OdishaStatenews.com Today : 26-Nov-2020 21:19:45 PM
୩୭ ଦଫା ଦାବିରେ ଦେଶବ୍ୟାପୀ ବନ୍ଦ ଡ଼ାକରା… | ଜଗାକୁ ଛାଡ଼ି ଚାଲିଗଲା କାଳିଆ, SCBରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ | ଖୋର୍ଦ୍ଧା ମେଡିକାଲର କାନ୍ଥ ଭାଙ୍ଗିଲେ ୧୮ଟିକିଆ ହାତୀପଲ | ମାଡ଼ି ଆସୁଛି ବାତ୍ୟା ନିଭାର ! ଉପକୂଳରେ ୩୦ ପ୍ଲାଟୁନ୍‌ NDRF, ସରକାରଙ୍କ ଛୁଟି ଘୋଷଣା | ରାଜରାସ୍ତାକୁ ଓହ୍ଲାଇବ ଶ୍ରମିକ ସଙ୍ଗଠନ, ହାତ ବଢାଇଲା କଂଗ୍ରେସ, ବିଜେପି କରିବ ସମ୍ୱିଧାନ ବଞ୍ଚାଅ କାର୍ଯ୍ୟକ୍ରମ… | ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ଆନ୍ଧ୍ର ଓଡ଼ିଶା ସୀମାବିବାଦ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କଲେ ଦକ୍ଷିଣାଞ୍ଚଳ ରାଜସ୍ୱସଚିବ।

November 21, 2020, ଓଡ଼ିଶା, କୋରାପୁଟ,


ଆନ୍ଧ୍ର ଓଡ଼ିଶା ସୀମାବିବାଦ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କଲେ ଦକ୍ଷିଣାଞ୍ଚଳ ରାଜସ୍ୱସଚିବ।
Rabindra padal
[ BLOCK REPORTER POTTANGI DIST-KORAPUT ]
OdishaStateNews Bureau
November 21, 2020

ପଟ୍ଟାଙ୍ଗି-21/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ସୀମାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ବାସୀଙ୍କ ମଧ୍ୟରେ ଚାଲିଛି ବିବାଦ।ସୀମା କୁ ନେଇ ଉଭୟଙ୍କ ମଧ୍ୟରେ ଚାଲିଛି ଚକାପଞ୍ଝା। ଆନ୍ଧ୍ର ପକ୍ଷରୁ କିଛି ରାଜନେତା ଓ ଆର ଆଇ ଆସି ଏକତରଫା ଭାବେ ସିମା ଚିନ୍ନଟ କରିଫେରିଥିଲେ ଓ ଓଡ଼ିଶା ପକ୍ଷରୁ ମଧ୍ୟ ପଟ୍ଟାଙ୍ଗି ତହସିଲ ଓ ରାଜସ୍ବ ବିଭାଗ ର ଅଧିକାରୀ ମାନେ ପହଁଚି ୧୯୬୨ ମସିହାରେ ସେଟେଲମେଣ୍ଟ ମ୍ୟାପ ଅନୁସାରେ ତିଆରି ହୋଇଥିବା ନକ୍ସାକୁ ଧରି ଜମି ମାପଜୁପ କରିବା ସହ ପୂର୍ବରୁ ରହିଥିବା ସିମା ଚିନ୍ନଟ ପଥର ରେ ଚୁନ ଲଗେଇ ଫେରିଥିଲେ ଓ ଏହା ଜାଣିବା ପରେ ପୁଣି ଆନ୍ଧ୍ର ସୀମାର ଚାରିଖଣ୍ଡ ଗ୍ରାମର ଗ୍ରାମବାସୀ ଓଡ଼ିଶା ସିମା ମଧ୍ୟରେ ପହଁଚି ଧଳା ରଙ୍ଗର ପତକା ଲଗେଇବା ସହ ପୁରା ଚୁନ ସାହାଯ୍ୟ ରେ ଚିନ୍ନଟ କରୁଥିବା ଦେଖିବାକୁ ମିଳିଛି।ଏବଂ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ଦକ୍ଷିଣାଞ୍ଚଳ ରାଜସ୍ୱ ସଚିବ ଟି ଆପଙ୍ଗ ଆଓ ପହଁଚି ପ୍ରଥମେ ଆନ୍ଧ୍ର ଲୋକଙ୍କ ଦ୍ୱାରା ଚିନ୍ନଟ ନୂଆ ସୀମାରେଖା ସ୍ଥଳ ଯାଇ ଅନୁଧ୍ୟାନ କରିଥିଲେ ଓ କିଛି ସମୟ ସରକାରୀ କର୍ମଚାରୀ ଙ୍କ ସହିତ ଆଲୋଚନା କରି ଫେରିଯାଇଥିଲେ। ଏହାକୁ ନେଇ ସମ୍ବାଇ ସରପଞ୍ଚ ପିଲକ ଗୁଣ୍ଠା ଙ୍କ କହିବାଅନୁଯାଇ ବରିଷ୍ଠ ଅଧିକାରୀ ମାନେ ଆସୁଛନ୍ତି ଆମକୁ କିଛି ପଚାରୁ ନାହାନ୍ତି, କେବଳ ଦେଖିକି ହିଁ ଚାଲିଯାଉଛନ୍ତି ,ଆନ୍ଧ୍ର ସରକାର ଙ୍କ ସହ ମିଶି ଆଲୋଚନା କରୁଛନ୍ତି କି ନାହିଁ ଆମେ ଜାଣିପାରୁନାହୁଁ, ଖାଲି ଦେଖିକି ଗଲେ କିଛି ଲାଭନାହିଁ ,ଆମପାଇଁ ସୁରକ୍ଷା କିଛି ନାହିଁ, ଆମ୍ଭେ ଚାହଁଛୁ ସୁରକ୍ଷା, ଆମ୍ଭ ମାନଙ୍କ ପାଇଁ ଦରକାର ଏକ ବି ଏସ ଏଫ କ୍ୟାମ୍ପ।ସୀମାନିର୍ଦ୍ଧାରଣ ନ କରିବା ପର୍ଯ୍ୟନ୍ତ ଏମିତି ବିବାଦ ଲାଗିରହିଥିବ ଏମିତିକି କାହାର ନା କାହାର ପ୍ରାଣ ମଧ୍ୟ ଚାଲିଯାଇପାରେ ବୋଲି କହିବା ସହିତ ଆମ ପ୍ରଶାସନ କେବଳ ଆସୁଛନ୍ତି ଦେଖୁଛନ୍ତି ଓ ଚାଲିଯାଉଛନ୍ତି ବୋଲି କହିଥିଲେ। ରାଜସ୍ବ ସଚିବ ଙ୍କ ସହ ଏ ଡ଼ି ଏମ ଦେବେନ ପ୍ରଧାନ, ଡ଼ି ଆର ଡିଏ ପି ଡ଼ି ପ୍ରବୀର ନାୟକ, ଉପଜିଲ୍ଲାପାଳ ଲଳିତ କୁମାର କଅଁର, ସୁନାବେଡା ଏସ ଡ଼ି ପିଓ ନିରଞ୍ଜନ ବେହେରା, ପଟ୍ଟାଙ୍ଗି ଭାରପ୍ରାପ୍ତ ତହସିଲଦାର ମହାଦେବ ଭତ୍ରା,ପଟ୍ଟାଙ୍ଗି ଆଇ ଆଇ ସି ବିଜୟ ରାଜ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।ଏହାପରେ ବିବାଦୀୟ କୋଟିଆ ଅଭିମୁଖେ ଯାଇ ତଲଗଞ୍ଜାଇପଦର ଗ୍ରାମରେ ପହଁଚି ଆନ୍ଦ୍ର ପକ୍ଷରୁ ନିର୍ମାଣ କରୁଥିବା ପୋଖରୀ ଖୋଳା କୁ ଦେଖି ବି ଡ଼ି ଓ ମନାଲିସା ଦେବତା ଓ ଜେଇ ବିଜୟ କୁମାର ନନ୍ଦ ଙ୍କ ସହ ଆଲୋଚନା କରିଥିଲେ ଏବଂ ନିର୍ମାଣ ଧିନ କାର୍ଯ୍ୟ ର ସମୀକ୍ଷା କରିବା ସହ ତୁରନ୍ତ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦାମନଯୋଡିରେ ଡଃ.ହରେକୃଷ୍ଣ ମହତାବଙ୍କ ଜୟନ୍ତୀ।

ଦାମନଯୋଡିରେ ଡଃ.ହରେକୃଷ୍ଣ ମହତାବଙ୍କ ଜୟନ୍ତୀ।
Read More...

ତାଳଚେର ସଦର ଥାନର ୬ ଜଣ ପୋଲିସ କର୍ମଚାରୀଙ୍କ ବଦଳିର ଚର୍ଚ୍ଚା

ତାଳଚେର ସଦର ଥାନର ୬ ଜଣ ପୋଲିସ କର୍ମଚାରୀଙ୍କ ବଦଳିର ଚର୍ଚ୍ଚା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଆଜିର ରାଶି ଫଳ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell