OdishaStatenews.com Today : 26-Nov-2020 20:36:32 PM
୩୭ ଦଫା ଦାବିରେ ଦେଶବ୍ୟାପୀ ବନ୍ଦ ଡ଼ାକରା… | ଜଗାକୁ ଛାଡ଼ି ଚାଲିଗଲା କାଳିଆ, SCBରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ | ଖୋର୍ଦ୍ଧା ମେଡିକାଲର କାନ୍ଥ ଭାଙ୍ଗିଲେ ୧୮ଟିକିଆ ହାତୀପଲ | ମାଡ଼ି ଆସୁଛି ବାତ୍ୟା ନିଭାର ! ଉପକୂଳରେ ୩୦ ପ୍ଲାଟୁନ୍‌ NDRF, ସରକାରଙ୍କ ଛୁଟି ଘୋଷଣା | ରାଜରାସ୍ତାକୁ ଓହ୍ଲାଇବ ଶ୍ରମିକ ସଙ୍ଗଠନ, ହାତ ବଢାଇଲା କଂଗ୍ରେସ, ବିଜେପି କରିବ ସମ୍ୱିଧାନ ବଞ୍ଚାଅ କାର୍ଯ୍ୟକ୍ରମ… | ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ରାମସେତୁ’ ଶୀର୍ଷକରେ ସିନେମା ଘୋଷଣା କଲେ ଅକ୍ଷୟ କୁମାର

November 15, 2020, ଦେଶ ଦୁନିଆ, ,


ରାମସେତୁ’ ଶୀର୍ଷକରେ ସିନେମା ଘୋଷଣା କଲେ ଅକ୍ଷୟ କୁମାର
Debasish Nayak
[ News Bureau Chief ]
OdishaStateNews Bureau
November 15, 2020

ମୁମ୍ବାଇ-15/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଶନିବାର ଦିନ ତାଙ୍କ ପ୍ରଶଂସକଙ୍କୁ ଦୀପାବଳି ଉପହାର ଦେଇଛନ୍ତି। ଏହି ଅବସରରେ ଅକ୍ଷୟ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ରାମସେତୁ’ ବାବଦରେ ଘୋଷଣା କରିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଅଭିଷେକ ଶର୍ମା ଦେବେ |


ଅକ୍ଷୟ ଆଜି ସୋସିଆଲ ମିଡିଆରେ ଏହି ଫିଲ୍ମ ବାବଦରେ ଘୋଷଣା କରିଥିବାବେଳେ ଯେଉଁଥିରେ ପ୍ରଭୁ ରାମଙ୍କ ଚିତ୍ର ଉପରେ ଥିବାବେଳେ ଏବଂ ଅକ୍ଷୟ କୁମାରଙ୍କ ଫଟୋ ତଳେ ଅଛି। ଫଟୋରେ ଅକ୍ଷୟ ରାମସେତୁ ଉପରେ ଚାଲୁଥିବାର ନଜର ଆସିଛନ୍ତି।


ଫଟୋରେ ଲେଖାଯାଇଛି ଯେ ସତ୍ୟ ବା କଳ୍ପନା | ଏହି ଫିଲ୍ମକୁ ଅଭିଷେକ ଶର୍ମା ନିର୍ଦ୍ଦେଶନା ଦେବାକୁଥିବାବେଳେ ଅରୁଣ ଭାଟ୍ଟିଆ ଓ ବିକ୍ରମ ମାଲହୋତ୍ରା ପ୍ରଯୋଜନା କରିବେ | ତେବେ ଫିଲ୍ମର ଆଜି ଫାଷ୍ଟ ଲୁକ ରିଲିଜ ହୋଇଥିବାବେଳେ କେବେ ପରଦାକୁ ଆସିବ ସେ ବାବଦରେ କୌଣସି ସୂଚନା ଦିଆଯାଇନାହିଁ |


ସୂଚନା ଥାଉ କି କିଛି ଦିନ ତଳେ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍‌ରେ ରିଲିଜ୍ ହୋଇଥିବା ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ସିନେମା ‘ଲକ୍ଷ୍ମୀ’ ବର୍ତ୍ତମାନ ରେକର୍ଡ କରୁଛି। ଭିଓରସିପ୍ ମାମଲାରେ ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଦିଲ୍ ବେଚାରାର ରେକର୍ଡ କାଟିବା ପରେ ବର୍ତ୍ତମାନ କରୋନା ସମୟରେ ବିଦେଶରେ ସର୍ବାଧିକ ଆୟକାରୀ ଫିଲ୍ମ ଭାବେ ପରିଗଣିତ ହେଉଛି। ଗତ ୯ ତାରିଖରେ ଭାରତରେ ଓଟିଟି ପ୍ଲାଟ୍‌ଫର୍ମରେ ଫିଲ୍ମ ରିଲିଜ୍ ହେବା ସହ ଅଷ୍ଟ୍ରେଲିଆ, ଫିଜି ଓ ନ୍ୟୁଜିଲାଣ୍ଡର ସିନେମା ହଲ୍‌ରେ ପ୍ରଦର୍ଶିତ ହୋଇଥିଲା। ତେବେ ଏହି ୪ଦିନରେ ଲକ୍ଷ୍ମୀ ଅଷ୍ଟ୍ରେଲିଆରେ ୪୧ଲକ୍ଷ ୯ ହଜାର ଟଙ୍କା ଆୟ କରିଥିବା ବେଳେ ନ୍ୟୁଜିଲାଣ୍ଡରେ ୨୮ଲକ୍ଷ ୩୮ହଜାର ଓ ଫିଜିରେ ୧୦ଲକ୍ଷ ୩୪ହଜାର ଟଙ୍କା ଆୟ କରିଛି। କରୋନା ସମୟରେ ବିଦେଶରେ ଏହା ସର୍ବାଧିକ ଆୟକାରୀ ଫିଲ୍ମର ମାନ୍ୟତା ପାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛତ୍ରପୁର ମାଟିଖାଲ ସ୍ଥିତ ଭାରତ ସରକାରଙ୍କ ଆଇ .ଆର .ଇ .ଏଲ. ତରଫରୁ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଦେବଦେଳା ଓ ଜୀବା ଗ୍ରାମ ପଞ୍ଚାୟତରେ କୋଭିଡ- ୧୯ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

ଛତ୍ରପୁର ମାଟିଖାଲ ସ୍ଥିତ ଭାରତ ସରକାରଙ୍କ ଆଇ .ଆର .ଇ .ଏଲ. ତରଫରୁ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଦେବଦେଳା ଓ ଜୀବା ଗ୍ରାମ ପଞ୍ଚାୟତରେ କୋଭିଡ- ୧୯ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l
Read More...

ଗରଦପୁର ରେ ଦୀପାବଳି ପର୍ବ ପାଳନ ହୋଇଯାଇଛି

ଗରଦପୁର ରେ ଦୀପାବଳି ପର୍ବ ପାଳନ ହୋଇଯାଇଛି
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ବୈପାରିଗୁଡ଼ା ବ୍ଲକ ସରପଞ୍ଚ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell