21/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) କେନ୍ଦ୍ର ସରକାରଙ୍କ କୃଷି ନୀତି ଓ ଶ୍ରମ ନୀତିକୁ ବିରୋଧ କରି ଆସନ୍ତା ୨୬ ତାରିଖରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏଥିରେ କେନ୍ଦ୍ର ସରକାରୀ କର୍ମଚାରୀ ଫେଡେରେସନ, ରାଜ୍ୟ ସରକାରୀ କର୍ମଚାରୀ ଫେଡେରେସନ, ବ୍ୟାଙ୍କ କର୍ମଚାରୀ ୟୁନିଅନ, ଜୀବନ ବୀମା କର୍ମଚାରୀ ୟୁନିଅନ ମଧ୍ୟ ସାମିଲ ହେବେ । ଓଡ଼ିଶାରେ ଆଇଏନଟିୟୁସି, ସିଟୁ, ଏଆଇଟିୟୁସି, ହିନ୍ଦ ମଜଦୁର ସଭା, ଏଆଇସିସିଟୁୟୁ ଆଦି ଶ୍ରମିକ ସଂଗଠନ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ବନ୍ଦ ପାଳନ କରିବେ । ଏହି ବନ୍ଦ ପାଳନକୁ ବାମପନ୍ଥୀ ଦଳ ସମର୍ଥନ କରୁଥିବାବେଳେ ଅନ୍ୟ ରାଜନୈତିକ ଦଳକୁ ଅନୁରୋଧ କରାଯିବ ବୋଲି କହିଛନ୍ତି ସିଟୁ ରାଜ୍ୟ ସଭାପତି ଜନାର୍ଦ୍ଦନ ପତି ।
ଶ୍ରୀ ପତିଙ୍କ କହିବାନୁଯାୟୀ କେନ୍ଦ୍ର ସରକାର ଚାଷୀ ବିରୋଧୀ କୃଷି ଆଇନ ଆଣିଛନ୍ତି । ଏହାଦ୍ୱାରା ଚାଷୀ କ୍ଷତି ସହିବ। ଆଉ ଉଦ୍ୟୋଗପତି ଲାଭବାନ ହେବେ। ସେହିପରି ୨୯ଟି ଶ୍ରମିକ ଆଇନକୁ କେନ୍ଦ୍ର ସରକାର ପରିବର୍ତ୍ତନ କରିଛନ୍ତି । ୪ଟି ନୂଆ ଶ୍ରମ କୋଡ୍ ଲାଗୁ କରିଛନ୍ତି । ଏହାସହ ୧୩ଟି ଶ୍ରମ ଆଇନକୁ ଉଚ୍ଛେଦ କରିଛନ୍ତି । ଏଥିଯୋଗୁ ଦେଶର ପ୍ରାୟ ୪୦ କୋଟି ଶ୍ରମିକ କ୍ଷତିଗ୍ରସ୍ତ ହେବେ । ଓଡ଼ିଶାର ଦେଢ଼ କୋଟି ଶ୍ରମିକ ଏହାଦ୍ୱାରା ପ୍ରଭାବିତ ହେବ । ଆସନ୍ତା ୨୬ ତାରିଖ ବନ୍ଦ ପାଳନ ନେଇ ଗୁରୁବାର ଶ୍ରମିକ ସଂଗଠନମାନଙ୍କର ବୈଠକ ହେବ । ବୈଠକ ପରେ ବନ୍ଦ ପାଳନ ନେଇ ରାଜନୈତିକ ଦଳକୁ ଚିଠି ଲେଖି ସମର୍ଥନ ମଗାଯିବ ।
ଜାଣନ୍ତୁ ଆଜି କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଏହି ଶନିବାର
Read More...
ମଖଳା ଗ୍ରାମର ଅଧିକାଂଶ ବୃଦ୍ଧ, ବୃଦ୍ଧା ,ବିକଳାଙ୍ଗ,ବହୁ ଦିନରୁ ଭତା ପାଇବାରେ ବିଫଳ ଥିବାରୁ ପଦକ୍ଷେପ,
Read More...