OdishaStatenews.com Today : 18-May-2021 06:22:03 AM
୩୦ ମିନିଟରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାନ୍ତୁ ନାହିଁ, ପାରିବାରିକ ସମ୍ପର୍କକୁ ମଜଭୁତ କରନ୍ତୁ ତୀବ୍ରତର ହେଲା ସାମୁଦ୍ରିକ ବାତ୍ୟା ତୌତେ, ଗୁଜରାଟ ଏବଂ ଦିଉ ଉପକୂଳ ପ୍ରତି ସତର୍କ ସୂଚନା ଜାରି କେରଳରେ ପ୍ରବଳ ବର୍ଷା: ଭୟଙ୍କର ରୂପ ନେଉଛି ବାତ୍ୟା ‘ତୌକ୍‌ତେ’ ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି Previous Next ୩୦ ମିନିଟରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାନ୍ତୁ ନାହିଁ,… ତୀବ୍ରତର ହେଲା ସାମୁଦ୍ରିକ ବାତ୍ୟା ତୌତେ, ଗୁଜରାଟ ଏବଂ ଦିଉ… କେରଳରେ ପ୍ରବଳ ବର୍ଷା: ଭୟଙ୍କର ରୂପ ନେଉଛି ବାତ୍ୟା… ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ, ଶେଷ… |

ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର । ହସ୍ପିଟାଲକୁ ଆସିଲା ନୂଆ ଟେକ୍ନୋଲୋଜି । ଡେଲିଭରି ବେଳେ ଜଣାପଡିବ ନାହିଁ ଯନ୍ତ୍ରଣା

November 20, 2020, ଅନ୍ୟାନ୍ୟ, ,


ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର । ହସ୍ପିଟାଲକୁ ଆସିଲା ନୂଆ ଟେକ୍ନୋଲୋଜି । ଡେଲିଭରି ବେଳେ ଜଣାପଡିବ ନାହିଁ ଯନ୍ତ୍ରଣା
`Subrat Ku Parija
[ Block Reporter Kujanga Jagatsinghpur ]
OdishaStateNews Bureau
November 20, 2020

20/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ମହିଳା ମାନେ ଯେତେବେଳେ ପିଲା ଜନ୍ମ କରନ୍ତି ସେତେବେଳେର କଷ୍ଟ ଓ ଯନ୍ତ୍ରଣା ସେ ହିଁ ଜାଣିଥା’ନ୍ତି । ତାଙ୍କ ବ୍ୟତିିତ ଏହି ଯନ୍ତ୍ରଣା କେବଳ କିଛି ମାତ୍ରରେ ଡେଲିଭରି କରାଉଥିବା ଡାକ୍ତର ଓ ନର୍ସ ମାନେ ଅନୁଭବ କରିପାରନ୍ତି । ହେଲେ ଏବେ ଡାକ୍ତରୀ ବିଜ୍ଞାନ ଏକ ନୂଆ ତରିକାରେ ଡେଲିଭରି କରାଇବ ଯେଉଁ ତରିକାରେ ଗର୍ଭବତୀ ଜଣଙ୍କୁ ଡେଲଭରି ସମୟରେ ଗର୍ଭ ଯନ୍ତ୍ରଣା ଜଣାପଡିବ ନାହିଁ । ବିଜ୍ଞାନର ଅଗ୍ରଗତି ଯୋଗୁଁ ପ୍ରତିଦିନ ବିଶ୍ୱରେ କିଛି ନା କିଛି ନୂତନ ଉଦ୍ଭାବନ ଦେଖିବାକୁ ମିଳିଛି । ହେଲେ ବିଜ୍ଞାନର ଅଗ୍ରଗତି ସବୁଠୁ ଅଧିକ ଦେଖିବାକୁ ମିଳୁଛି ଚିକିତ୍ସା ବିଜ୍ଞାନରେ । ଯାହାଦ୍ୱାରା ଅସାଦ୍ଧ ରୋଗର ଚିକିତ୍ସା ବି ସହଜରେ ସାଧନ ହୋଇ ପାରୁଛି । ହେଲେ ପ୍ରଥମ ଥର ପାଇଁ ଗର୍ଭବତୀ ମାନଙ୍କୁ ଡେଲିଭରି ସମୟରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେବାକୁ ବ୍ରିଟେନର ଡାକ୍ତର ମାନେ ଏକ ଗବେଷଣା କରି ସେଥିରେ ଉପନୀତ ହୋଇଛନ୍ତି । ଯେଉଁଥି ପାଇଁ ଏହି ଗବେଷଣା କରୁଥିବା ଟିମ୍ କୁ ସାରା ବିଶ୍ୱରୁ ପ୍ରଶଂସାର ସୂଅ ଛୁଟୁଛି ।
ବ୍ରିଟେନ୍ ର ଏକ ହସ୍ପିଟାଲରେ ପ୍ରଥମଥର ପାଇଁ ଗର୍ଭବତୀ ମହିଳାଙ୍କ ଯନ୍ତ୍ରଣା କମାଇବାକୁ ଏହି ନୂଆ ପଦକ୍ଷେପ ନିଆଯାଇଛି । ଏଠାରେ ନ୍ୟାସନାଲ ହେଲ୍ଥ ସର୍ଭିସ ପକ୍ଷରୁ ହସ୍ପିଟାଲରେ ଗର୍ଭବତୀଙ୍କୁ ଭର୍ଚୁଆଲ ରିୟଲିଟି ହେଡସେଟ୍ ପିନ୍ଧିବାକୁ ଦିଆଯାଉଛି । ଏହାର ମୁଖ୍ୟ ଉର୍ଦ୍ଦେଶ୍ୟ ହେଲା ଗର୍ଭବତୀ ଲେବର ରୁମ୍ କୁ ଯିବା ପୂର୍ବରୁ ଯନ୍ତ୍ରଣା ଉପରୁ ତାଙ୍କର ନଜର ହଟିଯିବ । ମାତ୍ର ୭ ମିନିଟ୍ ପାଇଁ ଗର୍ଭବତୀଙ୍କୁ ଏହି ହେଡସେଟ୍ ପିନ୍ଧିବାକୁ ପଡିବ । ଏହି ସମୟରେ ଭିଆରରେ ଲାଇଟିଂ, ସମୁଦ୍ର ଲହଡି, ମଙ୍ଗଳ ଗ୍ରହରେ ପାଦ ଥାପିବା,ପେଙ୍ଗୁଇନ ମାନଙ୍କ ଗହଣରେ ଥିବା ଭଳି ଗର୍ଭବତୀଙ୍କୁ ଅନୁଭବ ହେବ । ଏଥି ସହିତ ମନକୁ ଶାନ୍ତ ରଖିବା ପାଇଁ ଗର୍ଭବତୀ ମାନେ ସଂଗୀତ ମଧ୍ୟ ଶୁଣିପାରିବେ । ଏହା ପ୍ରଥମେ ୱେଲ୍ସର ସମସ୍ତ ହସ୍ପିଟାଲରେ ଲାଗୁ କରାଯିବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ରଙ୍କୁ ଶେଷରେ ଚାକିରୀରୁ ନିଲମ୍ବିତ

ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ରଙ୍କୁ ଶେଷରେ ଚାକିରୀରୁ ନିଲମ୍ବିତ
Read More...

ଗିଲଗିଟ-ବାଲ୍ଟିସ୍ତାନ ନିର୍ବାଚନରେ ​​ପିଟିଆଇ ଜିତିଲା ସର୍ବାଧିକ ଆସନ,ମିଳି ପାରିଲା ନାହିଁ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା

ଗିଲଗିଟ-ବାଲ୍ଟିସ୍ତାନ ନିର୍ବାଚନରେ ​​ପିଟିଆଇ ଜିତିଲା ସର୍ବାଧିକ ଆସନ,ମିଳି ପାରିଲା ନାହିଁ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell