା
Read More...