OdishaStatenews.com Today : 26-Jan-2021 21:26:43 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ରଙ୍କୁ ଶେଷରେ ଚାକିରୀରୁ ନିଲମ୍ବିତ

November 20, 2020, ଓଡ଼ିଶା, କୋରାପୁଟ,


ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ରଙ୍କୁ ଶେଷରେ ଚାକିରୀରୁ ନିଲମ୍ବିତ
BHANU PRATAP NAYAK
[ Bureau chief Undivided Koraput District ]
OdishaStateNews Bureau
November 20, 2020



କୋରାପୁଟ-20/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଜୟପୁର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଥିବା କୋରାପୁଟ ଜିଲ୍ଲା ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ରଙ୍କୁ ଶେଷରେ ଚାକିରୀରୁ ନିଲମ୍ବିତ କଲେ କୋରାପୁଟ ଜିଲ୍ଲାପାଳ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ରିପୋର୍ଟ କରିବେ ଓ ଉପଜିଲ୍ଲାପାଳଙ୍କ ନଜଣାଇ କୁଆଡେ ଯାଇପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ମାସ ୨୮ ତାରିଖରେ ବିଲ୍ ପାସ୍ କରିଦେବାକୁ ଜଣେ ଠିକାଦାରଙ୍କଠାରୁ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜଲାନ୍ସ ତାଙ୍କୁ ଧରିଥିଲା । ନ୍ୟାୟିକ ହାଜତରେ ୪୮ ଘଣ୍ଟାରୁ ଅଧିକ ସମୟ ରହିଥିବାରୁ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶ ଅନୁସାରେ ଜିଲ୍ଲାପାଳ ସ୍ନିଗ୍ଧାରାଣୀ ମିଶ୍ରଙ୍କୁ ନିଲମ୍ବିତ କରିଛନ୍ତି

ସେହିପରି ନନ୍ଦପୁର ବିଡ଼ିଓଙ୍କୁ ଆଇସିଡିଏସର ଡ୍ରଇଂ ଅଥରିଟି ଭାବେ ଜିଲ୍ଲାପାଳ ଦାୟିତ୍ବ ଦେଇଥିବା ବେଳେ ସୁପରଭାଇଜର ମୋନାଲିସା ଖେମୁଣ୍ଡୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନନ୍ଦପୁର ସିଡିପିଓ ଭାର ତୁଲାଇବେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଗ୍ନକାଣ୍ଡରେ ଆଦିବାସୀ ପରିବାର ସର୍ବସ୍ବାନ୍ତ ।

ଅଗ୍ନକାଣ୍ଡରେ ଆଦିବାସୀ ପରିବାର ସର୍ବସ୍ବାନ୍ତ ।
Read More...

ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର । ହସ୍ପିଟାଲକୁ ଆସିଲା ନୂଆ ଟେକ୍ନୋଲୋଜି । ଡେଲିଭରି ବେଳେ ଜଣାପଡିବ ନାହିଁ ଯନ୍ତ୍ରଣା

ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର । ହସ୍ପିଟାଲକୁ ଆସିଲା ନୂଆ ଟେକ୍ନୋଲୋଜି । ଡେଲିଭରି ବେଳେ ଜଣାପଡିବ ନାହିଁ ଯନ୍ତ୍ରଣା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଫୁଲବାଣୀ ବିଜୁ ପଟ୍ଟନାୟକ ଛକର ମୁଖ୍ୟ ସହର ରେ  କୋଭିଡ୍ -19 ଯୋଦ୍ଧା ଙ୍କୁ ସମ୍ମାନ ଓ ଉତ୍ସାହ ପ୍ରଦାନ ନିମନ୍ତେ କନ୍ଧମାଳ ପକ୍ଷରୁ ଜାତୀୟ ସଙ୍ଗୀତ ଗାୟନ।
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell