OdishaStatenews.com Today : 21-Jan-2021 16:20:53 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ନଭେମ୍ବର ୨୬ରେ ଭାରତ ବନ୍ଦ

November 24, 2020, ଦେଶ ଦୁନିଆ, ,


ନଭେମ୍ବର ୨୬ରେ ଭାରତ ବନ୍ଦ

[ ]
OdishaStateNews Bureau
November 24, 2020

ନୂଆଦିଲ୍ଲୀ-24/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଆସନ୍ତା ନଭେମ୍ବର ୨୬ ତାରିଖ (ଗୁରୁବାର)ରେ ପ୍ରାୟ ୧୦ଟି ଶ୍ରମିକ ସଂଗଠନ (ଟ୍ରେଡ ୟୁନିଅନ) ପକ୍ଷରୁ ଦେଶବ୍ୟାପୀ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ସରକାରୀ କ୍ଷେତ୍ରର ଘରୋଇକରଣ ତଥା ନୂତନ ଚାଷ ଆଇନ ଭଳି କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଏହି ଭାରତ ବନ୍ଦ ପାଳନ କରାଯିବ। ଏହି ବନ୍ଦ ପାଇଁ ଆହ୍ଵାନ ଦେଇଥିବା ଶ୍ରମିକ ସଂଗଠନଗୁଡ଼ିକ ହେଲେ ଅଲ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ (ଏଆଇଟିୟୁସି), ଅଲ ଇଣ୍ଡିଆ ସେଣ୍ଟ୍ରାଲ କାଉନସିଲ ଅଫ ଟ୍ରେଡ ୟୁନିଅନ (ଏଆଇସିସଟିୟୁ), ସେଣ୍ଟର ଅଫ୍‌ ଇଣ୍ଡିଆନ ଟ୍ରେଡ୍‌ ୟୁନିୟନ (ସିଆଇଟିୟୁ), ଅଲ ଇଣ୍ଡିଆ ୟୁନାଇଟେଡ ଟ୍ରେଡ ୟୁନିଅନ ସେଣ୍ଟର (ଏଆଇୟୁଟିୟୁସି) ପ୍ରମୁଖ ଅନ୍ତର୍ଭୁକ୍ତ।


ରିପୋର୍ଟ ଅନୁଯାୟୀ ବୀମା, ବ୍ୟାଙ୍କିଙ୍ଗ, ରେଳବାଇ ଏବଂ ରାଜ୍ୟ ତଥା କେନ୍ଦ୍ର ସରକାରୀ ଅନୁଷ୍ଠାନରେ କର୍ମଚାରୀ ସଂଗଠନ ମଧ୍ୟ ଏହି ଦେଶବ୍ୟାପୀ ବନ୍ଦରେ ଅଂଶ ଗ୍ରହଣ କରିବେ। ନଭେମ୍ବର ୨୫ ମଧ୍ୟରାତ୍ରିରୁ ଆରମ୍ଭ ହେବାକୁ ଥିବା ଏହି ୨୪ ଘଣ୍ଟିଆ ଧର୍ମଘଟରେ ପ୍ରାୟ ୧.୬ କୋଟି କର୍ମଚାରୀ ଅଂଶଗ୍ରହଣ କରିବେ।


ଟ୍ରେଡ ୟୁନିଅନର ନେତାମାନେ ଘୋଷଣା କରିଛନ୍ତି ଯେ ଅତ୍ୟାବଶ୍ୟକ ସେବାଗୁଡିକ ବ୍ୟତୀତ ସମସ୍ତ କ୍ଷେତ୍ରର କର୍ମୀମାନେ ଦେଶବ୍ୟାପୀ ବିକ୍ଷୋଭରେ ଅଂଶଗ୍ରହଣ କରିବେ। ଶ୍ରମିକ ବିରୋଧୀ ତଥା କୃଷକ ବିରୋଧୀ ବିଲ୍‌ ରଦ୍ଦ କରିବାକୁ ଟ୍ରେଡ ୟୁନିଅନଗୁଡ଼ିକ ଦାବି କରୁଛନ୍ତି। ଏବଂ ରେଳବାଇ ଭଳି ସାର୍ବଜନୀନ କ୍ଷେତ୍ରରେ ସରକାର ଘରୋଇକରଣ ବନ୍ଦ କରନ୍ତୁ।


ତେବେ, ବିଜେପି ପରିଚାଳନାଧୀନ ଭାରତ ମଜଦୁର ସଂଗଠନ (ବିଏମ୍‌ଏସ୍‌) ଏହି ଧର୍ମଘଟରେ ଭାଗ ନେବ ନାହିଁ ବୋଲି ସ୍ପଷ୍ଟ କରିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାଣନ୍ତୁ ଆଜି କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଏହି ବୁଧବାର

ଜାଣନ୍ତୁ ଆଜି କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଏହି ବୁଧବାର
Read More...

ଜେଏନୟୁ ପ୍ରବେଶିକା ପରୀକ୍ଷାରେ କଳାହାଣ୍ଡି ଛାତ୍ରଙ୍କ ସଫଳତା

ଜେଏନୟୁ ପ୍ରବେଶିକା ପରୀକ୍ଷାରେ କଳାହାଣ୍ଡି ଛାତ୍ରଙ୍କ ସଫଳତା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ମୋଦି-ଜିନ୍ପିଙ୍ଗ୍ ଶିଖର ବୈଠକ : ଡୋକଲାମ ସ୍ତିତି ଆଉ ଉପୁଯିବନି
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell