OdishaStatenews.com Today : 21-Jan-2021 16:22:36 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ବାଙ୍କୀରେ ସ୍କାଏ ଲାଇଟ ଭାଙ୍ଗି ଲୁଟ କରୁଥିବା ଲୁଟେରା ଆକ୍ଟିଭ,ପୋଲିସ ନାଚାର

January 12, 2021, ଓଡ଼ିଶା, କଟକ,


ବାଙ୍କୀରେ ସ୍କାଏ ଲାଇଟ ଭାଙ୍ଗି ଲୁଟ କରୁଥିବା ଲୁଟେରା ଆକ୍ଟିଭ,ପୋଲିସ ନାଚାର
BIKASH KUMAR BARIK
[ BLOCK REPORTER BANKI CUTTACK ]
OdishaStateNews Bureau
January 12, 2021

ବାଙ୍କୀ: 12/01 (ଓଡିଶା ଷ୍ଟେଟ ନିଉଜ ବ୍ୟୁରୋ) ମାଟିଛନ୍ତି ସ୍କାଏ ଲାଇଟ ଭାଙ୍ଗି ଚୋରି କରୁଥିବା ଲୁଟେରା ।ଦିନ ହଉ କି ରାତି ସବୁଠି ଅତି ଚତୁରତାର ସହ କଳାକନା ବୁଲାଇ ଦେଉଛନ୍ତି ଆଖି ପିଛୁଳାକେ ।ରାତିରେ ସୋଇ ସକାଳୁ ଉଠିଲା ବେଳକୁ ସର୍ବସନ୍ତ୍ବ ହେଉଛନ୍ତି ଜନସାଧାରଣ ।ବ୍ୟାଙ୍କ ହେଉ ଅବା ସରକାରୀ କାର୍ଯ୍ୟାଳୟ ଅବା ଜନସାଧାରଣ ଙ୍କ ବ୍ୟକ୍ତିଗତ ଗୃହ ।ସବୁଠି ଦବଦବା ଜାହିର କଲେଣି ଲୁଟେରା ।ବାଙ୍କୀ ପୋଲିସ ବି କେତେ ପାରିବାର ଆପଣ କୋଣସି କାଯ୍ୟ ପାଇଁ ଗଲେ ଜାଣି ପାରିବେ ।ଥାନା ରେ ଏତଲା ଦେଲେ ମାମଲା ଟିଏ କରି ଚୁପ ବସି ପଡୁଛନ୍ତି ପୋଲିସ ବାବୁ ।ଏପଟେ ବାବୁମନେ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇବାବେଳେ ଚାଲି ଯାଉଛି ଲୋକଙ୍କ କଷ୍ଟ ଅର୍ଜିତ ଧନ ।ବାଙ୍କୀ ଥାନା ଅଂଚଳରୁ ବାରମ୍ବାର ଚୋରି ବୃଦ୍ଧି ପାଉଥିବା ବେଳେ ପୋଲିସ ନାଚାର ।ଲୁଟେରାଙ୍କ ଟେର ପାଉନି ବହୁତ ପାରିବାର ବାଙ୍କୀ ପୋଲିସ ।ବାଙ୍କୀ ବ୍ରହ୍ମପୁରା ଅଂଚଳରେ ଲୁଟେରା ସକ୍ରିୟ ଥିବାବେଳେ ଗତ ଚାରି ପାଞ୍ଚ ମାସ ହେବ ଲଗାତାର ଚୋରି ହେଉଛି ।ଏବେ ଲୁଟେରାଙ୍କ ସ୍କାନର ରେ ଆସିଥିଲା ବ୍ରାହ୍ମପୁରା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ।ଗତ କାଲି ବିଳମ୍ବିତ ରାତିରେ ଲୁଟେରା ମନେ ବ୍ୟାଙ୍କର ବିଦ୍ୟୁତ ବିଚ୍ଛିନ୍ନ କରିବା ସହ ସିସିଟିଭି ତାଡି ଲୁଟ ଉଦ୍ୟମ କରିଛନ୍ତି ।ବ୍ୟାଙ୍କ ର କଣ ଚୋରି ହୋଇଛି ସେ ସମ୍ପର୍କରେ କ୍ୟାମେରା ସମ୍ନା ରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ବାଙ୍କୀ ପୋଲିସ କିଛି ତଥ୍ୟ ଦେବାକୁ ମନା କରିଦେଇଛନ୍ତି । ପୋଲିସ କୁ ବାରମ୍ବାର ଲୁଟେରା ମାନେ ଚାଲେଞ୍ଜ ଦେଉଥିବା ବେଳେ ପୋଲିସ ର ଅସହାୟ ତା ବାରି ହେଇ ପଡୁଛି । ବ୍ରହ୍ମପୁରା କିଆପଲ୍ଲା ପଂଚାୟତ ର ପ୍ରମୂଖ ବାଣିଜ୍ୟ କାରବାର ହୁଏ ତାରିଣୀ ଛକ ରେ ବିଗତ ଦିନରେ କିଆପଲ୍ଲା ସରପଞ୍ଚ ତାଙ୍କ ଦୋକାନ ବ୍ରହ୍ମପୁରା ସରପଞ୍ଚ ତାଙ୍କ ଦୋକାନ କିଛି ସ୍ଥାନୀୟ ବ୍ୟବସାୟି ଙ୍କ ଦୋକାନ ସ୍ଥାନୀୟ ଦେବା ଦେବୀ ମନ୍ଦିର ରୁ ଲୁଟ ହୋଇଥିଲେ ମଧ୍ୟ କୌଣସି ଗୋଟିଏ ଘଟଣା ର ଟେର ପାଇନି ପୋଲିସ ଯାହାକୁ ନେଇ ପୋଲିସ ର କାଯ୍ୟ କଳାପ କୁ ନେଇ ବିରାଟ ପ୍ରଶ୍ନବାଚୀ ଛିଡ଼ା କରିଛି । କେବେ ପୋଲିସ କଡା ପଦକ୍ଷେପ ନେବ କେବେ ଉପରିସ୍ଥ ଅଧିକାରୀ ଏହା ଉପରେ ନଜର ପକେଇ ବେ ଦେଖିବାକୁ ବାକି ରହିଲା




