OdishaStatenews.com Today : 21-Jan-2021 16:59:29 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ସେବା

November 26, 2020, ଦେଶ ଦୁନିଆ, ,


ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ସେବା

[ ]
OdishaStateNews Bureau
November 26, 2020

ନୂଆଦିଲ୍ଲୀ-26/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) କରୋନାଭାଇରସ୍‌ ସଂକ୍ରମଣ ମାମଲାରେ ବୃଦ୍ଧି ଘଟୁଥିବା କାରଣରୁ ନିର୍ଦ୍ଧାରିତ ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ସେବା ବାତିଲ ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।


ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌’ (ଡିଜିସିଏ) ନଭେମ୍ବର ୨୬ ତାରିଖରେ ଜାରି କରିଥିବା ଏକ ସର୍କ୍ୟୁଲାର୍‌ରେ କହିଛି ଯେ ଭାରତକୁ ଆସୁଥିବା ଏବଂ ଭାରତରୁ ଯାଉଥିବା ସମସ୍ତ ନିର୍ଦ୍ଧାରିତ ଆନ୍ତର୍ଜାତିକ ବ୍ୟାବସାୟିକ ଯାତ୍ରୀବାହୀ ବିମାନ ସେବା ଡିସେମ୍ବର ୩୧ ପର୍ଯ୍ୟନ୍ତ ସ୍ଥଗିତ ରହିବ।କିନ୍ତୁ, ମାଲବାହୀ ବିମାନ ଚଳାଚଳ ଏବଂ ‘ଡିଜିସିଏ’ ଅନୁମୋଦିତ ବିମାନ ସେବା ପ୍ରତି ଏହି କଟକଣା ପ୍ରଯୁଜ୍ୟ ନୁହେଁ।


ଡିଜିସିଏ’ ଆହୁରି ମଧ୍ୟ କହିଛି ଯେ, କ୍ଷେତ୍ର ବିଶେଷରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ ଅଳ୍ପ କେତେକ ରୁଟ୍‌ରେ ଆନ୍ତର୍ଜାତିକ ବିମାନ ଚାଲିପାରିବ।
ପୂର୍ବରୁ ‘ଡିଜିସିଏ’ ନଭେମ୍ବର ୩୦ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନ ଚଳାଚଳ ବାତିଲ କରିଥିଲା।


ଏଠାରେ ସୂଚନାଯୋଗ୍ୟ କି, କରୋନାଭାଇରସ୍‌ ମହାମାରୀ ବ୍ୟାପିବା କାରଣରୁ ଏବର୍ଷ ମାର୍ଚ ୨୩ ତାରିଖରୁ ଭାରତ ନିର୍ଦ୍ଧାରିତ ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ଚଳାଚଳ ବାତିଲ କରିଥିଲା। କିନ୍ତୁ, ମେ ମାସରୁ ସ୍ୱତନ୍ତ୍ର ବିମାନ ଏବଂ ଜୁଲାଇ ମାସ ଠାରୁ କେତେକ ମନୋନୀତ ଦେଶଙ୍କ ହସ ଦ୍ୱିପାକ୍ଷିକ ‘ଏୟାର୍‌ ବବଲ୍‌’ ବ୍ୟବସ୍ଥା ଜରିଆରେ ଆନ୍ତର୍ଜାତିକ ବିମାନ ଚଳାଚଳ କରୁଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସନ୍ତୋଷ ଭଲିବଲ ମ୍ୟାଚ, ଜେ. ଛଚିନା ଚାମ୍ପିଅନ

ସନ୍ତୋଷ ଭଲିବଲ ମ୍ୟାଚ, ଜେ. ଛଚିନା ଚାମ୍ପିଅନ
Read More...

ମାଥିଲିରେ ବିଭିନ୍ନ ସଂଗଠନର ରାସ୍ତାରୋକ

ମାଥିଲିରେ ବିଭିନ୍ନ ସଂଗଠନର ରାସ୍ତାରୋକ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ସାମାନ୍ୟ ବର୍ଷା ରେ ବଡଚଣା ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ର ଶୋଚନୀୟ, ରୋଗୀ ସେବା ବାଧାପ୍ରାପ୍ତ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell