ନବରଙ୍ଗପୁର :୧୧/୦୧(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) କୋଡ଼ିଙ୍ଗା ସ୍ଥିତ ରାଜ ଚାଉଁରିଆ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ଯୁବ ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କୋଡ଼ିଙ୍ଗା ତହସିଲଦାର ସହଦେଵ କୁଟୁରୁକା ଯୋଗଦେଇ ଥିବା ବେଳେ ସ୍ୱତନ୍ତ୍ର ଅତିଥି ରୂପେ ରାଜ୍ୟ ଶିକ୍ଷା ବିଭାଗ ର ଉପନିର୍ଦେଶକ ଅଭୟ କୁମାର ମଲ୍ଲିକ , ନବରଙ୍ଗପୁର ର ବରିଷ୍ଠ ସ୍ବେଚ୍ଛାସେବୀ ଜଗନ୍ନାଥ ମହାପାତ୍ର , ସ୍ଥାନୀୟ ଅଞ୍ଚଳର ସ୍ବେଚ୍ଛାସେବୀ କୁଞ୍ଜ ବିହାରୀ ଦାଶ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ର ସଭାପତି ବରିଷ୍ଠ ଅଧ୍ୟାପକ ବିବେକ କୁମାର ମହାଲିକ କରିଥିବା ବେଳେ ଅତିଥି ପରିଚୟ ଇଂରାଜୀ ବିଭାଗ ର ଅଧ୍ୟାପକ ପଞ୍ଚାନନ ଦୁରିଆ ପ୍ରଦାନ କରିଥିଲେ । କୋଭିଡ ନିୟମ ଅନୁଯାୟୀ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ର ଛାତ୍ରୀ ସହ ଅନୁଷ୍ଠାନ ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଯୁବ ଦିବସ ର ଆଭିମୁଖ୍ୟ ବିଷୟରେ ଅତିଥି ମାନେ ଆଲୋଚନା କରିଥିଲେ ।
ଧାନମଣ୍ଡିରେ କ୍ୱିଣ୍ଟାଲ ପିଛା ୩ କେଜି ଧାନ କାଟିବା ନେଇ ଅଭିଯୋଗ କଲେ ଚାଷୀ।
Read More...
କୁଜଙ୍ଗ ରେ ମରମନ୍ତୁତ ସଡ଼କ ଦୁର୍ଘଟଣା , ଘଟଣା ସ୍ଥଳରେ ସ୍ୱାମୀ ଆଉ ସ୍ତ୍ରୀ ମୃତବରଣ କରିଛନ୍ତି
Read More...