OdishaStatenews.com Today : 21-Jan-2021 16:24:17 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଅଁଳା

November 23, 2020, ଖାଦ୍ୟ ଓ ଭ୍ରମଣ, ,


ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଅଁଳା

[ ]
OdishaStateNews Bureau
November 23, 2020

ଭୁବନେଶ୍ବର-23/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଶୀତ ଦିନେ ମନୁଷ୍ୟ ଶରୀର ପାଇଁ ବେଶ ଉପକାରୀ ସାବ୍ୟସ୍ତ ହୋଇଥାଏ ଅଁଳା । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ମଧ୍ୟ ଦେଇଥାଏ ।


ଏଥିରେ ଥିବା ଉପକାରୀ ତତ୍ବ ଫୁସଫୁସକୁ ବାୟୁ ପ୍ରଦୂଷଣରୁ ସୁରକ୍ଷା ଦେବାରେ ସହାୟକ ହୋଇଥାଏ । ଅଁଳାକୁ କେହିକେହି କଞ୍ଚା ଖାଉଥିବା ବେଳେ ଆଉ କେହିକେହି ଆଚାର କିମ୍ବା ଜୁସ୍ ଆକାରରେ ସେବନ ମଧ୍ୟ କରିଥାନ୍ତି ।
ଆସନ୍ତୁ ଜାଣିବା ଅଁଳାକୁ କେମିତି ଓ କେତେବେଳେ ସେବନ କରିବା ଉଚିତ୍


ଶୀତ ଋତୁରେ ଅଁଳା ଖାଇବାର ଫାଇଦା-
ଶୀତ ଋତୁରେ ଲୋକମାନେ ହୃଦଘାତ, ରକ୍ତଚାପ ଏବଂ ଶ୍ୱାସକ୍ରିୟା ଭଳି ଅନ୍ୟାନ୍ୟ ରୋଗରେ ପିଡିତ ହେବାର ଆଶଙ୍କା ରହିଥାଏ। ହେଲେ ଶୀତଦିନେ ବାୟୁ ପ୍ରଦୂଷଣର ସ୍ତର ଯଦି ବଢେ ତାହେଲେ ଏହି ସମସ୍ୟା ବଢିବାର ଆଶଙ୍କା ରହିଛି। ଶୀତଦିନିଆ ଫଳରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଉପାଦାନ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ସେହିପରି ଅଁଳାରେ ଥିବା ଭିଟାମିନ୍ ସିର ପରିମାଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ ।


କେତେବେଳେ ଓ କିପରି ଖାଇବେ ଅଁଳା-
ପ୍ରତିଦିନ ସକାଳେ ଖାଲି ପେଟରେ ଅଁଳା ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ । ଆପଣ ପ୍ରତିଦିନ ସକାଳେ ଗୋଟିଏରୁ ଦୁଇଟି ଲେଖାଏଁ ଅଁଳା ଖାଇପାରିବେ । ତେବେ ଗୋଟିଏ ଦିନରେ ଦୁଇଟିରୁ ଅଧିକ ଅଁଳା ଖାଇବା ଉଚିତ୍ ନୁହେଁ । ଏହାର ସେବନ ଦ୍ବାରା ଶରୀରରେ ଜଳସ୍ତର କମିନଥାଏ ।


ତ୍ବଚାକୁ କୋମଳ କରିଥାଏ-
ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ଏ ଅଛି, ଯାହା ଆମ ଚର୍ମକୁ କୋମଳ ଏବଂ ଉଜ୍ବଳ କରିଥାଏ । ଖାଲି ପେଟରେ ଅଁଳା ଖାଇବା ଦ୍ୱାରା କୋଲେଜନ୍ କମିଥାଏ । ଯାହାକୁ ଆମ ତ୍ବଚାକୁ ସୁନ୍ଦର କରିଥାଏ । ତେବେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ ଅଁଳା ଖାଇବା ଦ୍ବାରା ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ।


ଡାଇବେଟିସ୍ ଦୂର କରେ-
ମଧୁମେହ ଦୂର କରିବାରେ ଅଁଳା ସହାୟକ ହୋଇଥାଏ । ଏହା ଉଚ୍ଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରଲୋକରେ ବରିଷ୍ଠ ହାସ୍ୟ ଅଭିନେତା ଜିମୂତ ପଟ୍ଟନାୟକ

ପରଲୋକରେ ବରିଷ୍ଠ ହାସ୍ୟ ଅଭିନେତା ଜିମୂତ ପଟ୍ଟନାୟକ
Read More...

ଅସୁସ୍ଥ ଅବସ୍ଥାରେ ପଡି ରହିଥିବା ଏକ ମାଇଁ ହାତୀ ଉଦ୍ଧାର କଲା ଖମାର ବନ ବିଭାଗ I

ଅସୁସ୍ଥ ଅବସ୍ଥାରେ ପଡି ରହିଥିବା ଏକ ମାଇଁ ହାତୀ ଉଦ୍ଧାର କଲା ଖମାର ବନ ବିଭାଗ I
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଯୁବକଙ୍କୁ ନିର୍ମମ ହତ୍ୟା
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell