OdishaStatenews.com Today : 21-Jan-2021 17:59:09 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

କରୋନା ସାଜିଲା ବଇରୀ, ପ୍ରେମ ରୁ ଆରମ୍ଭ ଧର୍ଷଣ ରେ ଶେଷ

November 29, 2020, ଅପରାଧ, ଗଞ୍ଜାମ,


କରୋନା ସାଜିଲା ବଇରୀ, ପ୍ରେମ ରୁ ଆରମ୍ଭ ଧର୍ଷଣ ରେ ଶେଷ
BHAGABAN PADHY
[ Beguniapoda block REPORTER ]
OdishaStateNews Bureau
November 29, 2020

ବେଗୁନିଆପଡା:୨୯/୧୧ -- (ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) କୋଦଳା ଥାନା,ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଚନ୍ଦନପୁର ଗ୍ରାମର କୁମର ଗୌଡ଼ ଧର୍ଷଣ ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ନେଇ ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି | ଖବର ନେବାରୁ ଜଣାଯାଇଛି ଯେ ଦୀର୍ଘ ତିନି ବର୍ଷ ଧରି ବେଙ୍ଗାଲୁର ଠାରେ ଏକ ଘରୋଇ କମ୍ପାନୀ ରେ ସିକୁରିଟି ଭାବେ କାମ କରୁଥିବା କୁମର ଗୌଡ଼ ସେଇ କମ୍ପାନୀ ରେ ସିଲେଇ କରୁଥିବା ଚନ୍ଦନପୁର ଗ୍ରାମର ଜୈନକ ଯୁବତୀ ପ୍ରିୟା ଜେନା(ଛଦ୍ମନାମ)ଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା | ପରେ ଦୁଇ ପ୍ରେମୀ ଯୁଗଳ ତିନି ବର୍ଷ ଲିଭ ଇନ ରିଲେସନ ରେ ଥିଲେ | କିଛି ଦିନ ପରେ କୁମର ନିଜ ଗ୍ରାମକୁ ଆସିଥିଲେ,କିନ୍ତୁ ମହାମାରୀ କରୋନା ର ଲକଡାଉନ, ସଟଡାଉନ କାରଣରୁ କୁମର ଗ୍ରାମକୁ ଆସି ଆଉ ବେଙ୍ଗାଲୁର ଫେରି ପାରି ନଥିଲେ | ଉଭୟ ପ୍ରେମୀ ଯୁଗଳ ଙ୍କ ମଧ୍ୟରେ ଦୂରତା କାରଣରୁ କୁମର ମନ ରେ ପରିବର୍ତ୍ତନ ହୋଇ ବେଙ୍ଗାଲୁର ଫେରିବାକୁ ଇଚ୍ଛା ପ୍ରକାଶ କରିନଥିଲେ | ଫଳରେ ସନ୍ଦେହରେ ପଡି ଯାଇଥିଲେ ତଥାକଥିତ ପତ୍ନୀ ପ୍ରିୟା (ଛଦ୍ମନାମ) | ଅପେକ୍ଷା କରି କରି ଦୀର୍ଘ ଦିନ ପରେ ପ୍ରିୟା ବେଙ୍ଗାଲୁର ରୁ ନିଜର ଆସବାବ ସହିତ ବେଗୁନିଆପଡା ଫାଣ୍ଡି ରେ ପହଁଚି କେଶ ରୁଜୁ କରିଥିଲେ | ଏ ନେଇ କୋଦଳା ଥାନା କେଶ ନଂ 434/20 ରେ ମାମଲା ରୁଜୁ କରି କୁମର ଗୌଡ଼ କୁ ଦଫା 376/2n/506 ରେ କୋର୍ଟ ଚାଲାଣ କରାଯାଇଥିବା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି |




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସରକାରଙ୍କ ଯୋଜନା ମାଳ ମାଳ କିନ୍ତୁ ପହଞ୍ଚି ପାରିନାହିଁ ଗାଁ ଗହଳିରେ

ସରକାରଙ୍କ ଯୋଜନା ମାଳ ମାଳ କିନ୍ତୁ ପହଞ୍ଚି ପାରିନାହିଁ ଗାଁ ଗହଳିରେ
Read More...

ଅଙ୍ଗନବାଡି କେନ୍ଦ୍ରର ପିଲାମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ

ଅଙ୍ଗନବାଡି କେନ୍ଦ୍ରର ପିଲାମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଜମ୍ମୁ-କଶ୍ମୀର ସମସ୍ୟାରେ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell