OdishaStatenews.com Today : 18-May-2021 07:13:21 AM
୩୦ ମିନିଟରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାନ୍ତୁ ନାହିଁ, ପାରିବାରିକ ସମ୍ପର୍କକୁ ମଜଭୁତ କରନ୍ତୁ ତୀବ୍ରତର ହେଲା ସାମୁଦ୍ରିକ ବାତ୍ୟା ତୌତେ, ଗୁଜରାଟ ଏବଂ ଦିଉ ଉପକୂଳ ପ୍ରତି ସତର୍କ ସୂଚନା ଜାରି କେରଳରେ ପ୍ରବଳ ବର୍ଷା: ଭୟଙ୍କର ରୂପ ନେଉଛି ବାତ୍ୟା ‘ତୌକ୍‌ତେ’ ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି Previous Next ୩୦ ମିନିଟରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାନ୍ତୁ ନାହିଁ,… ତୀବ୍ରତର ହେଲା ସାମୁଦ୍ରିକ ବାତ୍ୟା ତୌତେ, ଗୁଜରାଟ ଏବଂ ଦିଉ… କେରଳରେ ପ୍ରବଳ ବର୍ଷା: ଭୟଙ୍କର ରୂପ ନେଉଛି ବାତ୍ୟା… ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ, ଶେଷ… |

ଦାମନଯୋଡିରେ ଡଃ.ହରେକୃଷ୍ଣ ମହତାବଙ୍କ ଜୟନ୍ତୀ।

November 21, 2020, ଓଡ଼ିଶା, କୋରାପୁଟ,


ଦାମନଯୋଡିରେ ଡଃ.ହରେକୃଷ୍ଣ ମହତାବଙ୍କ ଜୟନ୍ତୀ।
MANAS RANJAN KAR
[ DAMANJODI REPORTER ]
OdishaStateNews Bureau
November 21, 2020

ଦାମନଯୋଡି-21/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ବିଶିଷ୍ଟ ସାହିତ୍ୟିକ,ସାମ୍ବାଦିକ,ରାଜନୈତିକ ତଥା ଓଡିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ଉତ୍କଳକେଶରୀ ଡଃ.ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ମାଥାଲପୁଟ ସ୍ଥିତ ଆଲୁମିନା ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ନାଲକୋ ଉପ ମହାପ୍ରବନ୍ଧକ ଶଶାଙ୍କ ଶେଖର ସାହୁ ମୂଖ୍ୟଅତିଥି ରୂପେ ଯୋଗ ଦେଇଥିଲାବେଳେ ଡିଜିଏମ୍ ରମେଶ ଚନ୍ଦ୍ର ଦାଶ ସମ୍ନାନିତ ଅତିଥି ରୂପେ ଯୋଗ ଦେଇଥିଲେ।ଅତିଥି ଓ ଉପସ୍ଥିତ ବୁଦ୍ଧିଜୀବିମାନେ ଶ୍ରୀଜଗନ୍ନାଥ ଓ ମହତାବଙ୍କ ଫଟୋ ଚିତ୍ରରେ ପୂଷ୍ପମାଲ୍ୟ,ଧୂପଦୀପ ଓ ପୂଜାର୍ଚନା କରି ଡଃ.ମହତାବଙ୍କ ସ୍ମୁତିଚାରଣ କରିଥିଲେ।ଦାମନଯୋଡି ବର୍ଷା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବର୍ଷାର ସମ୍ପାଦକ ତଥା ଯୁବକବି ଶ୍ରୀଧର ପରିଡା ମଂଚାସୀନ ଥିଲେ।ବରିଷ୍ଟ ସାହିତ୍ୟିକ ଡଃ.ଅଶୋକ କୁମାର ମହାନ୍ତି ମଂଚ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ସାହିତ୍ୟିକ ସୁଶାନ୍ତ କୁମାର ଦାଶ,ନଳିନୀକାନ୍ତ ସେନାପତି,ସାମ୍ବାଦିକ ନରସିଂହ ବ୍ରହ୍ମା,ସୁଦର୍ଶନ ସେନାପତି,ଜଳେନ୍ଦ୍ର ତ୍ରିପାଠୀ,ଅରୁଣ ଓଝା,ଏସଭିଏମର ବରିଷ୍ଠ ଶିକ୍ଷକ ଡଃ.ରମେଶ ଚନ୍ଦ୍ର ସ୍ବାଇଁ,ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଆଲୁମିନା ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ସାଉ ପ୍ରମୁଖ ଯୋଗଦେଇ ଡଃ.ମହତାବଙ୍କ କର୍ମମୟ ଜୀବନୀ, ଓଡିଶା ପ୍ରତି ତାଙ୍କର ଅବଦାନ ବିଷୟରେ ସ୍ମୁତିଚାରଣ ଓ ସ୍ବରଚିତ କବିତାମାନ ପାଠ କରିଥିଲେ।ଶେଷରେ କାର୍ଯ୍ୟକ୍ରମର ସଂଯୋଜକ ବିଜୟ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚିକିତ୍ସା ରେ ବାଧକ ଥିବା ରାଜୁ ର ସଫଳ ଚିକିତ୍ସା  (ଝରିଗାଁ ବିଧାୟକ ଙ୍କ ୩ ମାସ ଧରି ଅକ୍ଲାନ୍ତ ପରିଶ୍ରମ ପାଇଁ ଗରିବ ପିରବାର ପକ୍ଷରୁ କୃତଜ୍ଞତା)

ଚିକିତ୍ସା ରେ ବାଧକ ଥିବା ରାଜୁ ର ସଫଳ ଚିକିତ୍ସା (ଝରିଗାଁ ବିଧାୟକ ଙ୍କ ୩ ମାସ ଧରି ଅକ୍ଲାନ୍ତ ପରିଶ୍ରମ ପାଇଁ ଗରିବ ପିରବାର ପକ୍ଷରୁ କୃତଜ୍ଞତା)
Read More...

ଆନ୍ଧ୍ର ଓଡ଼ିଶା ସୀମାବିବାଦ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କଲେ ଦକ୍ଷିଣାଞ୍ଚଳ ରାଜସ୍ୱସଚିବ।

ଆନ୍ଧ୍ର ଓଡ଼ିଶା ସୀମାବିବାଦ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କଲେ ଦକ୍ଷିଣାଞ୍ଚଳ ରାଜସ୍ୱସଚିବ।
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଚାଲି ଚାଲି ବାହାରିଲେ ୩୧ଜଣ ଶ୍ରମିକ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell