ନବରଙ୍ଗପୁର-02/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ଡାବୁଗାଁ ଠାରେ ସମବାର ସମୟ ପ୍ରାୟ ଦୁଇଘଣ୍ଟ ବେଳେ ଡାବୁଗାଁ ବିଜେଡି ତରଫରୁ ରାଜ୍ୟସଭା ସାଂସଦ, ନବରଙ୍ଗପୁର ସାଂସଦ ଏବଂ ଡାବୁଗାଁ ବିଧ୍ୟାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ସୂଚନାଯୋଗ୍ୟ-ସୋମବାର ଦିନ ଉମରକୋଟ ବ୍ଲକ ଅନ୍ତର୍ଗତ ଛୋଟାଗୁଡା ଠାରେ ସଂଖ୍ୟା ଲଘୁସେଲ୍ ତରଫରୁ ରକ୍ତ ଦାନ ଶିବିର ର ଆୟଜନ କରାଯାଇଛି ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଜନାବ ମୁନା ଖାନ,ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ,ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରି,ଝରିଗାଁ ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ,ଉମରକୋଟ ପୂର୍ବତନ ବିଧାୟକ ସୁବାଷ ଗଣ୍ଡ ଯୋଗ ଦେବେ ପାଇଁ ଯେଉଁ କାର୍ଯ୍ୟକର୍ମ ଥିଲା । ସେଠାରେ ଯିବା ସମୟରେ ଡାବୁଗାଁ ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଡାବୁଗାଁ ବିଜେଡି କର୍ମୀମାନେ ।ଏହି ସମୟରେ ଉପସ୍ଥିତ ଥିଲେ ସାଂସଦ ପ୍ରତିନିଧି ଏମ. ଆପା ରାଓ, ବିଜୟ ବେହେରା, ମଳୟ ବିଶାୟୀ ଏବଂ ବିଜେଡି କର୍ମୀମାନେ
ପାଠ୍ୟକ୍ରମ ଫି ବୃଦ୍ଧି ପ୍ରତ୍ୟାହାର ଦାବିରେ ଭଦ୍ରକ ସ୍ଵୟୋଂ ଶାସିତ ମହାବିଦ୍ୟାଳୟ ଗେଟ ରେ ତାଲା ପକାଇଲେ ଛାତ୍ର ଛାତ୍ରୀ ।
Read More...
ଠପ୍ ମାରିଲା ମଦ ବେପାରୀଙ୍କ କୃତ୍ତିମ ବୁଦ୍ଧି……..
Read More...