ଗଞ୍ଜାମ-୧୧/୦୧/୨୦୨୧(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର ) ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ପୋଲିସି ଥାନା ଅନ୍ତର୍ଗତ ବି.ଡି.ପୁର ଠାରୁ ବରଗାଁ ଯିବା ରାସ୍ତାକଡ ଭୁଷୁଣ୍ଡପାଳ ଗ୍ରାମ କୁ ଯିବା ରାସ୍ତା ର ବିଲ ରେ ଏକ ଅଜଣା ବ୍ୟକ୍ତି ର ମୃତ ଦେହ ପଡିଥିବା ଖବର ପାଇ ଜଗନ୍ନାଥ ପ୍ରସାଦ ପୋଲିସ ଥାନା ଅଧିକାରୀ ଦିଲ୍ଲୀପ ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚି ସବ ଜବତ କରିଥିଲେ।ଘଟଣା ର ତଦନ୍ତ ଜାରି ରଖିଥିଲେ। ଜଗନ୍ନାଥ ପ୍ରସାଦ ପୋଲିସ ଥାନା ରେ ଗଞ୍ଜାମ ଏସ.ପି
ବ୍ରିଜେଶ ରାୟ ସାମ୍ବାଦିକ ସମ୍ମିଳନୀ ଉକ୍ତ ହତ୍ୟା କାଣ୍ଡ ର ଫର୍ଦ୍ଧାଫାସ କଲେ।
ଗତ ଡିସେମ୍ବର ୨ ତାରିଖରେ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଭୁଷଣ୍ଡପାଳ ଗାଁ ନିକଟ ରେ ଜଣେ ଅଜଣା ଯୁବତୀ ର ମୃତଦେହ କୁ ଉଧାର କରିଥିଲା , ଜଗନ୍ନାଥ ପ୍ରସାଦ ଥାନା ପୋଲିସ । ମୃତକ ର ପରିଚୟ ମିଳିପାରିନଥିଲା । କିନ୍ତୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ଅନୁମାନ କରିଥିଲା । ଗଂଜାମ ଏସ. ପି ଙ୍କ ନିର୍ଦ୍ଦେଶ ପ୍ରକାରେ ୫ଟି ଟିମ୍ ଗଠନ କରି ତନାଘନା ଆରମ୍ଭ ହୋଇଥିଲା । ମୃତକ ପାଖରୁ ଉଧାର ହୋଇଥିବା କିଛି ପ୍ରମାଣ କୁ ଆଧାର କରି , ଭୁବନେଶ୍ୱର ର ଜଣେ ବ୍ୟବସାୟୀ ଓ ତାଙ୍କ ପତ୍ନୀ ଙ୍କୁ ଆଣି , ଜେରା ପରେ ସେମାନେ ଉକ୍ତ ଯୁବତୀକୁ ତଣ୍ଟିଚିପି ହତ୍ୟା କରିଥିବା ମାନିଥିଲେ । ସଂପୃକ୍ତ ବ୍ୟବସାୟୀ ମାନସରଂଜନ ପାଇକରାୟ ଓ ତାଙ୍କ ପତ୍ନୀ ସରୋଜିନୀ ସାହୁ ଙ୍କୁ ପୋଲିସ ଗିରଫ କରିବା ସହ ମୃତ ଦେହ ଆଣିଥିବା ଏକ କାର କୁ ମଧ୍ୟ ଜବତ କରିଛି । ମୃତ ଯୁବତୀ ଜଣକ ସଂପୃକ୍ତ ବ୍ୟବସାୟୀ ଙ୍କ ଘରେ ଚାକରାଣୀ ଭାବେ କାମ କରୁଥିଲେ । ତାଙ୍କ ଘର ବାଲେଶ୍ବର ରେ । କୈ।ଣସି କଥାକୁ କେନ୍ଦ୍ର କରି ଯୁବତୀ ଜଣକୁ ତଣ୍ଟିଚିପି ହତ୍ୟା କରିଥିଲେ । ପ୍ରମାଣ ନଷ୍ଟ କରିବା ପାଇଁ ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳକୁ ଆଣି ଫୋପାଡି ଦେଇଥିଲେ । ଏହି ଘଟଣା ରେ ଆଉ କିଏ ସଂପୃକ୍ତ ଅଛନ୍ତି , ସେନେଇ ପୋଲିସ ତଦନ୍ତ ଜାରି ରହିଥିବା କହିଛନ୍ତି ଗଂଜାମ ଏସ .ପି ଶ୍ରୀ ରାୟ ।
ଏହି ଚଢାଉରେ ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ ସମେତ ୪ଟି ଥାନା ଅଧିକାରୀ ସାମିଲି ଥିଲେ ।
ବାଙ୍କୀରେ ସ୍କାଏ ଲାଇଟ ଭାଙ୍ଗି ଲୁଟ କରୁଥିବା ଲୁଟେରା ଆକ୍ଟିଭ,ପୋଲିସ ନାଚାର
Read More...
ପ୍ରାଥମିକ ଶିକ୍ଷା ଉପନିର୍ଦେଶକ ବିଭିନ୍ନ ସ୍କୁଲକୁ ଗସ୍ତ ।
Read More...