OdishaStatenews.com Today : 26-Nov-2020 20:33:20 PM
୩୭ ଦଫା ଦାବିରେ ଦେଶବ୍ୟାପୀ ବନ୍ଦ ଡ଼ାକରା… | ଜଗାକୁ ଛାଡ଼ି ଚାଲିଗଲା କାଳିଆ, SCBରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ | ଖୋର୍ଦ୍ଧା ମେଡିକାଲର କାନ୍ଥ ଭାଙ୍ଗିଲେ ୧୮ଟିକିଆ ହାତୀପଲ | ମାଡ଼ି ଆସୁଛି ବାତ୍ୟା ନିଭାର ! ଉପକୂଳରେ ୩୦ ପ୍ଲାଟୁନ୍‌ NDRF, ସରକାରଙ୍କ ଛୁଟି ଘୋଷଣା | ରାଜରାସ୍ତାକୁ ଓହ୍ଲାଇବ ଶ୍ରମିକ ସଙ୍ଗଠନ, ହାତ ବଢାଇଲା କଂଗ୍ରେସ, ବିଜେପି କରିବ ସମ୍ୱିଧାନ ବଞ୍ଚାଅ କାର୍ଯ୍ୟକ୍ରମ… | ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ଶ୍ମଶାନକୁ ବିବାଦ: ରାସ୍ତା ମଝିରେ ଶବ

November 21, 2020, ଓଡ଼ିଶା, ନୟାଗଡ଼,


ଶ୍ମଶାନକୁ ବିବାଦ: ରାସ୍ତା ମଝିରେ ଶବ
Chinmaya Ku Pradhan
[ District Reporter Nayagarh ]
OdishaStateNews Bureau
November 21, 2020

ନୟାଗଡ଼-21/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଶରଣକୁଳ ଥାନା ଅନ୍ତର୍ଗତ ଭାଳିଆଡିହି ଗ୍ରାମରେ ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଅଛି । ଶ୍ମଶାନକୁ ନେଇ ଗୋଷ୍ଠୀ ବିବାଦ ଥମିନଥିବା ବେଳେ ଦୀର୍ଘ ୨୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଗ୍ରାମ ମଝିରେ ଶବ ପଡିରହିଛି ।ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ୬ ଘଟିକା ସମୟରେ ଭାଳିଆଡିହି ଉପର ସାହିର ନାଥ ପ୍ରଧାନ (୭୨)ଙ୍କ ଶବ ସତ୍କାର ନିମନ୍ତେ ସ୍ଥାନୀୟ ଶ୍ମଶାନକୁ ଯାଇଥିଲେ କିନ୍ତୁ ସେଠାରେ ଅନ୍ୟ ଏକ ଗୋଷ୍ଠୀ ଶବଦାହ କରିବା ପାଇଁ ମନା କରିବାରୁ ଏଭଳି କାଣ୍ଡ ଘଟିଅଛି । ଯାହା ଫଳରେ ଗୋଟିଏ ଗୋଷ୍ଠୀ ଶବକୁ ରାସ୍ତା ମଝିରେ ରଖି ପ୍ରତିବାଦ କରିଥିଲେ ।ଘଟଣା ସ୍ଥଳରେ ଶରଣକୁଳ ଥାନା ଆଇ.ଆଇ ସି,ଏସଡିପିଓ, ଓଡ଼ଗାଁ ତହସିଲଦାର ପହଞ୍ଚିଥିଲେ ସୁଦ୍ଧା ବର୍ତ୍ତମାନ ଯାଏଁ କୌଣସି ସୁଫଳ ମିଳିପାରିନାହିଁ । ଘଟଣାସ୍ଥଳରେ ଉଭୟ ଗୋଷ୍ଠୀର ୧୦୦୦ରୁ ଉର୍ଦ୍ଧ୍ବ ମହିଳା ଏବଂ ପୁରୁଷ ଉପସ୍ଥିତ ଥିବା ବେଳେ କ୍ରମାଗତ ଭାବେ ପରିସ୍ଥିତି ଅଧିକ ଜଟିଳ ହେଉଥିବା ପରିଲକ୍ଷିତ ହେଉଅଛି । ସୂଚନା ଅନୁଯାୟୀ ପୂର୍ବରୁ ମଧ୍ୟ ଭାଳିଆଡିହି ଉପର ସାହି, ତଳସାହି ଏବଂ ପାଇକ ସାହି, ନୂଆ ସାହି, କଜଳାଇ ସାହି, ଜଗନ୍ନାଥ ସାହି ଦୁଇ ଗୋଷ୍ଠୀ ମଧ୍ୟରେ ଶ୍ମଶାନକୁ କେନ୍ଦ୍ର କରି ୨ ବର୍ଷ ତଳେ ଗୋଷ୍ଠୀ ସଂଘର୍ଷ ଦେଖା ଦେଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲୁଣୀସରା ନିଆକଟରେ ସ୍କୁଟି ଦୃଘଟଣା

ଲୁଣୀସରା ନିଆକଟରେ ସ୍କୁଟି ଦୃଘଟଣା
Read More...

ଚିକିତ୍ସା ରେ ବାଧକ ଥିବା ରାଜୁ ର ସଫଳ ଚିକିତ୍ସା  (ଝରିଗାଁ ବିଧାୟକ ଙ୍କ ୩ ମାସ ଧରି ଅକ୍ଲାନ୍ତ ପରିଶ୍ରମ ପାଇଁ ଗରିବ ପିରବାର ପକ୍ଷରୁ କୃତଜ୍ଞତା)

ଚିକିତ୍ସା ରେ ବାଧକ ଥିବା ରାଜୁ ର ସଫଳ ଚିକିତ୍ସା (ଝରିଗାଁ ବିଧାୟକ ଙ୍କ ୩ ମାସ ଧରି ଅକ୍ଲାନ୍ତ ପରିଶ୍ରମ ପାଇଁ ଗରିବ ପିରବାର ପକ୍ଷରୁ କୃତଜ୍ଞତା)
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ହ୍ୱାଟସ ଆପ ଭାଙ୍ଗିଦେଲା ଯୁବତୀଙ୍କ ବାହାଘର:
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell