OdishaStatenews.com Today : 21-Jan-2021 17:41:52 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

କେବେ ଦୂରହେବ ଅକାମୀ ହୋଇଥିବା ନାଲକୋ ଠିକାଶ୍ରମିକ ରଙ୍କନିଧି ପରିବାରର ଦୁଃଖଦୁର୍ଦଶା

January 13, 2021, ଓଡ଼ିଶା, କୋରାପୁଟ,


କେବେ ଦୂରହେବ ଅକାମୀ ହୋଇଥିବା ନାଲକୋ ଠିକାଶ୍ରମିକ ରଙ୍କନିଧି ପରିବାରର ଦୁଃଖଦୁର୍ଦଶା
MANAS RANJAN KAR
[ DAMANJODI REPORTER ]
OdishaStateNews Bureau
January 13, 2021

ଦାମନଯୋଡି-(୧୨/୦୧/୨୦୨୧)- (ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) କୋରାପୁଟ ଜିଲ୍ଲା ଦାମନଯୋଡି ନାଲକୋ ଶିଳ୍ପାଂଚଳ ମାଥାଲପୁଟରେ ରହୁଛନ୍ତି ରଙ୍କନିଧି ବେହେରାଙ୍କ ପରିବାର।ପରିବାର କହିଲେ ରଙ୍କନିଧି(୪୫ବର୍ଷ) ତାଙ୍କ ପତ୍ନୀ ସାଇବାଣୀ ବେହେରା(୪୦ବର୍ଷ) ଓ ୨୦ବର୍ଷର ଝିଅ ବର୍ଷା।ରଙ୍କନିଧି ନାଲକୋ ପ୍ଲାଣ୍ଟର ସିଭିଲ୍ ମେଣ୍ଟେନାନସରେ ଠିକାଦାର ଅମୂଲ୍ୟ ବାରିକ୍ ଅଧିନରେ ଜଣେ ଠିକାଶ୍ରମିକ ଭାବେ କାମ କରୁଥିଲେ।୨୦୧୯ ଡିସେମ୍ବର ୫ତାରିଖରେ ପ୍ଲାଣ୍ଟରେ କାମ କରୁଥିବା ସମୟରେ ଏକ ବିସ୍ଫୋରଣ ଘଟି ରଙ୍କନିଧିଙ୍କ ଗୋଡ ଛିଣ୍ଡି ଯାଇଥିଲା।ପରେ ବିଶାଖାପାଟନମରେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିଲେ ହେଁ ଗୋଡ ଦୁଇଟା ସଂପୂରୁର୍ଣ୍ଣ ଅକାମୀ ହୋଇଯାଇଛି।ବାଡି ନଧରିଲେ ସେ ଚାଲିପାରୁନାହାଁନ୍ତି।ଅନ୍ୟ ପକ୍ଷରେ ପତ୍ନୀ ସାଇବାଣୀଙ୍କ ଆଖିରେ ଟ୍ୟୁମର ହେବାରୁ ୨୦୧୮ରେ ଅପରେସନ ଦ୍ବାରା ଗୋଟିଏ ଆଖି ନାହିଁ।କେବଳ ଗୋଟିଏ ଆଖିରେ ଦୁନିଁଆ ଦେଖୁଥିବାବେଳେ ମୁଢି ବିକି ଗୁଜୁରାଣ ମେଣ୍ଟାଉ ଥିବା ସାଇବାଣୀ ଅତି ଦୁଃଖର ସହ କହିଛନ୍ତି।ନିଜର ଘରଟିଏ ନାହିଁ।ଭଡାଘରେ ରହୁଛନ୍ତି।ମାସକୁ ୧୫ଶହ ଟଙ୍କା ଘରଭଡା ଦେବାକୁ ପଡୁଛି।ଗତ ଏକବର୍ଷ ହେଲା ୨୫ବର୍ଷର ଏକମାତ୍ର ପୁଅ ବିକ୍ରମଙ୍କର ମୃତ୍ୟୁ ଘଟିଛି।ପାଖରେ କେବଳ ୨୦ବର୍ଷର ଝିଅ ବର୍ଷା +୩ପାସ୍ କରି ବାପାମାଆଙ୍କ ସେବା କରୁଛି।ସରକାରୀ ସହାୟତା କହିଲେ କେବଳ ମୁଣ୍ଡପିଛା ୫କିଲୋ ଚାଉଳ ମିଳୁଥିବା ସାଇବାଣୀ କହିଛନ୍ତି।ତେବେ ନାଲକୋ ପ୍ଲାଣ୍ଟରେ ବିସ୍ଫୋରଣ ଘଟି ରଙ୍କନିଧି ଅକାମୀ ହୋଇଥିଲେ ହେଁ ତାଙ୍କ ଝିଅକୁ କାମଖଣ୍ଡେ ଦେବାକୁ ରଙ୍କନିଧି ଦାବୀ କରୁଥିଲାବେଳେ ଉଭୟ ଠିକାଦାର କିମ୍ବା ନାଲକୋ କର୍ତୁପକ୍ଷ କାହାରି ନିଘା ନାହିଁ।କେହିବି ତାଙ୍କ ଦୁଃଖ ଗୁହାରୀ ଶୁଣୁନାହାଁନ୍ତି।ବଡ ଦୁର୍ଦିନରେ ଦିନ କାଟୁଛନ୍ତି ରଙ୍କନିଧିଙ୍କ ପରିବାର।ପତ୍ନୀଙ୍କ ଗୋଟିଏ ଆଖି ନଥିବା ବେଳେ କୋରାପୁଟରେ ଶାରିରୀକ ଅକ୍ଷମ ପାଇଁ ଆବେଦନ କରିଥିଲେ ତେବେ ତାଙ୍କୁ କେବଳ ୩୦ପ୍ରତିଶତ ଅକ୍ଷମତା ସାର୍ଟିଫିକେଟ ଦିଆଯିବାରୁ ଉକ୍ତ ସାର୍ଟିଫିକେଟ ମୂଲ୍ୟହୀନ ହେବା ସହ କୌଣସି କାମରେ ଆସିଲା ନାହିଁ ବୋଲି ସାଇବାଣୀ ଅତ୍ୟନ୍ତ କ୍ଷୋଭର ସହ କହିଛନ୍ତି।ସହାୟତା ପାଇଁ ଅନେକ ଥର ସେମାନେ ପଂଚାୟତ ରୁ କୋରାପୁଟ ବ୍ଲକ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡିଦୌଡି କିଛି ସୁଫଳ ମିଳିଲା ନାହିଁ ବୋଲି ରଙ୍କନିଧି କହିଛନ୍ତି।ଗରିବ ଲୋକର କେହି ସାହାଭରଷା ନଥିବା ସାଇବାଣୀ କାନ୍ଦିକାନ୍ଦି କହିଛନ୍ତି।ଆଜି କୋରାପୁଟ ଜିଲ୍ଲା ପବ୍ଲିକ ରାଇଟସ୍ ଆସୋସିଏସନ ପକ୍ଷରୁ ରଙ୍କନିଧିଙ୍କ ପରିବାରଙ୍କୁ ସାକ୍ଷାତ କରିଥିଲେ।ପ୍ଲାଣ୍ଟରେ କାମ କରୁଥିବା ସମୟରେ ବିସ୍ଫୋରଣ ଘଟି ରଙ୍କନିଧି ଅକାମୀ ହୋଇଥିବାରୁ ଝିଅକୁ ତାଙ୍କ କାମରେ କର୍ମନିଯୁକ୍ତି ଦେବାକୁ ସେ କହିଛନ୍ତି।ସେହିପରି ଗୋଟିଏ ଆଖି ନଥିବା ଯୋଗୁଁ ସାଇବାଣୀ ୫୦ପ୍ରତିଶତ ଶାରିରୀକ ଅକ୍ଷମ ହୋଇଥିବାରୁ ଭତ୍ତାଖଣ୍ଡେ ମିଳିବାକୁ ସାଇବାଣୀ ମିନତି କରିଛନ୍ତି।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପବ୍ଲିକ ରାଇଟସ୍ ଆସୋସିଏସନ ପକ୍ଷରୁ ଜାତୀୟ ଯୁବ ଦିବସ ଅବସରରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ପବ୍ଲିକ ରାଇଟସ୍ ଆସୋସିଏସନ ପକ୍ଷରୁ ଜାତୀୟ ଯୁବ ଦିବସ ଅବସରରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ
Read More...

ତାଳଚେର ଅବକାରୀ ବିଭାଗର ଚଢାଉ କରାଯାଇ ଦେଶୀ ଓ ବିଦେଶୀ ମଦ ସହ ଚାରି ଜଣଙ୍କୁ ଗିରଫ କରିଛି

ତାଳଚେର ଅବକାରୀ ବିଭାଗର ଚଢାଉ କରାଯାଇ ଦେଶୀ ଓ ବିଦେଶୀ ମଦ ସହ ଚାରି ଜଣଙ୍କୁ ଗିରଫ କରିଛି
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ବିଶିଷ୍ଠ କଣ୍ଠଶିଳ୍ପୀ ପୁଷ୍ପାବେଣୀ ପଟ୍ଟନାୟକ ଙ୍କ ପରୋଲକ ବିଭିନ୍ନ ମହଲରେ ଶୋକ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell