OdishaStatenews.com Today : 26-Nov-2020 20:13:33 PM
୩୭ ଦଫା ଦାବିରେ ଦେଶବ୍ୟାପୀ ବନ୍ଦ ଡ଼ାକରା… | ଜଗାକୁ ଛାଡ଼ି ଚାଲିଗଲା କାଳିଆ, SCBରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ | ଖୋର୍ଦ୍ଧା ମେଡିକାଲର କାନ୍ଥ ଭାଙ୍ଗିଲେ ୧୮ଟିକିଆ ହାତୀପଲ | ମାଡ଼ି ଆସୁଛି ବାତ୍ୟା ନିଭାର ! ଉପକୂଳରେ ୩୦ ପ୍ଲାଟୁନ୍‌ NDRF, ସରକାରଙ୍କ ଛୁଟି ଘୋଷଣା | ରାଜରାସ୍ତାକୁ ଓହ୍ଲାଇବ ଶ୍ରମିକ ସଙ୍ଗଠନ, ହାତ ବଢାଇଲା କଂଗ୍ରେସ, ବିଜେପି କରିବ ସମ୍ୱିଧାନ ବଞ୍ଚାଅ କାର୍ଯ୍ୟକ୍ରମ… | ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ଖନନ ସମୟରେ ପାକିସ୍ତାନରୁ ମିଳିଲା ୧୩୦୦ବର୍ଷ ପୁରୁଣା ବିଷ୍ଣୁ ମନ୍ଦିର

November 21, 2020, ଦେଶ ଦୁନିଆ, ,


ଖନନ ସମୟରେ ପାକିସ୍ତାନରୁ ମିଳିଲା ୧୩୦୦ବର୍ଷ ପୁରୁଣା ବିଷ୍ଣୁ ମନ୍ଦିର
`Subrat Ku Parija
[ Block Reporter Kujanga Jagatsinghpur ]
OdishaStateNews Bureau
November 21, 2020

21/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଇସଲାମାବାଦର ଉତ୍ତର ପଶ୍ଚିମ ପାକିସ୍ତାନରେ ପାକିସ୍ତାନୀ ଏବଂ ଇଟାଲୀୟ ପ୍ରତ୍ନତତ୍ତ୍ୱ ବିଶେଷଜ୍ଞ ୧୩୦୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିରକୁ ଖୋଜି ବାହାର କରିଛନ୍ତି। ଏହି ମନ୍ଦିର ସ୍ବାତ ଜିଲ୍ଲାର ଏକ ପର୍ବତରେ ରହିଛି। ଖନନ ସମୟରେ ଏହି ମନ୍ଦିର ଥିବା ସମ୍ପର୍କରେ ଜଣାପଡ଼ିଥିଲା ବୋଲି ପାକିସ୍ତାନର ପ୍ରତ୍ନତତ୍ତ୍ୱ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ମନ୍ଦିର ଭଗବାନ ବିଷ୍ଣୁଙ୍କର ରହିଛି। ମନ୍ଦିର ପାଖରେ ଏକ ପୁଷ୍କରଣୀ ରହିଥିବା ବି ଦେଖିବାକୁ ମିଳିଛି।
ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀ ଫଜଲେ ଖାଲିକ୍ କହିଛନ୍ତି ଯେ ଏହି ମନ୍ଦିର ୧୩୦୦ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା। ୮୫୦ ରୁ ୧୦୨୬ଖ୍ରୀଷ୍ଟାବ୍ଦ ମଧ୍ୟରେ ହିନ୍ଦୁ ଶାହି ଏକ ହିନ୍ଦୁ ରାଜବଂଶ ଥିଲା। ଯେଉଁମାନେ କି କାବୁଲ ଉପତ୍ୟକା (ପୂର୍ବ ଆଫଗାନିସ୍ତାନ), ଗାନ୍ଧର (ଆଧୁନିକ ପାକିସ୍ତାନ) ଏବଂ ବର୍ତ୍ତମାନର ଉତ୍ତର-ପଶ୍ଚିମ ଭାରତରେ ଶାସନ କରୁଥିଲେ।

ମନ୍ଦିର ପାର୍ଶ୍ବରେ ଜଳ ପୁଷ୍କରଣୀକୁ ଦେଖି ପ୍ରତ୍ନତତ୍ତ୍ୱ ବିଶେଷଜ୍ଞ ଅନୁମାନ କରିଛନ୍ତି କି, ବୋଧ ହୁଏ ଏହି ପୁଷ୍କରଣୀରେ ସ୍ନାନ କରିବା ପରେ ମନ୍ଦିର ଭିତରକୁ ଯିବାର ପ୍ରଥା ରହିଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୁଗୁଡା କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ ( ପ୍ରଥମ ) ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି

ବୁଗୁଡା କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ ( ପ୍ରଥମ ) ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି
Read More...

ଆଜି ଜୟପୁର ସ୍ଥିତ ଅଗ୍ରସେନ ଭବନ ଠାରେ ଜୟପୁର ଫିଲ୍ମ କମ୍ପାନୀ (ଜେ.ଫ.ସି) ତରଫରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଆଜି ଜୟପୁର ସ୍ଥିତ ଅଗ୍ରସେନ ଭବନ ଠାରେ ଜୟପୁର ଫିଲ୍ମ କମ୍ପାନୀ (ଜେ.ଫ.ସି) ତରଫରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ତାଜମହ ବିଷୟରେ ବିଜ୍ଞାନଭିତ୍ତିକ ଅଧ୍ୟୟନ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell