OdishaStatenews.com Today : 26-Jan-2021 21:00:58 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ବାଲି ଚୋରା ଚାଲାଣ ରୋକିବାକୁ ଦାବି

November 19, 2020, ଓଡ଼ିଶା, ନବରଙ୍ଗପୁର,


ବାଲି ଚୋରା ଚାଲାଣ ରୋକିବାକୁ ଦାବି
Kusta Jani
[ Block Reporter Kosagumuda Nabarangapur ]
OdishaStateNews Bureau
November 19, 2020

କୋଷାଗୁମୁଡା-19/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ନବରଙ୍ଗପୁର କୋଡ଼ିଙ୍ଗା ତହସିଲ ଅନ୍ତର୍ଗତ ବିଭିନ୍ନ ବାଲି ଘାଟରେ ବାହାର ରାଜ୍ୟକୁ ଚୋରାରେ ବାଲି ଚାଲାଣ ହେଉଥିବା ନେଇ ଆଜି କୋଷାଗୁମୁଡା ବ୍ଲକ ର ସର୍ବଦଳୀୟ ଏକ ଜରୁରୀ ବୈଠକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡି ନେତା ଯୋଗେନ୍ଦ୍ର ସ୍ୱାଇଁ , ପ୍ରଶାନ୍ତ ବକ୍ସି, କୁସିଆ ମାଝୀ, ବିଜେପି ନେତା ପଦ୍ମନ ନାୟକ , ଅରୁଣ ପ୍ରସନ୍ନ ନାୟକ , କଂଗ୍ରେସ ନେତା ଧରମ ସିଂ ଓ ବହୁ ବରିଷ୍ଠ ନେତା ମାନେ ଯୋଗଦେଇଥିଲେ । ପ୍ରତ୍ୟକ ଦିନ ଶହଶହ ବାହାର ରାଜ୍ୟର ଟିପର , ଟ୍ରକ ରେ ବାଲି ସବୁ ଛତିଶଗଡ଼ , ଆନ୍ଧ୍ରପ୍ରଦେଶ କୁ ଚାଲାଣ ହେଉଛି । ଉକ୍ତ ଟ୍ରକ ସବୁ ମୁଖ୍ୟ ରାସ୍ତା ଦେଇ ଯାଉଥିଲେ ମଧ୍ୟ କୌଣସି ସରକାରୀ ଅଧିକାରୀ ମାନେ ଅଟକାଉ ନାହାଁନ୍ତି । ସରକାର ବାଲି ଟେଣ୍ଡେର ଦେଲାବେଳେ ବିଭିନ୍ନ ନିୟମ କରିଛନ୍ତି କିନ୍ତୁ ଉକ୍ତ ନିୟମ କୌଣସି ବାଲି ଟେଣ୍ଡେର ନେଇଥିବା ଲିଜ ଧାରୀ ପାଳନ କରୁନଥିବା ଅଭିଯୋଗ କରିଛନ୍ତି । ବିଶେଷ କରି ଭାସ୍କେଲ ନଦୀର ପ୍ରାୟ ୧୫ ଟି ବାଲି ଘାଟରୁ ପ୍ରତିଦିନ ଶହଶହ ସଂଖ୍ୟାରେ ବାଲି ବାହାର ରାଜ୍ୟକୁ ଚାଲାଣ ହେଉଛି । କିନ୍ତୁ ଏଥିପ୍ରତି କେହିହେଲେ ମଧ୍ୟ ଦୃଷ୍ଟି ଆକର୍ଷଣ କରୁନଥିବା ଅଭିଯୋଗ କରିଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଆଜି ସବୁ ଦଳ ପକ୍ଷରୁ ଏକ ଦାବିପତ୍ର ନବରଙ୍ଗପୁର ଜିଲାପାଳ ଓ କୋଡ଼ିଙ୍ଗା ତହସିଲଦାର ଙ୍କୁ ପ୍ରଦାନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ସରକାର ଘୋଷଣା କରିଥିବା ବାଲି ଘାଟ ର ସବୁ ନିୟମ ଗୁଡିକ ବାଲି ଲିଜଧାରୀ ମାନେ ପାଳନ ନକରନ୍ତି ତେବେ ଆଗାମୀ ଦିନରେ ବଡ଼ ଧରଣର ସର୍ବ ଦଳୀୟ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏଣିକି ବାପାମାଆଙ୍କୁ ନିର୍ଯାତନା ଦେଇ କୌଣସି ବି ପରିସ୍ଥିତିରେ ଖସିପାରିବେନି ପୁଅ-ବୋହୂ, ଝିଅ-ଜ୍ୱାଇଁ କି ନାତି-ନାତୁଣୀ । ଘରୁ ହେବେ ବେଦଖଲ, ସଂପତିରୁ ବି ମିଳିବନି ଅଧିକାର              ପୂର୍ବରୁ ଦେଇଥିବା ଭାଗକୁ ବି ଫେରାଇ ଆଣିବେ ବାପାମାଆ

ଏଣିକି ବାପାମାଆଙ୍କୁ ନିର୍ଯାତନା ଦେଇ କୌଣସି ବି ପରିସ୍ଥିତିରେ ଖସିପାରିବେନି ପୁଅ-ବୋହୂ, ଝିଅ-ଜ୍ୱାଇଁ କି ନାତି-ନାତୁଣୀ । ଘରୁ ହେବେ ବେଦଖଲ, ସଂପତିରୁ ବି ମିଳିବନି ଅଧିକାର ପୂର୍ବରୁ ଦେଇଥିବା ଭାଗକୁ ବି ଫେରାଇ ଆଣିବେ ବାପାମାଆ
Read More...

କିଏ ଜାଣିଥିଲା ଯମ ଏମିତି ଆସିବ ! ଫଟୋ ଉଠାଇବାର କିଛି ଘଣ୍ଟା ପରେ ଜୀବନ୍ତ ଦଗ୍ଧ ହୋଇଗଲେ ୫ବନ୍ଧୁ

କିଏ ଜାଣିଥିଲା ଯମ ଏମିତି ଆସିବ ! ଫଟୋ ଉଠାଇବାର କିଛି ଘଣ୍ଟା ପରେ ଜୀବନ୍ତ ଦଗ୍ଧ ହୋଇଗଲେ ୫ବନ୍ଧୁ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଯୁବ ରେଡକ୍ରସ ତରଫରୁ ଭାବସର ସଙ୍ଗରୋଧ କେନ୍ଦ୍ରରେ କରୋନା ସଚେତନତା କାର୍ଯ୍ଯକ୍ରମ ।
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell