OdishaStatenews.com Today : 26-Jan-2021 20:28:03 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ନିଆଁ ଲାଗି ପୋଡି ଗଲା ୪ଟି ଧାନ ଗଦା

November 19, 2020, ଓଡ଼ିଶା, ନବରଙ୍ଗପୁର,


ନିଆଁ ଲାଗି ପୋଡି ଗଲା ୪ଟି ଧାନ ଗଦା
MIHIR SANKAR PATRA
[ DISTRICT REPORTER NABARANGPUR ]
OdishaStateNews Bureau
November 19, 2020

ନବରଙ୍ଗପୁର-19/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଡାବୁଗାଁ ବ୍ଲକର ବୋରିଗାଁ ପଞ୍ଚାୟତ ଅଧୀନ ପରିଆବେଡା ଗ୍ରାମରେ ବୁଧବାର ନିଆଁ ଲାଗି ୪ ଟି ଧାନ ଗଦା ପୋଡିଯାଇଛି। ସୂଚନାଯୋଗ୍ୟ:- ଆଜି ସନ୍ଧ୍ୟା ୫ ଘ ସମୟରେ ପରିଆବେଡା ଗ୍ରାମର ପଦଲାମ ପରଜା, ପୁରନ ପରଜା, ଇଶ୍ଵର ପରଜା ଓ ଆଇତୁ ପରଜା ଙ୍କର ଘର ପଛେ ପଟ ଖଳାରେ ଥିବା ୪ଟି ଧାନଗଦାରେ ହଠାତ ନିଆଁ ଲାଗିଯାଇଥିଲା। ଖଳା ପଟୁ ଧୂଆଁ ବାହାରୁ ଥିବା ଦେଖି ଲୋକେ ଯାଇ ଦେଖିଥିଲେ ଯେ ଧାନ ଗଦାରେ ନିଆଁ ଲାଗିଛି।


ସଙ୍ଗେ ସଙ୍ଗେ ଗ୍ରାମବାସୀ ନିଆଁ ଲିଭାଇ ବାକୁ ଚେଷ୍ଟା କରିଥିଲେ କିନ୍ତୁ ନିଆଁ ଲିଭି ନଥିଲା। ଲୋକେ ଡାବୁଗାଁ ଅଗ୍ନିସମ କେନ୍ଦ୍ରକୁ ଖବର ଦେଇଥିଲେ। ପରେ ଡାବୁଗାଁ ଅଗ୍ନିସମ କେନ୍ଦ୍ର କର୍ମଚାରୀ ମାନେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ଏଥିରେ ୪ ଜଣଙ୍କ ର ୪ ଟି ଧାନ ଗଦା ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଏଥିରେ ପ୍ରାୟ ୧୦୦ କୁଇଣ୍ଟାଲ ଧାନ ନଷ୍ଟ ହୋଇଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କିଏ ଜାଣିଥିଲା ଯମ ଏମିତି ଆସିବ ! ଫଟୋ ଉଠାଇବାର କିଛି ଘଣ୍ଟା ପରେ ଜୀବନ୍ତ ଦଗ୍ଧ ହୋଇଗଲେ ୫ବନ୍ଧୁ

କିଏ ଜାଣିଥିଲା ଯମ ଏମିତି ଆସିବ ! ଫଟୋ ଉଠାଇବାର କିଛି ଘଣ୍ଟା ପରେ ଜୀବନ୍ତ ଦଗ୍ଧ ହୋଇଗଲେ ୫ବନ୍ଧୁ
Read More...

କୋଟପାଡ଼ ଠାରେ ଜିଲ୍ଲାପାଳଙ୍କ ଦ୍ଵାରା ଜିଲ୍ଲା ସ୍ତରୀୟ ମଣ୍ଡି ଉଦଘାଟିତ।

କୋଟପାଡ଼ ଠାରେ ଜିଲ୍ଲାପାଳଙ୍କ ଦ୍ଵାରା ଜିଲ୍ଲା ସ୍ତରୀୟ ମଣ୍ଡି ଉଦଘାଟିତ।
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଭିଜିଲାନ୍ସ ଜଳରେ କପ୍ତିପଦା ସହକାରୀ ଯନ୍ତ୍ରୀ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell