ତାଳଚେର ୧୧/୦୧(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ତାଳଚେର ବ୍ଲକ ଅନ୍ତର୍ଗତ କିଶୋରୀପାଳ ସ୍ଥିତ ବହୁ ପୂରାତନ ଶୈବପୀଠ ଅଖିଳେଶ୍ୱର ମନ୍ଦିରରେ ଆଜି ବୃଷଭ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଏହି ଅଖିଳେଶ୍ୱର ଶୈବପୀଠ ବହୁ ପୁରାତନ ରାଜାଧିରାଜ ଅମଳରୁ ପ୍ରତିଷ୍ଠା ହୋଇଅଛି। ତେବେ ଆଜି ର ଏହି ମନ୍ଦିର ର ବୃଷଭ ପ୍ରତିଷ୍ଠା ଅବସରରେ ଯଜ୍ଞାଦି କର୍ମ ଅନୁଷ୍ଠିତ ହୋଇ ଯାଇଛି। ଯଜ୍ଞ ବେଦୀରେ କର୍ତ୍ତା ହିସାବରେ ଅଖିଳ ଚନ୍ଦ୍ର ଦେବ ଙ୍କ ନିର୍ଦ୍ଦେଶରେ କିଶୋରୀପାଳ ଗ୍ରାମର ଦୁଃଖବନ୍ଧୁ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ଅନିମା ମହାନ୍ତି ବସିଥିଲେ।
ଏହି ବୃଷଭ ପ୍ରତିଷ୍ଠା ଯଜ୍ଞ ର ଶେଷରେ ପୂର୍ଣାହୁତି ସହିତ ଲୋକଙ୍କ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
କୁଜଙ୍ଗ ରେ ମରମନ୍ତୁତ ସଡ଼କ ଦୁର୍ଘଟଣା , ଘଟଣା ସ୍ଥଳରେ ସ୍ୱାମୀ ଆଉ ସ୍ତ୍ରୀ ମୃତବରଣ କରିଛନ୍ତି
Read More...
ପ୍ରାଥମିକ ଶିକ୍ଷା ଉପନିର୍ଦେଶକ ବିଭିନ୍ନ ସ୍କୁଲକୁ ଗସ୍ତ ।
Read More...