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରାଥମିକ ଶିକ୍ଷା ଉପନିର୍ଦେଶକ ବିଭିନ୍ନ ସ୍କୁଲକୁ ଗସ୍ତ ।

ପ୍ରାଥମିକ ଶିକ୍ଷା ଉପନିର୍ଦେଶକ ବିଭିନ୍ନ ସ୍କୁଲକୁ ଗସ୍ତ ।
Read More...

ଜଗନ୍ନାଥ ପ୍ରସାଦ ପୋଲିସ କୁ ମିଳିଲା ବଡ ସଫଳତା: ଭୁଷୁଣ୍ଡପାଳ ବିଲରୁ ମିଳିଥିବା ଯୁବତୀ ହତ୍ଯା କାଣ୍ଡ ଘଟଣା ର କଲା ଫର୍ଦ୍ଧାଫାସ:ଅଭିଯୁକ୍ତ ବିଷୟ ରେ ସୂଚନା ଦେଲେ ଗଞ୍ଜାମ ଏସ.ପି

ଜଗନ୍ନାଥ ପ୍ରସାଦ ପୋଲିସ କୁ ମିଳିଲା ବଡ ସଫଳତା: ଭୁଷୁଣ୍ଡପାଳ ବିଲରୁ ମିଳିଥିବା ଯୁବତୀ ହତ୍ଯା କାଣ୍ଡ ଘଟଣା ର କଲା ଫର୍ଦ୍ଧାଫାସ:ଅଭିଯୁକ୍ତ ବିଷୟ ରେ ସୂଚନା ଦେଲେ ଗଞ୍ଜାମ ଏସ.ପି
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଚଳିତ ବର୍ଷ ଖରିଫ ଧାନ କ୍ରୟ ପାଇଁ ଏସ.ଛଚିନା ଓ ଷଣ୍ଢମୁଳ ଠାରେ ଧାନମଣ୍ଡି ଉଦ୍‌ଘାଟିତ ।
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell