OdishaStatenews.com Today : 18-May-2021 05:58:55 AM
୩୦ ମିନିଟରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାନ୍ତୁ ନାହିଁ, ପାରିବାରିକ ସମ୍ପର୍କକୁ ମଜଭୁତ କରନ୍ତୁ ତୀବ୍ରତର ହେଲା ସାମୁଦ୍ରିକ ବାତ୍ୟା ତୌତେ, ଗୁଜରାଟ ଏବଂ ଦିଉ ଉପକୂଳ ପ୍ରତି ସତର୍କ ସୂଚନା ଜାରି କେରଳରେ ପ୍ରବଳ ବର୍ଷା: ଭୟଙ୍କର ରୂପ ନେଉଛି ବାତ୍ୟା ‘ତୌକ୍‌ତେ’ ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି Previous Next ୩୦ ମିନିଟରୁ ଅଧିକ ସମୟ ସୋସିଆଲ ମିଡିଆରେ ବିତାନ୍ତୁ ନାହିଁ,… ତୀବ୍ରତର ହେଲା ସାମୁଦ୍ରିକ ବାତ୍ୟା ତୌତେ, ଗୁଜରାଟ ଏବଂ ଦିଉ… କେରଳରେ ପ୍ରବଳ ବର୍ଷା: ଭୟଙ୍କର ରୂପ ନେଉଛି ବାତ୍ୟା… ଷ୍ଟେରୋଇଡ୍‌ ଦୁରୁପଯୋଗ ବ୍ଲାକ୍‌ ଫଙ୍ଗସ୍‌ ବଢ଼ାଉଛି ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ, ଶେଷ… |

କିଏ ଜାଣିଥିଲା ଯମ ଏମିତି ଆସିବ ! ଫଟୋ ଉଠାଇବାର କିଛି ଘଣ୍ଟା ପରେ ଜୀବନ୍ତ ଦଗ୍ଧ ହୋଇଗଲେ ୫ବନ୍ଧୁ

November 19, 2020, ଦେଶ ଦୁନିଆ, ,


କିଏ ଜାଣିଥିଲା ଯମ ଏମିତି ଆସିବ ! ଫଟୋ ଉଠାଇବାର କିଛି ଘଣ୍ଟା ପରେ ଜୀବନ୍ତ ଦଗ୍ଧ ହୋଇଗଲେ ୫ବନ୍ଧୁ
`Subrat Ku Parija
[ Block Reporter Kujanga Jagatsinghpur ]
OdishaStateNews Bureau
November 19, 2020

19/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ପଞ୍ଜାବ ସଂଗୁରରେ ମଙ୍ଗଳବାର ରାତିରେ ଏକ ଭୟାବହ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଏକ କାରରେ ୫ଜଣ ସାଙ୍ଗ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକମାନେ ହେଲେ ୪୧ ବର୍ଷ ବୟସ୍କ କୁଲତାର ସିଂହ, ୪୦ ବର୍ଷ ବୟସ୍କ ଵଲବିନ୍ଦର ସିଂହ, ୫୫ ବର୍ଷ ବୟସ୍କ ପୂର୍ବତନ ସେନା କ୍ୟାପଟେନ ସୁଖବିନ୍ଦର ସିଂହ ଗିଲ, ୫୦ ବର୍ଷ ବୟସ୍କ ଚମକୌର ସିଂହ ଓ ୪୬ ବର୍ଷ ବୟସ୍କ ସୁରିନ୍ଦରସିଂହ ପାଲ। ସମସ୍ତଙ୍କ ଘର ମୋଗାରେ। ମୃତ୍ୟୁ ପରେ ଏହି ୫ଜଣ ସାଙ୍ଗଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଫଟୋକୁ ଦେଖି ପରିବାର ବର୍ଗ ଶୋକ ପ୍ରକାଶ କରିଛନ୍ତି। ସେମାନେ କେବେ ସ୍ବପ୍ନରେ ବି ଭାବିନଥିବେ ଯେ ମୃତ୍ୟୁ ଏମିତି ଆସିବ ଓ ୫ ବନ୍ଧୁଙ୍କୁ ଏକାସଙ୍ଗେ ନେଇଯିବ।
୫ ବନ୍ଧୁ ଦିର୍ବାରେ ଏକ ସମାରୋହରେ ସାମିଲ ହେବାକୁ ଯାଇଥିଲେ। ସମାରୋହରୁ ଫେରିବାବେଳେ ସୁନାମ ବାଇପାସ ନିକଟରେ ଏକ ଟ୍ରକ ସହ ତାଙ୍କ କାର ଧକ୍କା ହୋଇଥିଲା। ଧକ୍କା ହେବାପରେ କାରରେ ନିଆଁ ଲାଗିଯାଇଥିଲା। କାରରେ ନିଆଁ ଲାଗିବା ପରେ ୫ ବନ୍ଧୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।
ଚେଷ୍ଟା ସତ୍ତ୍ୱେ କାରରୁ ବାହାରି ପାରିନଥିଲେ। କାରରେ ସେଣ୍ଟର ଲକ ପଡିଥିଲା ଯେଉଁଥିପାଇଁ ମୃତଦେହ ବାହାର କରିବାକୁ ମଧ୍ୟ ବହୁତ ସମୟ ଲାଗିଥିଲା। ବହୁ କଷ୍ଟରେ ମୃତଦେହଗୁଡିକୁ ବାହାର କରି ପୋଲିସ ସଙ୍ଗୁର ହସ୍ପିଟାଲକୁ ପଠାଇଥିଲା। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲା। ପୋଲିସ ଟ୍ରକ ଡ୍ରାଇଭର ବିରୋଧରେ ମାମଲା ରୁଜ୍ଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଲି ଚୋରା ଚାଲାଣ ରୋକିବାକୁ ଦାବି

ବାଲି ଚୋରା ଚାଲାଣ ରୋକିବାକୁ ଦାବି
Read More...

ନିଆଁ ଲାଗି ପୋଡି ଗଲା ୪ଟି ଧାନ ଗଦା

ନିଆଁ ଲାଗି ପୋଡି ଗଲା ୪ଟି ଧାନ ଗଦା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ସାଧୁସନଥଙ୍କ ଉପଦେଶ ଧ୍ୟାନ ଉପରେ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell